UB Cricket: ଜାନୁଆରି ୩୧ରୁ ୟୁବି କ୍ରିକେଟ୍ ପ୍ରିମିୟର ଲିଗ୍; ବିଜେତାଙ୍କୁ ୬, ଉପବିଜେତାଙ୍କୁ ୪ ଲକ୍ଷ ଟଙ୍କାର ପୁରସ୍କାର
ଭୁବନେଶ୍ବର: ୟୁବି ସ୍ପୋର୍ଟ୍ସ ଏକାଡେମି ଆନୁକୂଲ୍ୟରେ ଆସନ୍ତା ବର୍ଷ ଜାନୁଆରି ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୟୁବି କ୍ରିକ୍ ପ୍ରିମିୟର ଲିଗ୍ (ୱାଇସିପିଏଲ୍ ଟି୧୦)ର ଦ୍ବିତୀୟ ସଂସ୍କରଣ।
ଟେନିସ୍ ବଲ୍ରେ ଖେଳାଯିବାକୁ ଥିବା ଏହି ଲିଗ୍ର ବିଜେତାକୁ ୬ ଲକ୍ଷ ଓ ଉପବିଜେତା ଦଳକୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯିବ।
Advertisment ଏହି ପ୍ରତିଯୋଗିତା ଲାଗି ୧୨ ଦଳ ପଞ୍ଜୀକରଣ କରି ସାରିଲେଣି।
ଦଳ ପଞ୍ଜୀକରଣର ଶେଷ ତାରିଖ ଡିସେମ୍ବର ୭ ରହିଛି।
୧୬ ଦଳକୁ ନେଇ ପ୍ରତିଯୋଗିତା କରିବାର ଯୋଜନା ରହିଛି।
ଏହା ମଧ୍ୟରେ ଯଦି ଆଉ ଦଳ ନ ହୁଅନ୍ତି ତେବେ ୧୨ ଦଳରେ ଖେଳାଯିବ।
ଟେନିସ୍ ବଲ୍ ଲିଗ୍ ପରେ ଆମେ ଲେଦର ବଲ୍ରେ ଲିଗ୍ ମଧ୍ୟ ଆରମ୍ଭ କରିବୁ।
ଏହାର ବିଜେତା ଓ ଉପବିଜେତା ଦଳକୁ ଯଥାକ୍ରମେ ୪ଲକ୍ଷ ୪୪ହଜାର ଓ ୨ଲକ୍ଷ ୨୨ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରାଯିବ।
ୟୁବି ସ୍ପୋର୍ଟ୍ସର ପ୍ରତିଷ୍ଠାତା ସୂଚନା ଦେଇଛନ୍ତି ସମସ୍ତ ମ୍ୟାଚ୍ ପାତ୍ରପଡ଼ା ଏମ୍ସିଏ ଗ୍ରାଉଣ୍ଡରେ ଖେଳାଯିବ ବୋଲି ୟୁବି ସ୍ପୋର୍ଟ୍ସର ପ୍ରତିଷ୍ଠାତା ୟୁଧିଷ୍ଠିର ମଲ୍ଲିକ ସୂଚନା ଦେଇଛନ୍ତି।
ସାମ୍ବାଦିକ ସମ୍ମିଳନୀରେ କର୍ପୋରେଟର ରଶ୍ମିରଞ୍ଜନ ପାଟଶାଣୀ, ଏକାଡେମିର ସହପ୍ରତିଷ୍ଠାତା ବୀଣାପାଣୀ ଦାସ ଓ ସମାଜସେବୀ ମନ୍ଦାକିନୀ କର ପ୍ରମୁଖ ଉପସ୍ଥିତ ଥିଲେ।
Crickrt: ମହିଳା ବିଗ୍ ବାସ୍ ଲିଗ୍: ବ୍ୟାଟିଂ ନ କରି ଆଉଟ୍ ହେଲେ ଏହି ଖେଳାଳି, ସୋସିଆଲ ମିଡିଆରେ ଭାଇରାଲ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
