Two Youths Die: ଲକ୍ଷ୍ମୀପୂଜା ବେଳେ ଅଘଟଣ: ଜେନେରେଟର ଗ୍ୟାସ୍ରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକ ମୃତ, ୩ ଗୁରୁତର
ବାଂଶପାଳ: ଲକ୍ଷ୍ମୀପୂଜା ଚାଲିଥିବା ବେଳେ ରାତିରେ ଜେନେରେଟର ଚଲାଇ ଗୋଟିଏ ଘରେ ଶୋଇଥିଲେ ୫ ଯୁବକ।
ରାତିରେ ଜେନେରେଟର ଗ୍ୟାସରେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ପଡ଼ିଥିଲେ।
ସକାଳୁ କବାଟ ନ ଖୋଲିବାରୁ ଗାଁଲୋକେ ସେମାନଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲକୁ ନେଇଥିଲେ।
ମେଡିକାଲ ନେବା ବାଟରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଗୁରୁତରଙ୍କୁ କେନ୍ଦୁଝର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ସୁଡୁଙ୍ଗ ଗାଁରେ।
ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Advertisment ତଦନ୍ତ କରୁଛି ନୟାକୋଟ ପୁଲିସ ମୃତକ ସୁଡୁଙ୍ଗ ଗାଁର ରାଜେନ୍ଦ୍ର ସାଆନ୍ତ ଓ ନିତୁ ସାଆନ୍ତ।
ଗୁରୁତର ଜଗନ୍ନାଥ ଗିରି, ପ୍ରଶାନ୍ତ ଦେହୁରୀ, ନିରଦାଶ ଦେହୁରୀ।
5 ଜଣଙ୍କ ମଧ୍ୟରୁ 4 ନାବାଳକ ଥିବା ଜଣାପଡିଛି।
ଘଟଣା ସ୍ଥଳରେ ନୟାକୋଟ ପୁଲିସ ପହଞ୍ଚି ତଦନ୍ତ କରୁଛି।
ଗୁରତର ୩ଜଣଙ୍କ ଅବସ୍ଥା ସଂକଟପନ୍ନ ଥିବା ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
