India Invites Pakistan: ଅପରେସନ ସିନ୍ଦୂରର ୧୮ ମାସ ପରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

Oct 28, 2026 - 10:19
India Invites Pakistan: ଅପରେସନ ସିନ୍ଦୂରର ୧୮ ମାସ ପରେ ପ୍ରଥମ ଥର ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ର ୧୮ ମାସ ପରେ ପରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନକୁ ନିମନ୍ତ୍ରଣ କରିଛି।

ନଭେମ୍ବର ୨୦ ରୁ ୨୨ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ସଭ୍ୟତା ସଂଳାପ ଫୋରମ୍ (ଏସସିଓ) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପାକିସ୍ତାନକୁ ଡକାଇଛି।

ଭାରତ ପକ୍ଷରୁ ପାକିସ୍ତାନ ସମେତ ସମସ୍ତ ୧୦ ସଦସ୍ୟ ରାଷ୍ଟ୍ରଙ୍କୁ ବୈଠକରେ ଯୋଗଦେବାକୁ ନିମନ୍ତ୍ରଣ କରିଛି।

Advertisment ସଦସ୍ୟମାନଙ୍କ ମଧ୍ୟରେ ଚୀନ୍, ରୁଷିଆ, ଭାରତ, ପାକିସ୍ତାନ, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ଉଜବେକିସ୍ତାନ, ଇରାନ ଏବଂ ବେଲାରୁସ ଅନ୍ତର୍ଭୁକ୍ତ ଅଛନ୍ତି।

ଏହା ୟୁରୋପ ଏବଂ ଏସିଆର ଦେଶମାନଙ୍କର ଏକ ସଂଗଠନ।

ଏସସିଓର ଆଲୋଚନା ମୁଖ୍ୟତଃ ଶାନ୍ତି, ସୁରକ୍ଷା ଏବଂ ସ୍ଥିରତା ଉପରେ କେନ୍ଦ୍ରିତ।

ଏକ ରାଜନୈତିକ ଏବଂ ଆର୍ଥିକ ସଂଗଠନ ଭାବରେ ଏସସିଓ ପରିଚିତି ହାସଲ କରିଛି।

ତିକ୍ତ ହୋଇଥିବା ସମ୍ପର୍କ ପୁଣି ସ୍ବାଭାବିକ ହେବା ଆଶା ଏହି ସଂଗଠନ ପ୍ରଥମେ ସାଂଘାଇ-୫ ନାମରେ ପରିଚିତି ହାସଲ କରିଥିଲା।

ପରେ ଏହାକୁ ଏସସିଓ ଭାବେ ନାମକରଣ କରାଯାଇଥିଲା।

୧୦ ଦେଶ ଯୋଡିହେବା ସହିତ ଏହି ସଂଗଠନ ବିଶ୍ୱ ଜନସଂଖ୍ୟାର ୪୨ ପ୍ରତିଶତ ପ୍ରତିନିଧିତ୍ୱ କରୁଛି।

ଏହା ସହିତ ସଦସ୍ୟ ଦେଶଗୁଡ଼ିକର ଜିଡିପି ବିଶ୍ୱର ଜିଡିପିର ପ୍ରାୟ ଏକ-ଚତୁର୍ଥାଂଶକୁ ପ୍ରତିନିଧିତ୍ୱ କରେ।

ବିଶ୍ୱ ବାଣିଜ୍ୟରେ ସଦସ୍ୟ ଦେଶମାନଙ୍କର ଅଂଶ ପ୍ରାୟ ୧୫ ପ୍ରତିଶତ ରହିଛି।ଏହା ଦ୍ବାରା ତିକ୍ତ ହୋଇଥିବା ସମ୍ପର୍କରେ ପୁଣି ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି।

ଦୀର୍ଘ ଦିନ ଧରି ଅଟକି ରହିଥିବା ଆଲୋଚନା ପୁଣି ଥରେ ଆରମ୍ଭ ହୋଇ ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବାର ପଥ ପରିଷ୍କାର ହୋଇପାରେ।

ଭାରତ ଦ୍ୱାରା ନିଜ ସୁରକ୍ଷା ପାଇଁ ମେ' ୨୦୨୫ରେ ଆରମ୍ଭ ହୋଇଥିବା ଏକ ସାମରିକ ଅଭିଯାନ ଅପରେସନ ସିନ୍ଦୂର ପରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା।

ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତ ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

Cyber Attack: ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପ୍ରଚାର ମଧ୍ୟରେ ଆମେରିକାରେ ବଡ଼ ଧରଣର ସାଇବର ଆକ୍ରମଣ ଅପରେସନ ପୂର୍ବରୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀମାନେ ପହଲଗାମରେ ବର୍ବର କାଣ୍ଡ ଘଟାଇଥିଲେ।

ପହଲଗାମକୁ ଆସିଥିବା ପର୍ଯ୍ୟଟକଙ୍କ ନାମ ପଚାରି ସେମାନେ ଲୋକଙ୍କୁ ଗୁଳି କରିଥିଲେ।

ପାକ୍ ଅଧିକୃତ କାଶ୍ମୀରରେ ଅପରେସନ ସିନ୍ଦୂର ଆରମ୍ଭ କରି ଭାରତ ପ୍ରତିଶୋଧ ନେଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)