Two Minor Sisters Drown ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ

Sep 06, 2026 - 18:44
Two Minor Sisters Drown ପୋଖରୀରେ ବୁଡ଼ି ୨ ନାବାଳିକା ଭଉଣୀଙ୍କ ମୃତ୍ୟୁ

"ନୂଆପଡା: ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତିଲେଇମାଲ ଗ୍ରାମରେ ଏକ ଅଭାବନୀୟ ଘଟିଛି।

ସ୍ଥାନୀୟ ପୋଖରୀକୁ ଗାଧୋଇବାକୁ ଯାଇଥିବା ଦୁଇ ଭଉଣୀଙ୍କ ପାଣିରେ ବୁଡ଼ି ମୃତ୍ୟୁ ଘଟିଥିବା ଜଣାଯାଇଛି।

ମ୍ରୁତ ଦୁଇ ଭଉଣୀ ହେଲେ ତିଲେଇମାଲ ଗ୍ରାମର ନିଲକଣ୍ଠ ହଂସ ଙ୍କ ଝିଅ  ଯଶୋଦା ହଂସ(୮) ବର୍ଷ ଓ ଗୁପ୍ତେଶ୍ୱରୀ ହଂସ(୫)ବର୍ଷ।

Advertisment Dead: ପାଣିରେ ବୁଡ଼ି ଦିବ୍ୟାଙ୍ଗ ଛାତ୍ରଙ୍କ ମୃତ୍ୟୁ ରବିବାର ପୂର୍ବାହ୍‌ଣ ପ୍ରାୟ ୧୧ଘଣ୍ଟା ସମୟ ବେଲେ ଦୁଇ ଭଉଣୀ ମା" ଉସାବତି ହଂସଙ୍କ ସହ ଗ୍ରାମର ଦରଲି ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।

ମା" ଗାଧିସାରି ଘରକୁ ଫେରିଥିଲେ, କିନ୍ତୁ  ଦୁଇ ଭଉଣୀ ସେଠାରେ ପାଣିରେ ଖେଳି ରହିଯାଇଥିଲେ।

ଅନେକ ସମୟ ଧରି ଘରକୁ ନଫେରିବାରୁ ବାପା ନୀଳକଣ୍ଠ ଖୋଜିବାକୁ ପୋଖରୀକୁ ଗଲେ।

ପୋଖରୀ ହୁଡ଼ାରେ ଦୁଇ ଭଉଣୀଙ୍କ କପଡ଼ା ପୋଖରୀ ହୁଡ଼ାରେ ରହିଥିଲା, କିନ୍ତୁ ଦୁଇଝିଅଙ୍କୁ ପାଇନଥିଲେ।

Rain: କାଳ ହେଲା ଲଗାଣ ବର୍ଷା: ପାଣିରେ ବୁଡ଼ି ୩ ଶିଶୁଙ୍କ ଜୀବନ ଗଲା ଆଶଙ୍କାରେ ପୋଖରୀରେ ଖୋଜାଖୋଜିଥିଲେ।

ପାଣି ଭିତରୁ ଦୁଇ ଭଉଣୀଙ୍କୁ ମୃତଦେହ ବାହାର କରିଥିଲେ।

ଖବରପାଇଁ ସିନାପାଲି ଥାନାଧିକାରୀ ମହେଶ୍ୱର ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଘଟଣା ସ୍ଥଲରେ ପହଞ୍ଚି ଶବ ଜବତ କରିଥିଲା।

ଉଭୟ ମୃତଦେହକୁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା।

ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି, ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ପରବର୍ତ୍ତୀ ତଦନ୍ତ ଜାରି ରହିଛି ବୋଲି ଥାନା ସୂତ୍ରରୁ ପ୍ରକାଶ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)