Twenty-20 League: ଓଡ଼ିଶା‌ ଟ୍ବେଣ୍ଟି-୨୦ ଲିଗ୍‌ରେ ଅଗ୍ରଣୀ: ଓଡ଼ିଶା ପ୍ରତିନିଧିତ୍ବରୁ ବଞ୍ଚିତ

Nov 08, 2026 - 04:36
Twenty-20 League: ଓଡ଼ିଶା‌ ଟ୍ବେଣ୍ଟି-୨୦ ଲିଗ୍‌ରେ ଅଗ୍ରଣୀ: ଓଡ଼ିଶା ପ୍ରତିନିଧିତ୍ବରୁ ବଞ୍ଚିତ

ଭୁବନେଶ୍ବର: ଆସନ୍ତା ସପ୍ତାହରୁ କୋଲକାତାରେ ଅନୁଷ୍ଠିତ ହେବ ସୟଦ ମୁସ୍ତାକ ଅଲୀ ଟ୍ବେଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା।

୨୦୨୭ ଆଇପିଏଲ୍‌ ଋତୁ ପୂର୍ବରୁ ଏହି ପ୍ରତିଯୋଗିତାକୁ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଇଥାଏ।

ଡିସେମ୍ବର ମାସରେ ମିନି ନିଲାମ ପୂର୍ବରୁ ବି ବଞ୍ଚିତ ଖେଳାଳିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଥାଏ ଏହି ପ୍ରତିଯୋଗିତା।

ଓଡ଼ିଶା ଏଥି ପାଇଁ ଏକ ଦଳ ଚୟନ କରିଛି ଶୁକ୍ରବାର।

ଯୁବ ଖେଳାଳିଙ୍କୁ ଟ୍ବେଣ୍ଟି-୨୦ ଦଳରେ ଅଧିକ ସୁଯୋଗ ଦେବା ଭଲ କଥା।

କିନ୍ତୁ ଅଭିଜ୍ଞମାନଙ୍କୁ ଅଣଦେଖା କରିବାର ବିଡ଼ମ୍ବନା ବି ଦେଖାଇଛି ଏହି ଦଳ ଚୟନ।

ରଣଜୀ ଟ୍ରଫି ଋତୁ ଆରମ୍ଭର ୧୦ ଦିନ ପୂର୍ବରୁ ବାରବାଟୀରେ ବହୁ ଆଡ଼ମ୍ବରରେ ଆୟୋଜିତ ଭାରତ ମସଲା ଓଡ଼ିଶା ଟ୍ବେଣ୍ଟି-୨୦ ଲିଗ୍‌ ଯେ ଗୁରୁତ୍ବହୀନ ଏଥିରୁ ଏଥିରୁ ପ୍ରମାଣିତ ହୋଇଛି।

କାରଣ ଏହାର ଅଗ୍ରଣୀ ବ୍ୟାଟର୍‌ଙ୍କୁ ସୁଯୋଗ ଦିଆଯାଇନାହିଁ ସୟଦ ମୁସ୍ତାକ ଅଲୀ ଟ୍ରଫି ଦଳରେ।

ବିଶେଷ କରି ଆଇପିଏଲ୍‌ ଦଳରେ ସମ୍ଭାବନା ରଖିଥିବା ଖେଳାଳିଙ୍କୁ ବି ସୁଯୋଗ ମିଳିନାହିଁ।

ଏହାର ଶ୍ରେଷ୍ଠ ଉଦାହରଣ ଦୁଇଟି ନାମ ହେଉଛନ୍ତି ସାନ୍ତନୁ ମିଶ୍ର ଏବଂ ରାଜେଶ ମହାନ୍ତି।

Advertisment Theft: ତାଲା ଭାଙ୍ଗି ବ୍ୟବସାୟୀଙ୍କ ଘରେ କଳା ବୁଲାଇଲା ଚୋର, ଲକ୍ଷାଧିକ ନଗଦ ଟଙ୍କା ସହ ସୁନା-ରୁପା ଲୁଟ୍‌ ଶାନ୍ତନୁ ମିଶ୍ର ସର୍ବାଧିକ ୨୪୨ ରନ୍‌ ସଂଗ୍ରହ କରିଥିଲେ।

ଓଡ଼ିଶା ବୋଲିଂର ନେତୃତ୍ବ ନେଉଥିବା ଷ୍ଟ୍ରାଇକ୍‌ ବୋଲର ରାଜେଶ ମହାନ୍ତି ବର୍ଷା ପ୍ରଭାବିତ ଏହି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ।

୪ ମ୍ୟାଚ୍‌ରୁ ୬ ୱିକେଟ୍‌ ନେଇଥିଲେ ମଧ୍ୟ ଦୁଇଟି ମ୍ୟାଚ୍‌ ୫ ଓଭରିଆ ଥିବାରୁ ସମ୍ପୂର୍ଣ୍ଣ ବୋଲିଂ ସୁଯୋଗ ପାଇ ନଥିଲେ।

ପୂର୍ବରୁ ସିଏସ୍‌କେ ଶିବିରରେ ଥିବାରୁ ସେ ଆଇପିଏଲ୍‌ ସୁଯୋଗ ହାତେଇବାର ସମ୍ଭାବନା ଥିଲା।

ଏହା ଛଡ଼ା ଗତବର୍ଷର ସୟଦ ମୁସ୍ତାକ ଅଲୀ ଟ୍ରଫିରେ ରାଜେଶ ଓଡ଼ିଶାର ଅଗ୍ରଣୀ ବୋଲର ଭାବେ ୭ ମ୍ୟାଚ୍‌ରୁ ୧୨ ୱିକେଟ୍‌ ନେଇଥିଲେ।

ଋତୁ ଶେଷ ବେଳକୁ ଦେଶର ଶୀର୍ଷ ୬ ଭିତରେ ରହିଥିଲେ।

ରାଜ୍ୟର ଏକମାତ୍ର ବୋଲର ଭାବେ ସବୁ ଫର୍ମାଟରେ ୫ ୱିକେଟ୍‌ ସଫଳତା ପାଇବା ସହ ଗତ ଋତୁରେ ସେ ଲିଷ୍ଟ୍‌ 'ଏ'ରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିଲେ।

ସୟଦ ମୁସ୍ତାକ ଅଲୀ ଟ୍ରଫି ବେଳେ ଶାନ୍ତନୁ ମିଶ୍ର ଓ ରାଜେଶ ମହାନ୍ତିଙ୍କୁ ନିଶ୍ଚିତ ଦଳ ମିସ୍‌ କରିବ ବୋଲି ଜଣେ କ୍ରିକେଟ୍‌ ବିଶାରଦ ପ୍ରକାଶ କରିଛନ୍ତି।

ତା'ଛଡ଼ା ଟ୍ବେଣ୍ଟି-୨୦ ଫର୍ମାଟରେ ରାଜ୍ୟ ଖେଳାଳିଙ୍କୁ ଉପେକ୍ଷିତ କରି ରାଜ୍ୟ ବାହାରର ଦୁଇ ପେସାଦାର ଖେଳାଳି ନିନାଦ ରାଥଭା ଓ ଲଳିତ ଯାଦବଙ୍କୁ ଖେଳାଯିବାର କିଛି ଯୁକ୍ତି ନାହିଁ ବୋଲି ସେ ନିଜ ନାମ ଗୋପନ ରଖି ପ୍ରକାଶ କରିଛନ୍ତି।

Water ATM Project: ନିର୍ମଳ ବୁନ୍ଦାରେ ଘଳିଆ ଧରିଲେ ଜିଲ୍ଲା ନୋଡାଲ ଅଧିକାରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)