08 NOVEMBER 2026

Welcome!

Unlock your personalized experience.
Sign Up

Health: ଦୀପାବଳି ପରେ ବଢ଼ିପାରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା; ରୁହନ୍ତୁ ସତର୍କ

Nov 08, 2026 - 16:44
Health: ଦୀପାବଳି ପରେ ବଢ଼ିପାରେ ଏହି ସବୁ ସ୍ୱାସ୍ଥ୍ୟ ସମସ୍ୟା; ରୁହନ୍ତୁ ସତର୍କ

ଆଲୋକର ପର୍ବ ଦୀପାବଳି ଖୁସି ଓ ଉତ୍ସାହ ନେଇ ଆସିଥାଏ। ହେଲେ ପର୍ବ ପରେ ବାଣ ଫୁଟାଇବା ଯୋଗୁଁ ସୃଷ୍ଟି ହେଉଥିବା ଧୂଆଁ ଏବଂ ବାୟୁ ପ୍ରଦୂଷଣ ସ୍ୱାସ୍ଥ୍ୟ ପାଇଁ ଚିନ୍ତାର କାରଣ ପାଲଟିଥାଏ। ବାୟୁରେ ମିଶୁଥିବା ବିଷାକ୍ତ ଗ୍ୟାସ୍ ଓ ସୂକ୍ଷ୍ମ ଧୂଳିକଣା ଯୋଗୁଁ ଶ୍ୱାସକ୍ରିୟାଠାରୁ ଆରମ୍ଭ କରି ଆଖି ଓ ହୃଦୟ ପର୍ଯ୍ୟନ୍ତ ପ୍ରଭାବିତ ହୋଇପାରେ। ବିଶେଷକରି ଶିଶୁ, ବୟସ୍କ ଏବଂ ପୂର୍ବରୁ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ଅଧିକ ବିପଦ ସୃଷ୍ଟି କରିଥାଏ। ତେଣୁ ଦୀପାବଳି ପରେ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବା ଜରୁରୀ।

ଶ୍ୱାସକ୍ରିୟା ସମସ୍ୟା ବଢ଼ାଏ ପ୍ରଦୂଷଣ 
ବାଣର ଧୂଆଁରେ ଥିବା PM2.5 ଓ PM10 ଭଳି ସୂକ୍ଷ୍ମ କଣିକା ଶ୍ୱାସ ମାଧ୍ୟମରେ ଫୁସ୍ଫୁସ୍‌ରେ ପ୍ରବେଶ କରିଥାଏ। ଫଳରେ କାଶ, ଗଳା ଯନ୍ତ୍ରଣା, ଛାତିରେ ଅସ୍ୱସ୍ତି ଓ ଶ୍ୱାସକଷ୍ଟ ଦେଖାଦିଏ। ଆଜମା ଓ ସିଓପିଡି ରୋଗୀଙ୍କ ସମସ୍ୟା ମଧ୍ୟ ବଢ଼ିପାରେ। ଏଥିରୁ ରକ୍ଷା ପାଇଁ ପ୍ରଦୂଷଣ ଅଧିକ ଥିବା ସମୟରେ ବାହାରକୁ ଯିବାରୁ ଦୂରେଇ ରୁହନ୍ତୁ। ଜରୁରୀ କାମରେ ବାହାରକୁ ଗଲେ N95 ମାସ୍କ ବ୍ୟବହାର କରନ୍ତୁ।

ଆଖି ଓ ତ୍ୱଚାରେ ଆଲର୍ଜି 
ପ୍ରଦୂଷିତ ବାୟୁ ଯୋଗୁଁ ଆଖିରେ ଜ୍ୱଳନ, ଲାଲ୍ ପଡ଼ିବା, କୁଣ୍ଡାଇ ହେବା ଓ ପାଣି ବାହାରିବା ଭଳି ସମସ୍ୟା ଦେଖାଦିଏ। ଏଥିସହ ତ୍ୱଚାରେ କୁଣ୍ଡାଇ ହେବା ଓ ନାଲି ଦାଗ ମଧ୍ୟ ହୋଇପାରେ। ତେଣୁ ଆଖିକୁ ହାତରେ ଘଷନ୍ତୁ ନାହିଁ। ବାହାରୁ ଫେରିବା ପରେ ହାତ ଓ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ।

ମୁଣ୍ଡବିନ୍ଧା ଓ ଥକ୍କାପଣ 
ବାୟୁ ପ୍ରଦୂଷଣ ଯୋଗୁଁ ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା ଓ ଥକ୍କାପଣ ଭଳି ସମସ୍ୟା ହୋଇପାରେ। ପ୍ରଚୁର ପାଣି ପିଇବା ସହ ଘର ଭିତରେ ଧୂଆଁ ଓ ଧୂଳିର ପ୍ରବେଶକୁ ରୋକନ୍ତୁ।

ହୃଦ୍‌ରୋଗ ଆଶଙ୍କା 
ବାୟୁରେ ଥିବା ସୂକ୍ଷ୍ମ ପ୍ରଦୂଷକ କଣିକା ହୃଦୟ ଓ ରକ୍ତବାହୀ ନଳୀ ଉପରେ ପ୍ରଭାବ ପକାଇପାରେ। ବିଶେଷକରି ଉଚ୍ଚ ରକ୍ତଚାପ ଓ ହୃଦ୍‌ରୋଗୀମାନେ ସତର୍କ ରହିବା ଆବଶ୍ୟକ। ପ୍ରଦୂଷଣ ଅଧିକ ଥିବା ସମୟରେ ବାହାରେ ବ୍ୟାୟାମ କରନ୍ତୁ ନାହିଁ।

Diwali 2026: ଦୀପ ଜଳାଇବା ପୂର୍ବରୁ କିଛି ଘଣ୍ଟା ପାଣିରେ ବୁଡ଼ାଇ ରଖନ୍ତୁ ମାଟି ଦୀପ, ଜାଣନ୍ତୁ ଏହା ପଛର କାରଣ

ପ୍ରଦୂଷଣରୁ ସୁରକ୍ଷିତ ରହିବା ପାଇଁ ଘରର ଝରକା ଓ କବାଟ ବନ୍ଦ ରଖନ୍ତୁ, ଆବଶ୍ୟକ ହେଲେ ଏୟାର ପ୍ୟୁରିଫାୟର ବ୍ୟବହାର କରନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଖାଆନ୍ତୁ ନାହିଁ। ଛାତିରେ ଯନ୍ତ୍ରଣା କିମ୍ବା ଅତ୍ୟଧିକ ଶ୍ୱାସକଷ୍ଟ ହେଲେ ତୁରନ୍ତ ଚିକିତ୍ସା ନିଅନ୍ତୁ। ସାମାନ୍ୟ ସତର୍କତା ଅବଲମ୍ବନ କରି ଦୀପାବଳି ପରବର୍ତ୍ତୀ ପ୍ରଦୂଷଣରୁ ନିଜକୁ ଓ ପରିବାରକୁ ସୁରକ୍ଷିତ ରଖିହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)