04 AUGUST 2026

Welcome!

Unlock your personalized experience.
Sign Up

Tulsi Vastu Tips : ଶ୍ରାବଣରେ ତୁଳସୀ ଗଛ ଲଗାଇବାର ବାସ୍ତୁ ନିୟମ, ଗଡ଼ବଡ଼ ହେଲେ ଘରକୁ ଆସିବନି ସୁଖ-ସମୃଦ୍ଧି

Aug 04, 2026 - 14:33
Tulsi Vastu Tips : ଶ୍ରାବଣରେ ତୁଳସୀ ଗଛ ଲଗାଇବାର ବାସ୍ତୁ ନିୟମ, ଗଡ଼ବଡ଼ ହେଲେ ଘରକୁ ଆସିବନି ସୁଖ-ସମୃଦ୍ଧି

ଭୁବନେଶ୍ଵର, ୪/୮ : ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଶିବଙ୍କ ଭକ୍ତି, ଆରାଧନା ଏବଂ ସବୁଠୁ ପବିତ୍ର ମାସ ବୋଲି ବିବେଚନା କରାଯାଏ। ଏହି ମାସରେ ଦେବ ଦେବ ମହାଦେବ ସ୍ଵୟଂ ସୃଷ୍ଟିକୁ ସଞ୍ଚାଳନ କରନ୍ତି। ତେବେ ଶ୍ରାବଣ ମାସରେ ଘରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ। ହେଲେ ବାସ୍ତୁ ଶାସ୍ତ୍ର ଅନୁସାରେ ତୁଳସୀ ଲଗାଇବାକୁ ନେଇ କିଛି ଖାସ୍ ନିୟମ ରହିଛି। ଠିକ୍ ଦିଗ, ଉଚିତ୍ କୁଣ୍ଡ ଏବଂ ସଠିକ୍ ଉପାୟରେ ପୂଜାର୍ଚ୍ଚନା କଲେ ଘରେ ସକାରାତ୍ମକ ଉର୍ଜା, ସୁଖ-ସମୃଦ୍ଧି ବାସ କରେ।

ବାସ୍ତୁ ନିୟମ

-ତୁଳସୀ ଗଛ ଲଗାଇବା ସମୟରେ କିଛି ବାସ୍ତୁ ନିୟମ ପାଳନ କରିବା ଜରୁରୀ। ପ୍ରଥମେ ଏହାର ଦିଗ ବିଷୟରେ ବିଚାର କରନ୍ତୁ। ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ। ଉଭୟ ଦିଗରେ ତୁଳସୀ ଗଛ ଲଗାଇବା ଦ୍ୱାରା ସକାରାତ୍ମକ ଶକ୍ତି ସଂଚାରିତ ହୁଏ ଏବଂ ଶୁଭ ଫଳ ମିଳିଥାଏ।

-ଏବେ ଘର ସାଜସଜ୍ଜା ପାଇଁ ହ୍ୟାଙ୍ଗିଙ୍ଗ ପଟ୍ ଗୁବ୍ୟବହାର ହେଉଛି। କିନ୍ତୁ ତୁଳସୀ ଗଛକୁ କେବେବି ଝୁଲାଇବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ, ଏପରି କରିବା ଅଶୁଭ ହୋଇଥାଏ। କୁହାଯାଏ ଯେ ଏହା ପରିବାର ସଦସ୍ୟଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ଏବଂ ଚାଲୁଥିବା କାମରେ ମଧ୍ୟ ବାଧା ସୃଷ୍ଟି କରିପାରେ।

-ତୁଳସୀ ଗଛ ଲଗାଇବା ପାଇଁ ଉପଯୁକ୍ତ ପାତ୍ର ଚୟନ କରିବା ଉଚିତ୍। ତୁଳସୀ ପାଇଁ ସର୍ବଦା ବର୍ଗାକାର ପାତ୍ର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଏ। ବର୍ଗାକାର ପାତ୍ରରେ ଲଗାଯାଇଥିବା ତୁଳସୀ ଗଛ ଅଧିକ ଶୁଭ ଫଳ ପ୍ରଦାନ କରେ।

- ଶ୍ରାବଣ ମାସ ସାରା ନିୟମିତ ଭାବରେ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ପୂଜା କରିବା ଶୁଭ ହୋଇଥାଏ। ଏହା ଘରେ ସମୃଦ୍ଧି ଏବଂ ସକାରାତ୍ମକତା ଆଣିଥାଏ। ତେବେ ଭଗବାନ ଶିବଙ୍କ ପୂଜାରେ ତୁଳସୀ ପତ୍ର କେବେବି ଅର୍ପଣ କରାଯାଏ ନାହିଁ। ତେଣୁ, ତୁଳସୀକୁ ଅଲଗା ଭାବରେ ପୂଜା କରନ୍ତୁ ଏବଂ ଶିବଙ୍କ ପୂଜା କରିବା ସମୟରେ ଏହି ନିୟମ ପାଳନ କରନ୍ତୁ।

ଆହୁରି ପଢନ୍ତୁ- Shravan and Snakes ; ଶ୍ରାବଣରେ ସାପ ଅଧିକ କାହିଁକି ଦେଖାଯାଆନ୍ତି ? ଜାଣନ୍ତୁ ବୈଜ୍ଞାନିକ ଓ ଧାର୍ମିକ କାରଣ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।