04 AUGUST 2026

Welcome!

Unlock your personalized experience.
Sign Up

Mysterious Girl: ୮ ବର୍ଷର ବିସ୍ମୟ ବାଳିକା ନିରୁମିତା, ଆଖିରେ ପଟି ବାନ୍ଧି ପଢୁଛି ଓ ଟଙ୍କା ଗଣୁଛି..

Aug 04, 2026 - 12:40
Mysterious Girl: ୮ ବର୍ଷର ବିସ୍ମୟ ବାଳିକା ନିରୁମିତା, ଆଖିରେ ପଟି ବାନ୍ଧି ପଢୁଛି ଓ ଟଙ୍କା ଗଣୁଛି..

ଦଶପଲ୍ଲା,୦୪/୦୮: ଆଖିରେ କଳା ପଟି  ବାନ୍ଧିଦେଲେ ସବୁ ଅନ୍ଧାର ଦେଖାଯାଏ । କିନ୍ତୁ  ଜଣେ ଆଠ ବର୍ଷର ନାବାଳିକାଙ୍କ ଆଖିରେ  କଳା ପଟି ବାନ୍ଧିବା ପରେ ବି ସେ ସବୁ କିଛି  ଦେଖି ପାରୁଛି । ଏପରିକି ଲେଖିବା, ପାଠ ପଢ଼ିବା, ଚିତ୍ର ଆଙ୍କିବା ସହ ନ ଦେଖି ରଙ୍ଗ ବି  କହି ପାରୁଛି ଓ ଟଙ୍କା ଗଣୁଛି । ଏଭଳି ଘଟଣା  ଦେଖିବାକୁ ମିଳିଛି  ନୟାଗଡ଼ ଜିଲ୍ଲା ଦଶପଲ୍ଲା  ବ୍ଲକ୍‌ ଅନ୍ତର୍ଗତ ନଛିପୁର ଗ୍ରାମରେ ।

​​​​​​​ଅଧିକ ପଢ଼ନ୍ତୁ :- Grandfather Begging With Granddaughter: ମା’ ଚାଲିଗଲେ...ବାପା ନିଖୋଜ, ଜଗା ଦୁଆରେ ନାତୁଣୀକୁ ଧରି ଭିକ୍ଷା ମାଗୁଛନ୍ତି ଜେଜେ!

ସୂଚନାରୁ  ପ୍ରକାଶ, ଗ୍ରାମର ନବଘନ ଖମାରି ଓ ମମତାଙ୍କ  କନ୍ୟା ନିରୁମିତା ଖମାରି (୮) ଦଶପଲ୍ଲା ଦୁର୍ଗାବଜାରରେ ଥିବା  ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ତୃତୀୟ ଶ୍ରେଣୀରେ ଅଧ୍ୟୟନ  କରୁଛନ୍ତି । ୧୫ ଦିନ ହେବ ନିରୁମିତାଙ୍କ  ଏ ପ୍ରକାର ଅଲୌକିକ ଶକ୍ତି ଦେଖିବାକୁ  ମିଳିଛି ବୋଲି ପରିବାର ଲୋକେ କହିଛନ୍ତି ।  ସେ ଆଖିରେ ପଟି ବାନ୍ଧି ବେଶ ଆରାମରେ  ଲୁଡୁ, କ୍ୟାରମ୍‌ ଖେଳିପାରୁଛନ୍ତି । ଟଙ୍କା  ଗଣିବା ସହ ପାଖରେ କେତେ ଜଣ  ଛିଡ଼ା ହୋଇଛନ୍ତି ସାଙ୍ଗେ ସାଙ୍ଗେ କହି  ଦେଉଛନ୍ତି । ଝିଅର ଏଭଳି ଅଲୌକିକ  ଶକ୍ତି ଦେଖି ଏହା ଠାକୁରଙ୍କ ଆଶୀର୍ବାଦ  ବୋଲି କହିଛନ୍ତି ବାପାମାଆ । ଏହି  ଘଟଣା ସ୍ଥାନୀୟ ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।  ନବଘନ ପଞ୍ଚାୟତ ନିର୍ବାହୀ ଅଧିକାରୀ ଭାବେ କାମ କରନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।