Tube Wells Affected ବାତ୍ୟା ଅର୍ଣ୍ଣବ ପରେ ୪,୭୨୨ ନଳକୂପ ପ୍ରଭାବିତ, ୯୭.୫୮%ର ମରାମତି ଓ ବିଶୋଧନ ଶେଷ
ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ଗଞ୍ଜାମ , ଗଜପତି ଓ କନ୍ଧମାଳ ଜିଲ୍ଲାରେ ମୋଟ ୪,୭୨୨ଟି ନଳକୂପ ପ୍ରଭାବିତ ହୋଇଛି।
ଆଜି ସୁଦ୍ଧା ଏହା ମଧ୍ୟରୁ ୯୭.୫୮ ପ୍ରତିଶତ ଅର୍ଥାତ୍ ୪୬୦୮ଟି ନଳକୂପ ମରାମତି ଓ ବିଶୋଧନ ହୋଇଛି ବୋଲି ଆର୍ଡବ୍ଲୁଏସ୍ଏସ୍ ପକ୍ଷରୁ ସୂଚନା ଦିଆଯାଇଛି।
Advertisment Cyclone Arnab: ବାତ୍ୟା ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଜାରି; ୬,୪୦୦ରୁ ଅଧିକ କର୍ମଚାରୀ ନିୟୋଜିତ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଜାରି ପ୍ରେସ୍ ବିବୃତି ଅନୁସାରେ, ଅଞ୍ଚଳଗୁଡ଼ିକରେ ପାନୀୟ ଜଳ ଯୋଗାଣକୁ ସ୍ୱାଭାବିକ କରିବା ସହ ଜଳ ଉତ୍ସଗୁଡ଼ିକର ମରାମତି ଓ ବିଶୋଧନ କାର୍ଯ୍ୟ ଜାରି ରହିଛି।
ପ୍ରଭାବିତ ୪୦୨ଟି ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୨୭୫ଟିର ପୁନରୁଦ୍ଧାର ଓ ବିଶୋଧନ କାର୍ଯ୍ୟ ଶେଷ ହୋଇଛି।
ଏହା ମୋଟ ପ୍ରଭାବିତ ପ୍ରକଳ୍ପର ୬୮.୪୧ ପ୍ରତିଶତ।
Cyclone Arnab Recovery: ବାତ୍ୟା ଅର୍ଣ୍ଣବ ବିତ୍ପାତ ପରବର୍ତ୍ତୀ ପୁନରୁଦ୍ଧାର: ସମନ୍ବୟ ନିମନ୍ତେ ତିନି ପ୍ରଭାବିତ ଜିଲ୍ଲାରେ ୪ ଆଇଏଏସ୍ ଅଧିକାରୀ ଜରୁରୀକାଳୀନ ପାନୀୟ ଜଳ ଯୋଗାଣ ପାଇଁ ୨୯୨ଟି ଜଳ ଟ୍ୟାଙ୍କର ନିୟୋଜିତ କରାଯାଇଛି।
ଏଥିମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୨୩ଟି ଏବଂ ଆସିକା ପୌରାଞ୍ଚଳରେ ୭ଟି ଟ୍ୟାଙ୍କର ନିୟୋଜିତ ହୋଇଛି।
ଏଥିସହ ୮୦ଟି ସିଣ୍ଟେକ୍ସ ଟ୍ୟାଙ୍କ ଏବଂ ୮୭ଟି ଡିଜି ସେଟ୍ ମଧ୍ୟ ନିୟୋଜିତ କରାଯାଇଛି।
ଜଳ ବିଶୋଧନ ଓ ବିକଳ୍ପ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୧୨ଟି ମୋବାଇଲ୍ ଜଳ ବିଶୋଧନ ୟୁନିଟ୍ ନିୟୋଜିତ ହୋଇଛି।
ଏଥିମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ୨ଟି ଏବଂ ଆସିକା ପୌରାଞ୍ଚଳରେ ୧ଟି ୟୁନିଟ୍ ନିୟୋଜିତ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
