Heart Disease: ହୃଦ୍‌ରୋଗର ଲକ୍ଷଣ, କାରଣ ଓ ପ୍ରତିକାର: ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍‌ରୁ କିପରି ରହିବେ ସୁରକ୍ଷିତ?

Nov 03, 2026 - 18:17
Heart Disease: ହୃଦ୍‌ରୋଗର ଲକ୍ଷଣ, କାରଣ ଓ ପ୍ରତିକାର: ହାର୍ଟ ଆଟାକ୍ ଓ ଷ୍ଟ୍ରୋକ୍‌ରୁ କିପରି ରହିବେ ସୁରକ୍ଷିତ?

ପ୍ରତିବର୍ଷ ବିଶ୍ୱସାରା ପ୍ରାୟ ୧୭.

୯ ନିୟୁତ (୧ କୋଟି ୭୯ ଲକ୍ଷ) ଲୋକ ହୃଦ୍‌ରୋଗ କାରଣରୁ ନିଜର ଜୀବନ ହରାଉଛନ୍ତି।

ଆହୁରି ଚିନ୍ତାର ବିଷୟ ହେଉଛି, ଏହି ମୃତ୍ୟୁସଂଖ୍ୟା ମଧ୍ୟରୁ ପ୍ରତି ୩ ଜଣରେ ଜଣଙ୍କର ମୃତ୍ୟୁ ୭୦ ବର୍ଷ ବୟସ ପୂର୍ବରୁ ଅର୍ଥାତ୍ ଅକାଳରେ ହେଉଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ସଦ୍ୟତମ ସୂଚନା ସମସ୍ତଙ୍କ ପାଇଁ ଏକ ବଡ଼ ସଚେତନତାର ବାର୍ତ୍ତା।

Advertisment ଆହୁରି ପଢ଼ନ୍ତୁ: ନାଗାବଳୀରୁ ନାବାଳକ, ବଂଶଧାରା ନଦୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଝଞ୍ଜାବତୀରେ ଭାସି ଜଣେ ନିଖୋଜ ଅନେକ ସମୟରେ ହୃଦ୍‌ରୋଗର କୌଣସି ପ୍ରାରମ୍ଭିକ ଲକ୍ଷଣ ଦେଖାଯାଇ ନଥାଏ।

ରକ୍ତବାହୀ ନଳୀରେ ଜମିଥିବା ମଳି ବା ବ୍ଲକେଜ୍ ହଠାତ୍ ହାର୍ଟ ଆଟାକ୍ କିମ୍ବା ଷ୍ଟ୍ରୋକ୍ ରୂପରେ ସାମ୍ନାକୁ ଆସିଥାଏ।

ହୃଦ୍‌ରୋଗର ବିଭିନ୍ନ ପ୍ରକାର: କୋରୋନାରି ହାର୍ଟ ଡିଜିଜ୍: ହୃତ୍‌ପିଣ୍ଡର ମାଂସପେଶୀକୁ ରକ୍ତ ଯୋଗାଉଥିବା ନଳୀର ରୋଗ।

ସେରେବ୍ରୋଭାସ୍କୁଲାର୍ ଡିଜିଜ୍: ମସ୍ତିଷ୍କକୁ ରକ୍ତ ଯୋଗାଉଥିବା ନଳୀର ସମସ୍ୟା।

ରିଉମାଟିକ୍ ହାର୍ଟ ଡିଜିଜ୍: ରିଉମାଟିକ୍ ଜ୍ୱର କାରଣରୁ ହୃତ୍‌ପିଣ୍ଡର ଭାଲ୍‌ଭ ଓ ମାଂସପେଶୀ ନଷ୍ଟ ହେବା।

ମୁଖ୍ୟ କାରଣ ଏବଂ ବିପଦ: ଧୂମପାନ, ଶାରୀରିକ ପରିଶ୍ରମର ଅଭାବ, ଖାଦ୍ୟରେ ଅତ୍ୟଧିକ ଲୁଣ, ମଦ୍ୟପାନ ଏବଂ ବାୟୁ ପ୍ରଦୂଷଣ ହୃଦ୍‌ରୋଗର ମୁଖ୍ୟ କାରଣ।

ଏହି ଅଭ୍ୟାସଗୁଡ଼ିକ କ୍ରମଶଃ ଉଚ୍ଚ ରକ୍ତଚାପ, ରକ୍ତରେ ଅତ୍ୟଧିକ ଶର୍କରା, କୋଲେଷ୍ଟ୍ରୋଲ୍ ଏବଂ ମୋଟାପା ସୃଷ୍ଟି କରିଥାଏ।

ହାର୍ଟ ଆଟାକ୍ ଏବଂ ଷ୍ଟ୍ରୋକ୍‌ର ଜରୁରୀ ଲକ୍ଷଣ: ୧.

ହାର୍ଟ ଆଟାକ୍ ଛାତି ମଝିରେ ଯନ୍ତ୍ରଣା କିମ୍ବା ଚାପ ଅନୁଭବ ହେବା।

ଯନ୍ତ୍ରଣା ବାମ ହାତ, କାନ୍ଧ, କୋହୁଲି, କାଟି ବା ପିଠିକୁ ବ୍ୟାପିବା।

ମହିଳାମାନଙ୍କଠାରେ ଛାତି ଯନ୍ତ୍ରଣା ବ୍ୟତୀତ ପ୍ରଶ୍ୱାସ ନେବାରେ କଷ୍ଟ, ବାନ୍ତି ଲାଗିବା, କେବଳ ପିଠି ବା କାଟି ଯନ୍ତ୍ରଣା ହେବା ଭଳି ଭିନ୍ନ ଲକ୍ଷଣ ଦେଖାଯାଇପାରେ।

୨.

ଷ୍ଟ୍ରୋକ୍ : ମୁହଁ, ହାତ କିମ୍ବା ଗୋଡ଼ର କୌଣସି ଗୋଟିଏ ପାଖ ହଠାତ୍ ଦୁର୍ବଳ ହୋଇଯିବା।

କଥା କହିବାରେ ଅସୁବିଧା, ପାଟି ଖାଲିଯିବା ବା ଅସ୍ପଷ୍ଟ ହେବା।

ଆଖିକୁ ଝାପ୍ସା ଦେଖାଯିବା, ମୁଣ୍ଡ ବୁଲାଇବା, ସନ୍ତୁଳନ ହରାଇବା କିମ୍ବା ଅତ୍ୟଧିକ ମୁଣ୍ଡବିନ୍ଧା ହେବା।

ପ୍ରତିଷେଧକ ଓ ପ୍ରତିକାର: ତମାଖୁ ଓ ଧୂମପାନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ।

ଖାଦ୍ୟରେ ଲୁଣ କମାନ୍ତୁ ଏବଂ ଅଧିକ ଫଳ ଓ ପନିପରିବା ସାମିଲ କରନ୍ତୁ।

ପ୍ରତିଦିନ କିଛି ସମୟ ଶାରୀରିକ ଶ୍ରମ କିମ୍ବା ଚାଲିବା ଅଭ୍ୟାସ କରନ୍ତୁ।

ସମୟ ସମୟରେ ରକ୍ତଚାପ, ସୁଗାର ଏବଂ କୋଲେଷ୍ଟ୍ରୋଲ୍ ପରୀକ୍ଷା କରାଇ ସତର୍କ ରୁହନ୍ତୁ।

ଆହୁରି ପଢ଼ନ୍ତୁ: ରାମାୟଣ' ଫିଲ୍ମକୁ ନେଇ ଟ୍ରୋଲିଂ ମଧ୍ୟରେ ମୁହଁ ଖୋଲିଲେ ରଣବୀର କପୁର ଅଧିକ ଦେଖନ୍ତୁ:

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)