Health: ଓଡ଼ିଶାରେ କିଡ୍‌ନି ସମସ୍ୟା ହାର ୬% ଉପରେ; ଜାତୀୟ ହାର ୩.୨%ଠାରୁ ଅଧିକ

Nov 03, 2026 - 19:36
Health: ଓଡ଼ିଶାରେ କିଡ୍‌ନି ସମସ୍ୟା ହାର ୬% ଉପରେ; ଜାତୀୟ ହାର ୩.୨%ଠାରୁ ଅଧିକ

ଭୁବନେଶ୍ବର: ରାଜ୍ୟରେ କିଡ୍‌ନି କାର୍ଯ୍ୟକ୍ଷମତା ସମସ୍ୟା ହାର ୬ ପ୍ରତିଶତରୁ ଅଧିକ ରହିଛି।

ଇଣ୍ଡିଆନ ଜର୍ଣ୍ଣାଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚରେ ପ୍ରକାଶିତ ଆଇସିଏମ୍‌ଆର୍‌-ଇଣ୍ଡିଆବି ଅଧ୍ୟୟନ ଅନୁସାରେ ଏହା ଜାତୀୟ ହାର ୩.୨%ଠାରୁ ଯଥେଷ୍ଟ ଅଧିକ।

ଏସିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ନେଫ୍ରୋଲୋଜି ଆଣ୍ଡ୍‌ ୟୁରୋଲୋଜି ଉଦ୍‌ଘାଟନ ଅବସରରେ ଏହି ସୂଚନା ଦିଆଯାଇଛି।

Advertisment ସେହିପରି, ଆଇସିଏମ୍‌ଆର୍‌-ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ରିସର୍ଚ୍ଚ (ଏନ୍‌ଆଇଏଚ୍‌ଆର୍‌) ଦ୍ବାରା କରାଯାଇଥିବା ଏକ ଅଧ୍ୟୟନ ଅନୁସା‌ରେ ରାଜ୍ୟର ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକରେ ଏହି ସମସ୍ୟା ଅଧିକ ଜଟିଳ ରହିଛି।

୧୪ଟି ଆଦିବାସୀ ବହୁଳ ଜିଲ୍ଳାର ୧୯,୭୦୩ ଜଣ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ତଥ୍ୟ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ୨୪.୮% ଲୋକଙ୍କ କିଡ୍‌ନି ସମସ୍ୟା ରହିଛି।

ଅର୍ଥାତ ସେହି ଅଞ୍ଚଳରେ ପ୍ରତି ଚାରି ଜଣ ବୟସ୍କଙ୍କ ମଧ୍ୟରୁ ଜଣଙ୍କଠାରେ କିଡ୍‌ନି ସମସ୍ୟା ଅଛି।

ଆଇଏଆର୍‌ସି ଗ୍ଲୋବାଲ୍‌ କ୍ୟାନସର୍‌ ଅବଜର୍ଭେଟୋରି (ଗ୍ଲୋବୋକ୍ୟାନ) ପକ୍ଷରୁ ଭାରତ ପାଇଁ କରାଯାଇଥିବା ଆକଳନ ଅନୁଯାୟୀ, ପ୍ରୋଷ୍ଟେଟ୍‌ କର୍କଟରେ ୪୦,୦୭୧ ନୂଆ ମାମଲା ଚିହ୍ନଟ ହେବା ସହ ୧୭ ହଜାରରୁ ଅଧିକ ମୃତ୍ୟୁ ହୋଇଥିଲା।

ଏହି ଅଧ୍ୟୟନ ଓ ସର୍ବେକ୍ଷଣ ରିପୋର୍ଟଗୁଡ଼ିକ ରାଜ୍ୟରେ କିଡ୍‌ନି ସ୍କ୍ରିନିଂ ଉପରେ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ଉପରେ ଆଲୋକପାତ କରିଛି।

SCB: ଏସ୍‌ସିବିରେ ରୋଗୀଙ୍କୁ ପିଟିପିଟି ମାରିବା ଘଟଣା: ଫରେନସିକ୍ ପରୀକ୍ଷା ପାଇଁ ଗଲା ହାର୍ଟ, ଲିଭର୍, କିଡ୍‌ନି ଏହି ଅବସରରେ ଏଏଚ୍‌ଏଚ୍‌ର ଅଧ୍ୟକ୍ଷ ବିଶାଲ ବାଲି ସୂଚନା ଦେଇଥିଲେ ଯେ କମ୍ପାନି ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛି।

ଏହା ଏସିଆନ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ନେଫ୍ରୋଲୋଜି ଆଣ୍ଡ୍‌ ୟୁରୋଲୋଜି (ଆଇନୁ) ସ୍ଥାପନ କରିବାରେ ପ୍ରାୟ ୬୦ କୋଟି ଟଙ୍କା ନିବେଶ କରିଛି।

ଏହା ବ୍ୟତୀତ ମାତୃ ଓ ଶିଶୁମାନଙ୍କ ପାଇଁ ଏକ ସ୍ବତନ୍ତ୍ର ହସ୍ପିଟାଲ୍‌ 'ମଦରହୁଡ୍‌' ସ୍ଥାପନ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛି।

କମ୍ପାନି ଭାରତରେ ୨୦ଟି ଆଇନୁ ହସ୍ପିଟାଲ୍‌ ସ୍ଥାପନ କରିବାକୁ ଚାହୁଛି।

ସେ ବାବଦରେ ପ୍ରାୟ ୪୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି।

ଏହି ଅବସରରେ ଆଇନୁର ସିଇଓ ସନ୍ଦୀପ ଗୁଡୁରୁ, ପରିଚାଳନା ନିର୍ଦ୍ଦେଶକ ଡାକ୍ତର ମଲ୍ଲିକାଜୁର୍ନ ସି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)