Trump security: ଇରାନ ଜାଣିଥିଲା ତୁର୍କୀରେ ଟ୍ରମ୍ପ୍‌ଙ୍କ ରହଣିର ଠିକଣା: ରିପୋର୍ଟ

Aug 13, 2026 - 21:54
Trump security: ଇରାନ ଜାଣିଥିଲା ତୁର୍କୀରେ ଟ୍ରମ୍ପ୍‌ଙ୍କ ରହଣିର ଠିକଣା: ରିପୋର୍ଟ

"ୱାସିଂଟନ: ତୁର୍କୀର ଅଙ୍କାରାରେ ଗତ ମାସରେ ନାଟୋ ଶିଖର ସମ୍ମିଳନୀରେ ଯୋଗଦେବା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କେଉଁଠାରେ ରହୁଥିଲେ, ତାହା ଇରାନ୍‌ର ଗୁଇନ୍ଦା ଅଧିକାରୀମାନେ ଜାଣିଥିଲେ ବୋଲି ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି।

ଆମେରିକୀୟ ଗୁଇନ୍ଦା ସୂଚନା ଅନୁସାରେ, ଇରାନୀୟ ଅପରେଟିଭ୍‌ମାନେ କେବଳ ଟ୍ରମ୍ପ୍‌ଙ୍କ ରହଣିସ୍ଥଳ ନୁହେଁ, ସେ ଭବନର କେଉଁ ମହଲାରେ ରହୁଥିଲେ, ସେ ସମ୍ପର୍କରେ ମଧ୍ୟ ତଥ୍ୟ ହାସଲ କରିଥିଲେ।Advertisment ଏହି ଗୁଇନ୍ଦା ସୂଚନାକୁ ଗୁରୁତର ସୁରକ୍ଷା ବିପଦ ଭାବେ ନେଇଥିଲା ଆମେରିକା।

ଫଳରେ ଜୁଲାଇ ୮ରେ ଅଙ୍କାରାରୁ ଟ୍ରମ୍ପ୍‌ଙ୍କ ପ୍ରସ୍ଥାନ ପୂର୍ବରୁ ତାଙ୍କୁ ଗୋପନରେ ଅନ୍ୟ ଏକ ବିମାନରେ ନେବାକୁ ନିଷ୍ପତ୍ତି ହୋଇଥିଲା।

ସୁରକ୍ଷା ଅଧିକାରୀମାନଙ୍କ ଆଶଙ୍କା ଥିଲା ଯେ ତାଙ୍କ ଉପରେ ଆକ୍ରମଣ ହୋଇପାରେ।

ଏହା ପରେ ଟ୍ରମ୍ପ୍‌ଙ୍କୁ ଏକ ଛୋଟ ସି-୩୨ଏ ବିମାନରେ ଗୋପନରେ ସ୍ଥାନାନ୍ତର କରାଯାଇଥିଲା।

ଯୋଜନା ଅନୁସାରେ, ଟ୍ରମ୍ପ୍‌ ପ୍ରଥମେ ସାଧାରଣ ଭାବେ ଏୟାର୍ ଫୋର୍ସ ୱାନ୍‌ରେ ଚଢ଼ିଥିଲେ।

ତାଙ୍କୁ ସେହି ବିମାନରେ ଆମେରିକା ଫେରିବାକୁ ଥିବା ଭଳି ଦେଖାଯାଇଥିଲା।

କିନ୍ତୁ ପରେ ତାଙ୍କୁ ଗୋପନରେ ବିମାନରୁ ବାହାର କରାଯାଇ ଅନ୍ୟ ଏକ ସାମରିକ ବିମାନକୁ ନିଆଯାଇଥିଲା।

ଏହି ସମୟରେ ଏୟାର୍ ଫୋର୍ସ ୱାନ୍‌ରେ କେତେକ ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ସାମ୍ବାଦିକ ରହିଥିଲେ।

ହ୍ଵାଇଟ୍‌ ହାଉସ୍‌ରେ ଦୀପ ଜାଳି ଦୀପାବଳି ପାଳନ କଲେ ଡୋନାଲ୍ଡ ଟ୍ରମ୍ପ୍‌ ରିପୋର୍ଟ ଅନୁସାରେ, ଟ୍ରମ୍ପ୍‌ଙ୍କ ସୁରକ୍ଷା ନେଇ ମିଳିଥିବା ସୂଚନାରେ କାନ୍ଧରୁ ଛଡ଼ାଯାଇପାରୁଥିବା ଏକ କ୍ଷେପଣାସ୍ତ୍ର ବିପଦ ସମ୍ପର୍କରେ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା।

ତେବେ ଏହି ଗୁଇନ୍ଦା ସୂଚନାର ମୂଳ ଉତ୍ସ ପ୍ରକାଶ କରାଯାଇନାହିଁ।

ଟ୍ରମ୍ପ୍‌ଙ୍କୁ ଗୋପନରେ ବିମାନ ବଦଳାଇ ତୁର୍କୀରୁ ବାହାର କରାଯିବା ଘଟଣା ଏବେ ଆମେରିକାରେ ଚର୍ଚ୍ଚାର ବିଷୟ ହୋଇଛି।

ବିଶେଷକରି ଟ୍ରମ୍ପ୍‌ଙ୍କ ଠିକଣା ଓ ରହଣି ସମ୍ପର୍କରେ ଇରାନ୍‌ କିପରି ତଥ୍ୟ ପାଇଲା ଏବଂ ସେହି ସୂଚନା କେତେ ବିଶ୍ବସନୀୟ ଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media