19 AUGUST 2026

Welcome!

Unlock your personalized experience.
Sign Up
block-728

India-China: ଭାରତର ଅପ୍ଟିକାଲ ଫାଇବର ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ୫ ବର୍ଷ ବଢ଼ାଇଲା ଚୀନ

Aug 13, 2026 - 21:54
India-China: ଭାରତର ଅପ୍ଟିକାଲ ଫାଇବର ଉପରେ ଆଣ୍ଟି ଡମ୍ପିଂ ଡ୍ୟୁଟି ୫ ବର୍ଷ ବଢ଼ାଇଲା ଚୀନ

ବେଜିଂ : ଭାରତର ସିଙ୍ଗଲ୍‌-ମୋଡ୍‌ ଅପ୍ଟିକାଲ ଫାଇବର୍‌ ଆମଦାନି ଉପରେ ଚୀନ ଲଗାଇଥିବା ଆଣ୍ଟି ଡ୍ରମ୍ପିଂ ଡ୍ୟୁଟି ବା ପ୍ରତିସ୍ତୂପୀକରଣ ଶୁଳ୍କକୁ ଆଉ ୫ ବର୍ଷ ପାଇଁ ବଢ଼ାଇ ଦେଇଛି । ଶୁକ୍ରବାରଠାରୁ ଏହା ଲାଗୁ ହେବ ବୋଲି ଚୀନର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଆଜି କୁହାଯାଇଛି । ଉକ୍ତ ଶୁଳ୍କ ହଟାଇଲେ ଚୀନର ଅପ୍ଟିକାଲ ଫାଇବର ଶିଳ୍ପକୁ କ୍ଷତି ପହଞ୍ଚିବ ବୋଲି ଗତବର୍ଷ ଏକ ସମୀକ୍ଷା ସମୟରେ କୁହାଯାଇଥିଲା । ଚୀନ ୭.୪ ପ୍ରତିଶତରୁ ୩୦.୬ ପ୍ରତିଶତ ହାରରେ ଉକ୍ତ ଶୁଳ୍କ ଆଦାୟ କରୁଛି । ୨୦୧୪ ଅଗଷ୍ଟରେ ପ୍ରଥମେ ଏହି ଶୁଳ୍କ ଚୀନ ଲଗାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ୨୦୨୦ ମସିହାରେ ଏହାକୁ ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇଥିଲା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media