Truck Owners' Association: ରାୟଗଡ଼ା ଟ୍ରକ୍ ମାଲିକ ସଂଘର ୬୦ କୋଟି ହେରଫେର ମାମଲା: ଇଓଡବ୍ଲୁ ସ୍କାନର୍‌ରେ ଭାସ୍କର ରାଓ

Nov 07, 2026 - 05:22
Truck Owners' Association: ରାୟଗଡ଼ା ଟ୍ରକ୍ ମାଲିକ ସଂଘର ୬୦ କୋଟି ହେରଫେର ମାମଲା: ଇଓଡବ୍ଲୁ ସ୍କାନର୍‌ରେ ଭାସ୍କର ରାଓ

ଭୁବନେଶ୍ୱର/ରାୟଗଡ଼ା: ରାୟଗଡ଼ା ଟ୍ରକ୍ ମାଲିକ ସଂଘର ୬୦ କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗରେ ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓଙ୍କ ଘରେ ଚଢ଼ଉ କରିଛି କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)।

ରାୟଗଡ଼ା , ଭୁବନେଶ୍ୱର, ବିଶାଖାପାଟଣା ସମେତ ଏକକାଳୀନ ୧୧ଟି ସ୍ଥାନରେ ଚଢ଼ଉ କରିଛନ୍ତି ୮ଟି ସ୍ୱତନ୍ତ୍ର ଟିମ୍‌।

ଭାସ୍କର ରାଓଙ୍କ ସହ ଜଡ଼ିତ ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ, ଟ୍ରକ୍‌ ମାଲିକ ସଂଘ କାର୍ଯ୍ୟାଳୟ ଓ ଗ୍ୟାସ୍‌ ଏଜେନ୍ସିକୁ ଯାଞ୍ଚ ପରିସରଭୁକ୍ତ କରିଛି ଇଓଡବ୍ଲ୍ୟୁ।

ଅତିରିକ୍ତ ଏସ୍‌ପି ଆଶିଷ କୁମାର ମିଶ୍ରଙ୍କ ନେତୃତ୍ୱରେ ୫ ଡିଏସ୍‌ପି, ୫ ଇନ୍ସପେକ୍ଟର ଓ ଷ୍ଟାଫ୍‌ ଚଢ଼ଉରେ ସାମିଲ ହୋଇଛନ୍ତି।

ରାଣୀଗୁଡ଼ା ଫାର୍ମସ୍ଥିତ ନେକେଣ୍ଟି ଭାସ୍କର ରାଓଙ୍କ ବାସଭବନ, ପିତଳା ଷ୍ଟ୍ରିଟ୍‌ସ୍ଥିତ ବି.

ମନ୍ମଧା ରାଓଙ୍କ ଘର, ରୟତ କଲୋନିସ୍ଥିତ ଜି.

କୃଷ୍ଣଙ୍କ ଘରେ ଚଢ଼ଉ କରାଯାଇଛି।

ରାୟଗଡ଼ା ମେନ୍‌ ରୋଡ୍‌ସ୍ଥିତ କପିଳାସ ହୋଟେଲ୍‌ ସମ୍ମୁଖ ରାୟଗଡ଼ା ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ଏବଂ ଗୌତମ ନଗରସ୍ଥିତ ଆଦିତ୍ୟ ଏଚ୍‌ପି ଏଣ୍ଟରପ୍ରାଇଜେସ୍‌ ଗ୍ୟାସ୍‌ ଏଜେନ୍ସି, ଭୁବନେଶ୍ବରର ଫରେଷ୍ଟ ପାର୍କସ୍ଥିତ ଆଦିତ୍ୟ ଇଣ୍ଡଷ୍ଟ୍ରିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ବରମୁଣ୍ଡା ଏଚ୍‌ବି କଲୋନିର ଅରୁଣ ପାୱାର ପ୍ରୋଜେକ୍ଟ ଲିମିଟେଡ୍‌, ଭୀମପୁରର ଆରି ଆଦିତ୍ୟ ଲଜିଷ୍ଟିକ୍ସ ଓ ଆଦିତ୍ୟ ଟ୍ରେଡିଂ ଆଣ୍ଡ ମାର୍କେଟିଂ ପ୍ରାଇଭେଟ୍‌ ଲିମିଟେଡ୍‌ ଏବଂ ମଞ୍ଚେଶ୍ବର ଶିଳ୍ପାଞ୍ଚଳର ବାଲାଜୀ ରିଅଲ୍‌ ଇଷ୍ଟେଟ୍‌ସ ଆଣ୍ଡ ଏଗ୍ରି ଡେଭଲପର୍ସ ଓ ଆଦିତ୍ୟ ରିଅଲ୍‌ ଇଷ୍ଟେଟ୍‌ ଆଣ୍ଡ ଏଗ୍ରି ଡେଭଲପର୍ସ ସଂସ୍ଥାରେ ଯାଞ୍ଚ ହୋଇଛି।

ରାୟଗଡ଼ାର ଗୌତମ ନଗରସ୍ଥିତ ଆଦିତ୍ୟ ଏଚ୍‌ପି ଏଣ୍ଟରପ୍ରାଇଜେସ୍‌ ଗ୍ୟାସ୍‌ ଏଜେନ୍ସିରେ ଚଢ଼ଉ କରାଯାଇଛି।

ଆଉ ୩ଟି ସ୍ଥାନରେ ଚଢ଼ଉ ଜାରି ରହିଛି।

Advertisment Kalinga Ghati: ୪୫ଦିନ ବିତିଗଲା, ଖୋଲି ପାରିଲାନି କଳିଙ୍ଗା ଘାଟିର ରାସ୍ତା ନକ୍ସଲ କାର୍ଯ୍ୟକଳାପ ପାଇଁ ଚାନ୍ଦା ଆଦାୟ ଅଭିଯୋଗ ଚଢ଼ଉ ସମୟରେ ଅରୁଣ ପାୱାର ପ୍ରୋଜେକ୍ଟସ୍‌ ଲିମିଟେଡ୍‌ର ସ୍ବାଧୀନ ଅଡିଟ୍‌ ରିପୋର୍ଟ, ୧୦ ମେଗାୱାଟ୍‌ ହାତୀପଥର କ୍ଷୁଦ୍ର ଜଳବିଦ୍ୟୁତ୍‌ ପ୍ରକଳ୍ପର ଆବଣ୍ଟନ ବାତିଲ ସମ୍ପର୍କିତ ଶକ୍ତି ବିଭାଗର ଉପସଚିବଙ୍କ ଚିଠି, ଆର୍‌ସିଏସ୍‌ କଟକ ପକ୍ଷରୁ ଜାରି ଏନ୍‌ଓସି, ଲିଜ୍‌ ଚୁକ୍ତିନାମା, ପଞ୍ଜୀକରଣ ପ୍ରମାଣପତ୍ର, ଟାନ୍‌ ଆବଣ୍ଟନ ଚିଠି, ଏଲ୍‌ପିଜି ବିତରଣ ଚୁକ୍ତିନାମା ଓ ଜମିଜମା ସମ୍ପର୍କିତ ଆର୍‌ଓଆର୍‌ ଆଦି ଜବତ ହୋଇଛି।

ଆଦିତ୍ୟ ଏଣ୍ଟରପ୍ରାଇଜେସ୍‌ ଓ ଏହାର ମାଲିକ କୃଷ୍ଣ ଚୈତନ୍ୟ ନେକେଣ୍ଟିଙ୍କ ଆୟକର ରିଟର୍ଣ୍ଣ ସମ୍ପର୍କିତ କାଗଜପତ୍ର ଏବଂ ବିଭିନ୍ନ ବ୍ୟାଙ୍କ ଦସ୍ତାବିଜ ଓ ନଗଦ ୧୫ ଲକ୍ଷ ଟଙ୍କା ଜବତ କରାଯାଇଛି।

୭ ଘଣ୍ଟା ଛାନ୍‌ଭିନ୍‌ ପରେ ଇଓଡବ୍ଲୁ ଟିମ୍‌ ଭାସ୍କର ରାଓଙ୍କ ଘରୁ ରାତି ୧୦ଟାରେ ବାହାରିଥିଲେ।

Blue Tsunami: ଆମେରିକା ରାଜନୀତିରେ କୁହାଯାଉଥିବା 'ନୀଳ ସୁନାମି' କଣ ଜାଣିଛନ୍ତି କି?

ଇଓଡବ୍ଲ୍ୟୁର ସୂଚନା ଅନୁଯାୟୀ, ସ୍ବର୍ଗତ ୟାଲା ଭେଙ୍କେଟେଶ୍ୱର ରାଓଙ୍କ ଅଭିଯୋଗ ଆଧାରରେ ୨୨ ସେପ୍ଟେମ୍ବର ୨୦୨୬ରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଆଧାରରେ ଏହି ଚଢ଼ଉ କରାଯାଉଛି।

ଅଭିଯୋଗ ଅନୁସାରେ, ଗତ ୨୦୦୫ରୁ ଟ୍ରକ୍ ମାଲିକ ସଂଘର ମୁଖ୍ୟ ଅଭିଯୁକ୍ତ ଅନ୍ୟ କର୍ମକର୍ତ୍ତା ମିଶି ଟ୍ରକ୍ ମାଲିକଙ୍କଠାରୁ ବିଭିନ୍ନ ଆଳରେ ଟଙ୍କା ଆଦାୟ କରିଥିଲେ।

ନକ୍ସଲ କାର୍ଯ୍ୟକଳାପ ଲାଗି ଆର୍ଥିକ ସହାୟତା ଦିଆଯାଇଥିବା ମଧ୍ୟ କୁହାଯାଇଥିଲା।

ସଂଘ ପାଖାପାଖି ୬୦କୋଟି ଟଙ୍କା ଆଦାୟ କରିଥିଲେ ମଧ୍ୟ ଏହାର କୌଣସି ହିସାବ ରଖାଯାଉନଥିଲା କି ଟ୍ରକ୍ ମାଲିକଙ୍କୁ ରସିଦ୍‌ ଦିଆଯାଉନଥିଲା।

ଆଦାୟ ହୋଇଥିବା ଏହି ଟଙ୍କାକୁ ଆତ୍ମସାତ କରି ଅଭିଯୁକ୍ତମାନେ ବିଭିନ୍ନ ଘରୋଇ ବ୍ୟବସାୟ, ବିଶେଷ କରି ଲଜିଷ୍ଟିକ୍ସ, ଟ୍ରେଡିଂ, ଖଣି ଓ ରିଅଲ୍‌ ଇଷ୍ଟେଟ୍‌ ସଂସ୍ଥା ସାମିଲ ଥିବା ସନ୍ଦେହ କରାଯାଉଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)