Blackboard ଅତ୍ୟାଧୁନିକ ବ୍ଲାକ୍ବୋର୍ଡ
ଚୀନ୍ର ଟେକ୍ନୋଲୋଜି କମ୍ପାନି ଆଇଫ୍ଲାଏଟେକ୍ ଦ୍ବାରା ବିକଶିତ 'ଟଙ୍ଗ୍ଚୁଆଙ୍ଗ୍ ଏଆଇ ବ୍ଲାକ୍ବୋର୍ଡ ' ଏବେ ଶିକ୍ଷାଦାନର ରୂପରେଖ ବଦଳାଇବାକୁ ଯାଉଛି।
ଏହି ବ୍ଲାକ୍ବୋର୍ଡରେ ଶିକ୍ଷକ ଗୋଟିଏ ସାଧାରଣ ତ୍ରିଭୁଜ କିମ୍ବା ବୃତ୍ତଚିତ୍ର ଆଙ୍କିଲେ କ୍ଷଣକ ମଧ୍ୟରେ ଏଆଇ ତାହାକୁ ସୁନ୍ଦର ଥ୍ରିଡି ମଡେଲ୍କୁ ବଦଳାଇଦେବ।
ସାଂଘାଇଠାରେ ଅନୁଷ୍ଠିତ 'ୱାର୍ଲଡ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କନ୍ଫରେନ୍ସ'ରେ ଏହି ଏଆଇ ବ୍ଲାକ୍ବୋର୍ଡକୁ ପ୍ରଦର୍ଶିତ କରାଯାଇଥିଲା।
ଏହି ସ୍ମାର୍ଟ ବ୍ଲାକ୍ବୋର୍ଡରେ ହାତଲେଖା ଚିହ୍ନିବା କ୍ଷମତା, ଭିଜୁଆଲ୍ ପ୍ରୋସେସିଂ ଓ ୩ଡି ମଡେଲିଂ ଟେକ୍ନୋଲୋଜିର ସମ୍ମିଶ୍ରଣ କରାଯାଇଛି।
Advertisment Neglect: ଭୂମିପୂଜାରେ ଅଟକିଛି ଜନଜାତି ଓ ଆଦିବାସୀ ସଂସ୍କୃତି ଭବନ, ୧୦କୋଟି ପଡ଼ି ରହିଛି ବୋର୍ଡରେ ଅଙ୍କାଯାଇଥିବା ଅସଂପୂର୍ଣ୍ଣ ଚିତ୍ରକୁ ଏହା ଆପେ ଆପେ ଠିକ୍ ଜ୍ୟାମିତିକ ଆକାର ଦେଇଥାଏ।
ବୋର୍ଡରେ ଲେଖାଯାଇଥିବା ଗାଣିତିକ ସମୀକରଣକୁ ପଢ଼ି ଏହା ସଙ୍ଗେ ସଙ୍ଗେ ଗ୍ରାଫ୍ ଚିତ୍ର ପ୍ରସ୍ତୁତ କରିଦିଏ।
ବିଶେଷ କରି ଗଣିତ ଓ ଜ୍ୟାମିତି ଭଳି ଜଟିଳ ବିଷୟଗୁଡ଼ିକୁ କେବଳ ବହି ଚିତ୍ରରେ ନ ବୁଝାଇ, ୩ଡି ମଡେଲ୍ ମାଧ୍ୟମରେ ସହଜରେ ବୁଝାଇବାରେ ଏହା ଶିକ୍ଷକମାନଙ୍କୁ ସାହାଯ୍ୟ କରିବ।
ତଥ୍ୟ ଅନୁସାରେ, ଏହି ଏଆଇ ବ୍ଲାକ୍ବୋର୍ଡ ଚୀନ୍ର ୧,୪୦୦ରୁ ଅଧିକ ଶ୍ରେଣୀଗୃହରେ ନିୟମିତ ବ୍ୟବହୃତ ହେଉଛି।
କମ୍ପାନିର ଶିକ୍ଷା ଟେକ୍ନୋଲୋଜି ଏବେ ସୁଦ୍ଧା ୬୦,୦୦୦ରୁ ଅଧିକ ସ୍କୁଲ୍ ଏବଂ ୧୬ କୋଟିରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଖରେ ପହଞ୍ଚିସାରିଛି।
Kalinga Ghati: ୪୫ଦିନ ବିତିଗଲା, ଖୋଲି ପାରିଲାନି କଳିଙ୍ଗା ଘାଟିର ରାସ୍ତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
