Truck: ଭୀମଦଳି ଘାଟିରେ ଓଲଟିଲା ଲୁହା ବୋଝେଇ ଟ୍ରକ୍: ରାୟଗଡ଼ା–ବ୍ରହ୍ମପୁର ଜାତୀୟ ରାଜପଥରେ ଯାତାୟାତ ଠପ୍

Aug 06, 2026 - 10:56
Truck: ଭୀମଦଳି ଘାଟିରେ ଓଲଟିଲା ଲୁହା ବୋଝେଇ ଟ୍ରକ୍: ରାୟଗଡ଼ା–ବ୍ରହ୍ମପୁର ଜାତୀୟ ରାଜପଥରେ ଯାତାୟାତ ଠପ୍

"ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ବ୍ଲକ୍‌ର ଖାରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଗୁରୁବାର ସକାଳେ ଏକ ଲୁହା ବୋଝେଇ ଟ୍ରକ୍ ଟାୟାର ଫାଟିଯିବାରୁ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟି ପଡ଼ିଛି।

ଫଳରେ ରାୟଗଡ଼ା–ବ୍ରହ୍ମପୁର ଜାତୀୟ ରାଜପଥରେ ଉଭୟ ଦିଗର ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଉଭୟ ପାର୍ଶ୍ୱରେ ଶତାଧିକ ଛୋଟ ଓ ବଡ଼ ଗାଡ଼ି ଅଟକି ରହିଛି।Advertisment ସୂଚନା ଅନୁଯାୟୀ, ଲୁହା ସାମଗ୍ରୀ ବୋଝେଇ ଟ୍ରକ୍‌ଟି ବ୍ରହ୍ମପୁରରୁ ରାୟଗଡ଼ା ଅଭିମୁଖେ ଯାଉଥିବା ବେଳେ ଭୀମଦଳି ଘାଟିରେ ହଠାତ୍ ଟାୟାର ଫାଟିଯାଇଥିଲା।

ଏହାପରେ ଚାଳକ ଗାଡ଼ିର ନିୟନ୍ତ୍ରଣ ହରାଇବାରୁ ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା।

ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥ ସମ୍ପୂର୍ଣ୍ଣ ଅବରୋଧ ହୋଇପଡ଼ିଥିଲା ଏବଂ ଉଭୟ ପାର୍ଶ୍ୱରେ ଦୀର୍ଘ ଗାଡ଼ି ଧାଡ଼ି ଲାଗିଥିଲା।

ଆହୁରି ପଢନ୍ତୁ: Sonam Wangchuk: ୨୬ ଦିନିଆ ଅନଶନ ସମାପ୍ତ କରିବାର ଫଟୋ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀମାନେ ମୋ ବିଶ୍ୱାସ ଭାଙ୍ଗିଛନ୍ତି: ୱାଙ୍ଗଚୁକ୍ ଖବର ପାଇ ମୋହନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ଟିକୁ ହଟାଇବା ସହ ଯାତାୟାତ ସ୍ୱାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି।

ତେବେ ଏହି ଦୁର୍ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।