Trump Hormuz Deal: ଆମେ ହର୍ମୁଜ୍ ଚୁକ୍ତିର ନିକଟତର, କିନ୍ତୁ ଜଣଙ୍କୁ କିମ୍ବା ଉଭୟଙ୍କୁ ପଛକୁ ହଟିବାକୁ ପଡିବ: ଟ୍ରମ୍ପ

Aug 06, 2026 - 10:56
Trump Hormuz Deal: ଆମେ ହର୍ମୁଜ୍ ଚୁକ୍ତିର ନିକଟତର, କିନ୍ତୁ ଜଣଙ୍କୁ କିମ୍ବା ଉଭୟଙ୍କୁ ପଛକୁ ହଟିବାକୁ ପଡିବ: ଟ୍ରମ୍ପ

"ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ହର୍ମୁଜ୍ ପ୍ରଣାଳୀ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି।

ସେ କହିଛନ୍ତି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ସମୁଦ୍ର ପଥକୁ ପୁନର୍ବାର ଖୋଲିବା ପାଇଁ ଚଳିତ ସପ୍ତାହରେ ଏକ ଚୁକ୍ତି ହୋଇପାରେ।

ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଛି ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ ଏକ ବଡ଼ ଚୁକ୍ତି ହୋଇପାରେ।

ଆମେ ହର୍ମୁଜ୍ ଚୁକ୍ତିର ନିକଟତର, କିନ୍ତୁ ଜଣଙ୍କୁ କିମ୍ବା ଉଭୟଙ୍କୁ ପଛକୁ ହଟିବାକୁ ପଡିବ ବୋଲି ଟ୍ରମ୍ପ କହିଛନ୍ତି।ଟ୍ରମ୍ପଙ୍କ ଅନୁଯାୟୀ, ଇରାନ ଏବଂ ଓମାନ ଦୀର୍ଘ ଦିନ ଧରି ହର୍ମୁଜ୍ ପ୍ରଣାଳୀ ଖୋଲିବା ନେଇ ଆଲୋଚନା କରୁଛନ୍ତି, ଯାହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଟ୍ରମ୍ପ ପୂର୍ବରୁ ହର୍ମୁଜ୍ ପ୍ରଣାଳୀ ଖୋଲିବା ପାଇଁ ମଧ୍ୟ ଦାବି କରିଛନ୍ତି।

କିନ୍ତୁ ତାଙ୍କ ଦାବି ପରେ ବି ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ ଜାରି ରହିଛି।

ଏବେ ଅନୁମାନ କରାଯାଉଛି ଯେ, ଓମାନ ଏହି ଗୁରୁତ୍ୱପୂର୍ଣ୍ଣ ପଥ ଖୋଲିବା ପାଇଁ ଇରାନକୁ ରାଜି କରାଇଛି।Advertisment ହର୍ମୁଜ୍ ଖୋଲିବାକୁ ଚେଷ୍ଟା କରୁଛି ଆମେରିକା ଆମେରିକା ଏବେ ଇରାନ ସହିତ ଉତ୍ତେଜନା ହ୍ରାସ କରିବା ଏବଂ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାକୁ ଚେଷ୍ଟା କରୁଛି ।

ଆମେରିକାର ଜଣେ ବୈଦେଶିକ ବିଭାଗର ଅଧିକାରୀଙ୍କ ଅନୁଯାୟୀ,ଗତ ଦୁଇ ଦିନ ଧରି ରୋମରେ ଆମେରିକା,ଇରାନ ଏବଂ ଓମାନ ମଧ୍ୟରେ ଆଲୋଚନା ଜାରି ରହିଛି।

ଆଲୋଚନା ସକାରାତ୍ମକ ରହିଥିଲା।

ଆବଶ୍ୟକ ହେଲେ ଗୁରୁବାର ଏହା ପୁଣି ଥରେ ଆରମ୍ଭ ହୋଇପାରେ।

Sonam Wangchuk: ୨୬ ଦିନିଆ ଅନଶନ ସମାପ୍ତ କରିବାର ଫଟୋ ପ୍ରକାଶ କରି କେନ୍ଦ୍ରମନ୍ତ୍ରୀମାନେ ମୋ ବିଶ୍ୱାସ ଭାଙ୍ଗିଛନ୍ତି: ୱାଙ୍ଗଚୁକ୍ ଓମାନ ଏବଂ ଇରାନର ପ୍ରତିନିଧିମାନେ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ଏକ ଚୁକ୍ତିନାମା ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ଅଧିକାରୀମାନେ କହିଛନ୍ତି ଯେ ଏହି ଡ୍ରାଫ୍ଟକୁ ବର୍ତ୍ତମାନ କେବଳ ଇରାନର ସର୍ବୋଚ୍ଚ ନେତା ମୋଜତାବା ଖେମିନିଙ୍କ ଅନୁମୋଦନର ଆବଶ୍ୟକତା ରହିଛି।

ଏହି ଚୁକ୍ତିନାମା ଏକ ଅସ୍ଥାୟୀ ବ୍ୟବସ୍ଥା ହେବ।

ଏହା ପରେ ଆମେରିକା ଏବଂ ଇରାନ ମଧ୍ୟରେ ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମ ଉପରେ ଆଲୋଚନା ପୁନଃ ଆରମ୍ଭ ହୋଇପାରେ।

ତେବେ ଆମେରିକା ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ, ଆମେ ଏପରି କୌଣସି ଚୁକ୍ତିନାମାକୁ ସମର୍ଥନ କରିବୁ ନାହିଁ ଯାହା ଇରାନକୁ ହର୍ମୁଜ୍ ପ୍ରଣାଳୀ ଉପରେ ନିୟନ୍ତ୍ରଣ କରିବାକୁ ଦେବ କିମ୍ବା ଜାହାଜ ଉପରେ ସୁରକ୍ଷା ଶୁଳ୍କ ଲାଗୁ କରିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।