Investment: ପୁଞ୍ଜି ନିବେଶ ନାଁରେ ୧.୨୩ କୋଟି ଠକେଇ: ମାଷ୍ଟର୍ମାଇଣ୍ଡ୍ ସେଲୁନ୍ ମାଲିକ ଗିରଫ
"ଭୁବନେଶ୍ବର: ସେଲୁନ୍ରୁ ଅପରେଟ୍ ହେଉଛି ନେଟ୍ୱର୍କ।
ସେୟାର ମାର୍କେଟ୍ରେ ପୁଞ୍ଜିନିବେଶ କଲେ ଦୁଇଗୁଣା ଲାଭ ଲୋଭ ଦେଖାଇ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଠକେଇ ଓ ପରେ ଏହି ଟଙ୍କାରେ ଅୟସ କରୁଥିଲେ।
ଓଡ଼ିଶା ସମେତ ବିହାର, ଛତିଶଗଡ଼ ଭଳି ଏକାଧିକ ରାଜ୍ୟରୁ ପ୍ରାୟ ୧.୨୩ କୋଟି ଟଙ୍କା ଠକେଇ କରିଥିଲେ।
ଏଭଳି ଏକ ସାଇବର୍ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ଦେବଗଡ଼ ଜିଲ୍ଲା ରେମାଳ ଅଞ୍ଚଳର ଲାଲା ବସନ୍ତରା(୨୧)କୁ ସାଇବର ଥାନା ପୁଲିସ ଗିରଫ କରିଛି।
ଲାଲା ଏବଂ ତା"ର ସହଯୋଗୀ ଜଣେ ବିଜେପି ନେତାଙ୍କୁ ମଧ୍ୟ ୩୮ଲକ୍ଷ ଟଙ୍କାର ଚୂନ ଳଗାଇଥିବା ପୁଲିସ ଖୋଳତାଡ଼ ବେଳେ ଜାଣିବାକୁ ପାଇଛି।Advertisment Information Office: ପାଖେଇ ଆସୁଛି ସ୍ୱାଧୀନତା ଦିବସ: ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟରେ ଝୁଲୁଛି ତାଲା ଏଥିରେ ସମ୍ପୃକ୍ତ ଅନ୍ୟ ସାଇବର୍ ଠକଙ୍କୁ ଗିରଫ ପାଇଁ ଚଢ଼ଉ ଜାରି ରଖିଛି।
କିଛିମାସ ତଳେ ରାଜଧାନୀର ଜଣେ ବିଜେପି ନେତାଙ୍କ ହ୍ବାଟ୍ଆପ୍କୁ ମେସେଜ୍ ଆସିଲା।
କିଛିକ୍ଷଣ ପରେ ତାଙ୍କୁ ଏକ ଗ୍ରୁପ୍ରେ ଯୋଡ଼ାଗଲା।
ଗ୍ରୁପ୍ର ସଦସ୍ୟମାନେ କିଏ ଦିନକରେ ୧୦ ହଜାର ଲାଭ କଲାଣି ତ କିଏ ୩୦ହଜାର ଏମିତି ମେସେଜ୍ ଆସୁଥାଏ।
କିଛି ସଦସ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଉଥାଆନ୍ତି।
ନୂଆ ସଦସ୍ୟଙ୍କୁ ସେବି ଦ୍ବାରା ପଞ୍ଜୀକୃତ ଆପ୍ ପଠାଇ ସେଥିରେ ପୁଞ୍ଜିନିବେଶ କରିବାକୁ ପ୍ରବର୍ତ୍ତାଉଥାଆନ୍ତି।
ନେତା ଜଣଙ୍କ କିଛିଦିନ ଗ୍ରୁପ୍ରେ କାର୍ଯ୍ୟକଳାପ ଅନୁଧ୍ୟାନ କଲାପରେ ପୁଞ୍ଜିନିବେଶ ପାଇଁ ମନ ବଳାଇଥିଲେ।
ସାଇବର ଠକ ତାଙ୍କୁ ୨ଟି ଆପ୍ ପଠାଇଥିଲେ।
ଏହାପରେ ନେତା ଜଣଙ୍କ ପ୍ରଥମେ ଅଳ୍ପଟଙ୍କା ନିବେଶ କଲେ।
୨ଦିନ ପରେ ତାଙ୍କୁ ଦୁଇଗୁଣ ଟଙ୍କା ମିଳିଲା।
Judgement: ଅର୍ଜୁନ ଜାନୀଙ୍କୁ ନିର୍ଦ୍ଦୋଷରେ ଖଲାସ କଲେ ସୁପ୍ରିମ୍କୋର୍ଟ; ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସମାଲୋଚନା ପୁଣି ନିବେଶ କରିବାରୁ ଉଚ୍ଚ ସୁଧ ହାରରେ ଟଙ୍କା ମିଳିଲା।
ଏମିତି ନେତାଙ୍କ ବିଶ୍ବାସଭାଜନ ହୋଇଥିଲେ ସାଇବର ଠକ।
ଏହାପରେ ନେତା ଜଣଙ୍କ ବିଭିନ୍ନ ପର୍ଯ୍ୟୟରେ ୩୮ ଲକ୍ଷ ଟଙ୍କା ନିବେଶ କରିଥିଲେ।
ତାଙ୍କ ୱାଲେଟ୍ରେ ଦୁଇଗୁଣ ଟଙ୍କା ଦେଖାଇଥିଲା।
କିନ୍ତୁ ଉଠାଇବାକୁ ଯିବାରୁ ତାଙ୍କୁ ଟଙ୍କା ଉଠାଇବାକୁ ଅନୁମତି ମିଳିନଥିଲା।
କର ଓ ପ୍ରକ୍ରୀୟାକରଣ ଶୁଳ୍କ ବାବଦକୁ ୩୦ ପ୍ରତିଶତ ସେବାଶୁଳ୍କ ସହ ଅନ୍ୟାନ୍ୟ ଅତିରିକ୍ତ ଦେୟ ଦେବାକୁ କୁହାଯାଇଥିଲା।
ସେ ସମସ୍ତ ଦେୟ ବି ଜମା କରିଥିଲେ।
ପୁଞ୍ଜି ନିବେଶ ଓ ଦେୟ ବାବଦକୁ ବିଭିନ୍ନ ପର୍ଯ୍ୟାୟରେ ଟଙ୍କା ଜମା କରିଥିଲେ।
ଏହାସତ୍ତ୍ବେ ଟଙ୍କା ଫେରିପାଇନଥିଲେ।
ଠକେଇର ଶିକାର ହୋଇଥିବା ଜାଣି ସାଇବର ଥାନାରେ ଅଭିଯୋଗ କରିଥିଲେ।
ସାଇବର ଥାନା ପୁଲିସ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା।
ଗତକାଲି ରାତିରେ ପୁଲିସର ଏକ ଟିମ୍ ଦେବଗଡ଼ରେ ଚଢ଼ଉ କରି ଲାଲାକୁ ଗିରଫ କରିଥିଲା।
ଥାନାକୁ ଆଣି ଜେରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।
ତଦନ୍ତ ବେଳେ ଜଣାପଡ଼ିଛି ଲାଲାର ଏକ ସେଲୁନ୍ ଅଛିଳ ଯେଉଁଠୁ ସାଇବର ଅପରାଧ ନେଟ୍ୱର୍କ ଚଳାଇଥିଲା।
ଏଥିପାଇଁ ବାହାର ରାଜ୍ୟର କିଛି ସାଇବର୍ ଠକଙ୍କ ସହ ଯୋଗାଯୋଗ କରିଥିଲେ।
ଯେଉଁ ଟଙ୍କା ଠକୁଥିଲେ ଏମାନେ କିଛି ଭାଗ ରଖୁଥିବା ବେଳେ ସିଂହଭାଗ ବାହାର ରାଜ୍ୟ ଠକଙ୍କୁ ପଠାଉଥିଲେ।
ଏମାନେ ପାଖାପାଖି ୧.୨୩ କୋଟି ଟଙ୍କା ଠକିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।
ପୁଲିସ ବାହାର ରାଜ୍ୟ ଠକଙ୍କୁ ଠାବ ପାଇଁ ଉଦ୍ୟମ ଜାରି ରଖିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।