Trinamool Congress: କାଳୀ ପୂଜାରେ ଭାବବିହ୍ୱଳ ହୋଇ କାନ୍ଦିଲେ ଟିଏମ୍ସି ସାଂସଦ
କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।
ଏଥିରେ ସେ କାଳୀ ପୂଜା ସମୟରେ ଅତ୍ୟନ୍ତ ଭାବବିହ୍ୱଳ ହୋଇ କାନ୍ଦୁଥିବା ଦେଖିବାକୁ ମିଳିଛି।
ପଶ୍ଚିମବଙ୍ଗର ବାଙ୍କୁଡ଼ାସ୍ଥିତ ତାଙ୍କ ପୈତୃକ ବାସଭବନରେ ପାରମ୍ପରିକ ରୀତିନୀତି ଅନୁସାରେ କାଳୀ ପୂଜାର ଆୟୋଜନ କରାଯାଇଥିଲା।
ପୂଜା ସମୟରେ ମା' କାଳୀ ଙ୍କ ମୂର୍ତ୍ତି ସାମ୍ନାରେ ସେ ହାତ ଯୋଡ଼ି କାନ୍ଦି କାନ୍ଦି ପ୍ରାର୍ଥନା କରୁଥିବା ଭିଡିଓରେ ନଜର ଆସିଛନ୍ତି।
ଏହା ପ୍ରଥମ ଘଟଣା ନୁହେଁ।
ଚଳିତ ବର୍ଷ ଅକ୍ଟୋବରରେ ଦୁର୍ଗା ପୂଜା ସମୟରେ ମଧ୍ୟ କଲ୍ୟାଣ ବାନାର୍ଜୀଙ୍କ ଏକ ଭିଡିଓ ଭାଇରାଲ୍ ହୋଇଥିଲା।
ଶ୍ରୀରାମପୁରସ୍ଥିତ ତାଙ୍କ ବାସଭବନରେ ସନ୍ଧି ପୂଜା କରୁଥିବା ବେଳେ ସେ ମା' ଦୁର୍ଗାଙ୍କ ମୂର୍ତ୍ତି ସାମ୍ନାରେ ହାତ ଯୋଡ଼ି କାନ୍ଦୁଥିଲେ।
ଏହି ସମୟରେ ସେ 'ଭବତାରିଣୀ ମା', ଜୟ ତାରା' ଧ୍ୱନି ଦେଉଥିବା ଶୁଣିବାକୁ ମିଳିଥିଲା।
'ପଶ୍ଚିମବଙ୍ଗବାସୀ ଏବେ ସୁଖରେ ନାହାନ୍ତି' ଲୋକସଭା ସାଂସଦ କଲ୍ୟାଣ ବାନାର୍ଜୀ କହିଛନ୍ତି, ' ଯେ ସେ ମା' କାଳୀଙ୍କୁ ସମସ୍ତଙ୍କୁ ଶାନ୍ତି ଓ ସୁଖ ଦେବା ସହ ଅସୁରମାନଙ୍କୁ ନିପାତ କରିବା ପାଇଁ ପ୍ରାର୍ଥନା କରିଛନ୍ତି।
ପୂଜାରେ ମା'ଙ୍କ ଆଶୀର୍ବାଦ ମାଗିଛନ୍ତି।
ମା' ସମସ୍ତଙ୍କୁ ଖୁସି ଓ ସୁଖରେ ରଖନ୍ତୁ।
ପଶ୍ଚିମବଙ୍ଗର ଲୋକମାନେ ଏବେ ସୁଖରେ ନାହାନ୍ତି।
ଗତ ୬ ମାସ ହେଲା ପଶ୍ଚିମବଙ୍ଗବାସୀଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି।
ମା' ପୂର୍ଣ୍ଣ ଶକ୍ତି ସହ ଦୁଷ୍ଟ ଲୋକମାନଙ୍କୁ ନିପାତ କରନ୍ତୁ।' 'ମା' ଦାନବମାନଙ୍କୁ ଶେଷ କରନ୍ତୁ' କଲ୍ୟାଣ ବାନାର୍ଜୀ ଆହୁରି କହିଛନ୍ତି, “ପଶ୍ଚିମବଙ୍ଗର ସ୍ଥିତି ଏବେ ଭଲ ନାହିଁ।
ଆମକୁ ଦୁର୍ଗା ପୂଜା ମଧ୍ୟ କରିବାକୁ ଦିଆଯାଇ ନଥିଲା।
ଦୁର୍ଗା ପୂଜା କଲେ ଆମକୁ ଶ୍ରୀରାମପୁରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ ବୋଲି କୁହାଯାଇଥିଲା।
ସନାତନୀ ହେବାର ନାଁ ନେଇ କିଛି ଲୋକ ଅସନାତନୀ କାମ କରୁଛନ୍ତି।
ସେମାନେ ସନାତନୀ ନୁହନ୍ତି।
ସନାତନୀ ନାଁରେ ସେମାନେ ଦାନବ।
ବଙ୍ଗଳାରେ ଏବେ ସୁଖ ଓ ଶାନ୍ତି ଆବଶ୍ୟକ।
ଗତ ୬ ମାସ ମଧ୍ୟରେ ଏଠାରେ ଅଶାନ୍ତି ବ୍ୟାପିଛି।
ମା' ଆଶୀର୍ବାଦ ଦିଅନ୍ତୁ ଏବଂ ଅଶାନ୍ତି ଦୂର କରନ୍ତୁ।
ଯେଉଁ ଦାନବମାନେ ଏସବୁ କରୁଛନ୍ତି, ମା' ସେମାନଙ୍କୁ ଶେଷ କରନ୍ତୁ।
ଯେଉଁମାନେ ଆମକୁ ପୂଜା କରିବାକୁ ଦେବେ ନାହିଁ ବୋଲି କହିଥିଲେ, ମା' ସେମାନଙ୍କୁ ନିପାତ କରନ୍ତୁ।” ଦୀପାବଳି ରାତିରେ ମଧ୍ୟପ୍ରଦେଶର ଦୁଇଟି ସ୍ଥାନରେ ଭୟଙ୍କର ଅଗ୍ନିକାଣ୍ଡ:୧୨ ମୃତ Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
