Cricket: ନ୍ୟୁଜିଲାଣ୍ଡକୁ ପୁଣି ଝଟକା: ଫର୍ଗୁସନ୍, ଟିକ୍ନର୍ ବାଦ୍
ଅକ୍ଲାଣ୍ଡ: ସଂପ୍ରତି ଭାରତ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୦-୨ରେ ପଛୁଆ ଥିବା ନ୍ୟୁଜିଲାଣ୍ଡ କୁ ଆହତ ଜନିତ ଝଟ୍କା ଲାଗିଛି।
ଦ୍ରୁତ ବୋଲର ଲୋକି ଫର୍ଗୁସନ୍ ସୁସ୍ଥ ହୋଇ ନଥିବାରୁ ଶେଷ ଦୁଇ ମ୍ୟାଚ୍ ଲାଗି ଦଳରୁ ବାଦ୍ ପଡ଼ିଛନ୍ତି।
ତାଙ୍କ ସହ ସହ ଏଥିରେ ୱେଲିଂଟନ୍ ଦିନିକିଆରେ ମୁଣ୍ଡରେ ଆଘାତ ପାଇଥିବା ବ୍ଲେୟାର ଟିକନର୍ ମଧ୍ୟ ଯୋଡ଼ି ହୋଇଛନ୍ତି।
Advertisment ୭ ଦିନ ବିଶ୍ରାମ ପାଇଁ ପାରିବେନି ଖେଳି ଟିକ୍ନର ସୁସ୍ଥ ହୋଇଥିଲେ ମଧ୍ୟ ମୁଣ୍ଡ ଆଘାତ ଜନିତ ଆଇସିସି ନିୟମ ଅନୁଯାୟୀ ୭ ଦିନ ବିଶ୍ରାମ ପାଇଁ ଖେଳିପାରିବେନି।
ତେଣୁ ତାଙ୍କ ସ୍ଥାନରେ ଦଳରେ କ୍ରିଷ୍ଟିଆନ୍ କ୍ଲାର୍କଙ୍କୁ ସାମିଲ କରାଯାଇଛି।
ଦିନିକିଆ ଶୃଙ୍ଖଳା ପୂର୍ବରୁ ଆହତ ହୋଇଥିବା ମ୍ୟାଟ୍ ହେନରି ଚତୁର୍ଥ ଦିନିକିଆ ବେଳକୁ ଫେରିବାର ସମ୍ଭାବନା ରହିଛି।
Hockey: ନ୍ୟୁଜିଲାଣ୍ଡ ବିପକ୍ଷ ହକି ଶୃଙ୍ଖଳା: ଭାରତୀୟ ଯୁବ ଦଳରେ ଓଡ଼ିଶାରୁ ୩, ଉଭୟ ଦେଶ ମଧ୍ୟ ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
