Tree Plantation Drive ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

Jul 08, 2026 - 18:26
Tree Plantation Drive ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ

"ବୋଡ଼େନ: ବ୍ଳକ୍‌ "ସମ୍ବାଦ-ସାହିତ୍ୟ ଘର" ଓ ଇମ୍ପେରିଆଲ ପ୍ରେସିଡେନ୍ସି ସ୍କୁଲ କେରାପଦର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Advertisment Sahitya ghara: ଗୁଣପୁର ସମ୍ବାଦ ସାହିତ୍ୟଘର ବାର୍ଷିକ ଉତ୍ସବ: "ଗଣତନ୍ତ୍ରକୁ ସୁଦୃଢ଼ କରିବା ନେତୃତ୍ବ ନେଉ ସାହିତ୍ୟଘର" ସ୍କୁଲ୍‌ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲ ଅଧ୍ୟକ୍ଷ ସୁମନ୍ତ କୁମାର ଯୋଷୀ ଅଧ୍ୟକ୍ଷତା କରିଥିଲେ।

ପୂର୍ବତନ ସମିତି ସଭ୍ୟ ସୈଦାଗର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।

ପ୍ରତ୍ୟେକ ଛାତ୍ର ଛାତ୍ରୀ ମାନଙ୍କୁ ଗୋଟିଏ ଗଛ ଲଗାଇବାକୁ ପାଇଁ ପରାମର୍ଶ ଦେଇଥିଲେ।

ନିଜ ବକ୍ତବ୍ୟରେ ଶ୍ରୀସାହୁ କହିଥିଲେ, ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ କ୍ଷୟ ଯୋଗୁଁ ବିଶ୍ବରେ ଉତ୍ତାପ ବୃଦ୍ଧି ଘଟୁଛି।

ସେଥିପାଇଁ ବୃକ୍ଷ ରୋପଣ କେବଳ ଏକମାତ୍ର ବିକଳ୍ପ ଅଟେ।

ଶିକ୍ଷୟିତ୍ରୀ ଅମ୍ରିତା ଖମାରୀ, ଆତ୍କା କ୍ଯୁରେସି, ପ୍ରୀତୀସୁଧା ବୈଠାରୁ, ଶିକ୍ଷକ କୈଳାସ ପାଣ୍ଡେ, ରାଜେଶ ବଛା, ଅଜୟ ବୈଠାରୁ, ଯୋଗେନ୍ଦ୍ର ମାଝୀ, ଅନିଳ ନାୟକ ସହ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ଫୁଲଫଲ ଗଛ ବୃକ୍ଷରୋପଣ କରିଥିଲେ।

ବୋଡ଼େନ ସମ୍ବାଦ ପ୍ରତିନିଧି ଭୀଷ୍ମ ଦେବ ହେର୍ଣ୍ଣା ଧନ୍ୟବାଦ ଅର୍ପଣ କରିଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।