EV: ନୂଆ ଗାଡ଼ିର ୧୨% ଇଭି: ଟିଭିଏସ୍‌, ବଜାଜ, ଏଥର୍‌ ଆଗରେ

Jul 08, 2026 - 18:47
EV: ନୂଆ ଗାଡ଼ିର ୧୨% ଇଭି: ଟିଭିଏସ୍‌, ବଜାଜ, ଏଥର୍‌ ଆଗରେ

"ନୂଆଦିଲ୍ଲୀ: ଦେଶର ଇଲେକ୍ଟ୍ରିକ୍‌ ଯାନ (ଇଭି)ର ଗ୍ରହଣୀୟତା ଦ୍ରୁତ ଗତିରେ ବଢ଼ୁଛି।

ନୂଆ ଗାଡ଼ି କିଣିବାକୁ ଚାହୁଥିବା ଗ୍ରାହକମାନଙ୍କୁ ମଧ୍ୟରୁ ଏକ ବଡ଼ ଭାଗ ଇଭି ନେବାକୁ ଚାହୁଛନ୍ତି।

ସେଥିପାଇଁ ପ୍ରଥମ ଥର ଜୁନ ମାସରେ ମୋଟ ଗାଡ଼ି ବିକ୍ରିରେ ଇଭିର ଭାଗ ୧୨ ପ୍ରତିଶତକୁ ବୃଦ୍ଧି ପାଇଛି।

ଅର୍ଥାତ ଦେଶରେ ବିକ୍ରି ହୋଇଥିବା ପ୍ରତି ୧୦୦ଟି ନୂଆ ଗାଡ଼ି ମଧ୍ୟରୁ ୧୨ଟି ହେଉଛି ଇଭି।

ଅଟୋମୋବାଇଲ୍‌ ଡିଲର ମହାସଂଘ ଏଫ୍‌ଏଡିଏ ତଥ୍ୟରୁ ଏହା ଜଣାପଡ଼ିଛି।

ଦୁଇଚକିଆ ଯାନରେ ଇଭିର ଗ୍ରହଣୀୟତା ଦ୍ରୁତ ଗତିରେ ବଢ଼ୁଛି।

ଫଳରେ ଏହାର ବଜାର ସାନ୍ଧ୍ରତା ୧୦.୬ ପ୍ରତିଶତରେ ପହଞ୍ଚିଛି।Advertisment ଗତ ଜୁନ ମାସରେ ଦେଶରେ ଇଭି ବିକ୍ରି ୩୬ ପ୍ରତିଶତ ବୃଦ୍ଧି ପାଇ ୩,୦୬,୨୨୦ରେ ପହଞ୍ଚିଥିଲା।

ପୂର୍ବରୁ ଅନ୍ୟ କୌଣସି ମାସରେ ଏତେ ଅଧିକ ଇଭି ବିକ୍ରି ହୋଇନଥିଲା।

କେବଳ ଦୁଇଚକିଆ ନୁହେଁ, ଇଲେକ୍ଟ୍ରିକ୍‌ କାର ଓ ଇଲେକ୍ଟ୍ରିକ୍‌ ବାଣିଜ୍ୟିକ ଯାନ ବିକ୍ରି ମଧ୍ୟ ବଢ଼ିଛି।

ଗତ ଜୁନ୍‌ରେ ୩୧,୮୨୩ଟି ଇଲେକ୍ଟ୍ରିକ୍‌ କାର୍‌ ଓ ୩,୧୨୪ଟି ଇଲେକ୍ଟ୍ରିକ୍‌ ବାଣିଜ୍ୟିକ ଯାନ ବିକ୍ରି ହୋଇଥିଲା। ‌ଏଥି ସହିତ ତିନିଚକିଆ ଇଭି ବିକ୍ରି ୬୪ ପ୍ରତିଶତ ବୃଦ୍ଧି ପାଇ ୭୭,୪୪୮ରେ ପହଞ୍ଚିଥିଲା।

ଏହି ମାସରେ ୧,୯୩,୭୩୫ଟି ଦୁଇଚକିଆ ଇଭି ବିକ୍ରି ହୋଇଛି।

ମୋଟ୍‌ ଇଭି ବିକ୍ରି ପ୍ରତି ଦୁଇଚକିଆ ଗାଡ଼ିର ଭାଗ ଏବେବି ସର୍ବାଧିକ ରହିଛି।

ଆହୁରି ପଢନ୍ତୁ: Tree Plantation Drive ସମ୍ବାଦ ସାହିତ୍ୟଘର ପକ୍ଷରୁ ବୃକ୍ଷରୋପଣ ଇଭି ବିକ୍ରିରେ ପାରମ୍ପରିକ ଭାବେ ବଜାରର ଅଗ୍ରଣୀ ସଂସ୍ଥାଗୁଡ଼ିକ ଆଗରେ ରହିଛନ୍ତି।

ଟିଭିଏସ୍‌ ମୋଟର୍‌ କମ୍ପାନି ଏକ ନମ୍ବର ସ୍ଥାନରେ ରହିଛି।

କମ୍ପାନି ଗତ ଜୁନ୍‌ରେ ୪୭,୦୬୪ଟି ଇଭି ବିକ୍ରି କରିଥିଲା ଯାହା ପୂର୍ବବର୍ଷ ତୁଳନାରେ ୭୬.୦୫ ପ୍ରତିଶତ ଅଧିକ।

ଦ୍ବିତୀୟ ସ୍ଥାନରେ ଥିବା ବଜାଜ ଅଟୋର ଇଭି ବିକ୍ରି ୮୦.୫୪ ପ୍ରତିଶତ ବଢ଼ି ୪୩,୩୦୬ ହୋଇଛି।

ଏଥର ଏନର୍ଜି ୩୧,୨୩୦ଟି ଇଭି ବିକ୍ରି ହୋଇଛି।

କମ୍ପାନି ବିକ୍ରିରେ ୯୫ ପ୍ରତିଶତ ବୃଦ୍ଧି ହାସଲ କରିଛି।

ହିରୋ ମୋଟୋକର୍ପର ଦୁଇଚକିଆ ଇଭି ବିକ୍ରି ୧୫୭.୫୧ ପ୍ରତିଶତ ବଢ଼ି ୨୧,୮୨୦ ୟୁନିଟ୍‌ ହୋଇଛି।

ଓଲା ଇଲେକ୍ଟ୍ରିକ୍‌ର ବିକ୍ରି ୨୧.୯୭ ପ୍ରତିଶତ ହ୍ରାସ ପାଇ ୧୬,୧୫୦ରେ ପହଞ୍ଚିଛି।କାହାର କେତେ ବିକ୍ରି କମ୍ପାନି ଜୁନ୍‌ ବିକ୍ରିଟିଭିଏସ୍‌ ୪୭,୦୬୪ ବଜାଜ ୪୩,୩୦୬ଏଥର ଏନର୍ଜି ୨୧,୨୩୦ ହିରୋ ମୋଟୋକର୍ପ ୨୧,୯୨୦ଓଲା ଇଲେକ୍ଟ୍ରିକ୍‌ ୧୬,୧୫୦"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।