EPFO: ଜୁଲାଇ ୧୫ ସୁଦ୍ଧା ସୁଧ ଜମା କରିବ ଇପିଏଫ୍ଓ
"ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିିଧି ପାଣ୍ଠି ସଂଗଠନ (ଇପିଏଫ୍ଓ) ଚଳିତ ମାସ ୧୫ ସୁଦ୍ଧା ସଦସ୍ୟମାନଙ୍କ ଖାତାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୮.୨୫ ପ୍ରତିଶତର ସୁଧ ଜମା କରିବ।
ଶ୍ରମ ମନ୍ତ୍ରୀ ଡ.
ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ ଏକ ନୂଆ କେନ୍ଦ୍ରୀୟ ସୂଚନା ପ୍ରଯୁକ୍ତି ଆଧାରିତ ସେବା ବ୍ୟବସ୍ଥା (ସିଆଇଟିଇଏସ୍) ଜରିଆରେ ୧.୪୪ ଲକ୍ଷ କୋଟି ଟଙ୍କା ସଦସ୍ୟଙ୍କ ଖାତାରେ ଜମା ହେବ।
Advertisment ଇପିଏଫ୍ଓ ସଫଳତାର ସହ ବିକେନ୍ଦ୍ରୀକୃତ ଢାଞ୍ଚାରେ ଥିବା ତଥ୍ୟକୁ କେନ୍ଦ୍ରୀୟ ଡାଟାବେସ୍କୁ ସ୍ଥାନାନ୍ତର କରିବା କାର୍ଯ୍ୟ ଶେଷ କରିବ।
ନୂଆ ସିଷ୍ଟମ୍ରେ ଇପିଏଫ୍ ସଦସ୍ୟମାନେ ଏକୀକୃତ ସଦସ୍ୟ ପୋର୍ଟାଲ୍ରେ ସଦସ୍ୟତା ବିବରଣୀ, ପିଏଫ୍ ବାଲାନ୍ସ, ଦାବି ସ୍ଥିତି, ପେନ୍ସନ୍ଯୋଗ୍ୟ ସେବା ରେକର୍ଡ ଓ ଅନ୍ୟାନ୍ୟ ସୁବିଧାଗୁଡ଼ିକୁ ଦେଖିପାରିବେ।
ଇପିଏଫ୍ଓ ଦେବ ୮.୨୫% ସୁଧ ନୂଆ ବ୍ୟବସ୍ଥାରେ ସ୍ବୟଂଚାଳିତ ଭାବେ ଦାବିଗୁଡ଼ିକର ବୈଧତାକୁ ଆଗୁଯୋଞ୍ଚ କରାଯାଇପାରିବ।
ଏକ ଉଠାଣ ଅନୁରୋଧ ଇପିଏଫ୍ଓ କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ନୂଆ ବ୍ୟବସ୍ଥା ତାହାର ଯୋଗ୍ୟତା ଯାଞ୍ଚ କରି ସେଥିରେ ଥିବା ତ୍ରୁଟି ଚିହ୍ନଟ କରିବ ଏବଂ ସଦସ୍ୟ ଯଦି ଅନୁମତିପ୍ରାପ୍ତ ପରିମାଣଠାରୁ ଅଧିକ ଟଙ୍କା ଉଠାଇବା ପାଇଁ ଦାବି ଉପସ୍ଥାପନ କରିଥିବେ, ତେବେ ସେ ସମ୍ପର୍କରେ ତାଙ୍କୁ ସୂଚିତ କରିବ।
ଏହି ପଦକ୍ଷେପ ଦାବି ପ୍ରତ୍ୟାଖ୍ୟାନ ହାରକୁ ହ୍ରାସ କରିବା ସହ ପ୍ରଥମ ଥର ଦାବି ଗ୍ରହଣରେ ଉନ୍ନତି ଆଣିବା ଆଶା କରାଯାଉଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।