Travel the world: ଯାତ୍ରା ଦୁନିଆ: ପୁଣିଥରେ ଦିନେଶ-ଦୀପକ ଯୋଡ଼ିଙ୍କ ବାଜିମାତ୍‌

Aug 23, 2026 - 04:36
Travel the world: ଯାତ୍ରା ଦୁନିଆ: ପୁଣିଥରେ ଦିନେଶ-ଦୀପକ ଯୋଡ଼ିଙ୍କ ବାଜିମାତ୍‌

"ଧଉଳି ଗଣନାଟ୍ୟର ଚାରିଟି ନାଟକ ମୁକ୍ତିଲାଭ କରିଛି।

ଡାଏଲଗ୍‌ ମାଷ୍ଟର୍‌ ଡ.

ଦୀପକ ଜେନା ଏବଂ ଡ୍ରାମା ସାଇଣ୍ଟିଷ୍ଟ୍‌ ଦିନେଶ ଦାସଙ୍କ ଯୋଡ଼ିର ନୂଆ ନାଟକ "ଲଭ୍‌ ଜିହାଦ୍‌" ଦର୍ଶକଙ୍କ ମନ ଛୁଇଁଛି।

ବିଶ୍ୱଜିତ ରାଜଙ୍କ ପ୍ରଯୋଜିତ ଏବଂ ଯାତ୍ରା ଧଉଳି-ସଂସ୍କୃତିର ସ୍ୱରବର୍ଣ୍ଣ ଦ୍ୱାରା ପ୍ରସ୍ତୁତ ଏହି ନାଟକ କେବଳ ମନୋରଞ୍ଜନରେ ସୀମିତ ନୁହେଁ, ବରଂ ସାମାଜିକ ସଚେତନତାର ଏକ ଶକ୍ତିଶାଳୀ ପ୍ରୟାସ।Advertisment Education: "ଏନ୍‌ପିସିଆଇଏଲ୍"ରେ ଓଡ଼ିଶାର ଯୁବ ବୈଜ୍ଞାନିକ ଚର୍ଚ୍ଚିତଙ୍କ ଯୋଗଦାନ ନାଟକର ମୁଖ୍ୟ ଆକର୍ଷଣ ହେଉଛି ଏହାର ବାର୍ତ୍ତା।

ଅଶ୍ଳୀଳତା ଓ ନଗ୍ନତାକୁ ସମ୍ପୂର୍ଣ୍ଣ ଦୂରେଇ ରଖି  ସମାଜର ସମ୍ବେଦନଶୀଳ ପ୍ରସଙ୍ଗକୁ ମଞ୍ଚକୁ ଅଣାଯାଇଛି।

ଏହାକୁ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ଦେଖିପାରିବେ ବୋଲି ପ୍ରଯୋଜକ, ନାଟ୍ୟକାର ଏବଂ ନିର୍ଦ୍ଦେଶକ ଦୃଢ଼ତାର ସହିତ ଦାବି କରିଛନ୍ତି।

ନାଟକର କାହାଣୀ ସାମ୍ପ୍ରତିକ ସମାଜରେ ଚର୍ଚ୍ଚିତ ଲଭ୍‌ ଜିହାଦ୍‌ ପ୍ରସଙ୍ଗକୁ ପୃଷ୍ଠଭୂମି କରି ଗଢ଼ାଯାଇଥିବା ବେଳେ, ଏହାର ମୂଳ ବାର୍ତ୍ତା ହେଉଛି  ସଚେତନତା, ବିବେକ ଓ ମାନବିକତା।

ନାଟକରେ ମଣିଷ ଆଗ, ଧର୍ମ ପଛ ଏବଂ ଧର୍ମଗ୍ରନ୍ଥର ବାର୍ତ୍ତାକୁ ଠିକ୍ ଅର୍ଥରେ ବୁଝିବାର ଆହ୍ୱାନ ଦିଆଯାଇଛି।

କୌଣସି ଧର୍ମ ବିରୋଧରେ ନୁହେଁ, ବରଂ ଅମାନବିକତା ଓ ପ୍ରତାରଣା ବିରୋଧରେ ସମାଜକୁ ସଚେତନ କରିବା ଏହାର ଉଦ୍ଦେଶ୍ୟ ବୋଲି ମଧ୍ୟ ସଂସ୍ଥା ସ୍ପଷ୍ଟ କରିଛି।

ବିଶେଷକରି ନାଟକର କ୍ଲାଇମାକ୍ସ ଦର୍ଶକଙ୍କୁ  ସ୍ତବ୍ଧ କରିଥିବା ବେଳେ  "ଲଭ୍‌ ଜିହାଦ୍‌" ଲୋକପ୍ରିୟ ହେବ ବୋଲି ଆଶା କରାଯାଇପାରେ।

Weekly Horoscope 2026 August 23 to August 29: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ଏଥିରେ ମାନସ ସାସମଲ ଗୀତ ରଚନା କରିଥିବା ବେଳେ ତାହାକୁ ସଂଗୀତରେ ସଜାଇଛନ୍ତି ଅନୁଭବୀ ସଂଗୀତ ନିର୍ଦ୍ଦେଶକ କୃପାସିନ୍ଧୁ ବେହେରା।

ବିଭିନ୍ନ ଭୂମିକାରେ ଲକ୍ଷ୍ମୀଧର, ରୁଦ୍ର, ସ୍ମରଣିକା, ଆକାଶ, ବେବି, ଦୀପ, ସତ୍ୟ, କୈଳାଶ, ଜୟନ୍ତୀ, ଟୁନା କାଠିଆ, ମାମାଙ୍କ ଅଭିନୟ ଖୁବ୍ ଉଚ୍ଚକୋଟୀର ହୋଇଛି।-ନାରୟଣ କୁମାର ରାଉତରାୟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)