Training: କାଳୀ ସାଜିବାକୁ ଦୁଇ ବର୍ଷର ପ୍ରଶିକ୍ଷଣ
"ନିକଟରେ ପୌରାଣିକ ଆକ୍ସନ୍ ଚଳଚ୍ଚିତ୍ର "ମହାକାଳୀ"ର ଟିଜର୍ ମୁକ୍ତିଲାଭ କରିଛି।
ଏଥିରେ ଶୁକ୍ରାଚାର୍ଯ୍ୟ ଭୂମିକାରେ ଅକ୍ଷୟ ଖାନ୍ନାଙ୍କ ଅବତାର ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିବାବେଳେ କାଳୀଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଶ୍ରୀୟା ରେଡ୍ଡୀଙ୍କୁ ନେଇ ମଧ୍ୟ ଦର୍ଶକଙ୍କ ମନରେ କୌତୂହଳ ସୃଷ୍ଟି ହେଉଛି।
ସେ ପୂର୍ବରୁ ବିଭିନ୍ନ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଅଭିନୟ କରି ଆଞ୍ଚଳିକ ସ୍ତରରେ ପ୍ରଶଂସିତ ହୋଇଛନ୍ତି। "ସାଲାର୍" ଓ "ଓଜି" ଭଳି ଚଳଚ୍ଚିତ୍ରରେ ସେ ସ୍ମରଣୀୟ ଅଭିନୟ କରିଥିଲେ।
ଏଥର ଦେବୀ କାଳୀଙ୍କ ଚରିତ୍ର ଜରିଆରେ ସର୍ବଭାରତୀୟ ଲୋକପ୍ରିୟତା ସାଉଁଟିବା ଲାଗି ସେ ସଜବାଜ ହେଉଛନ୍ତି।Advertisment Cannabis seized: ଗଞ୍ଜେଇ ଚୋରା ଚାଲାଣ, ୪ ଅଭିଯୁକ୍ତ ଗିରଫ "ମହାକାଳୀ" ଚଳଚ୍ଚିତ୍ରରେ ତାଙ୍କୁ ବିଭିନ୍ନ ଆକ୍ସନ୍ ଦୃଶ୍ୟରେ ଅଭିନୟ କରିବାକୁ ଥିବାରୁ ଏଥିପାଇଁ ସେ ପୁଙ୍ଖାନୁପୁଙ୍ଖ ପ୍ରଶିକ୍ଷଣ ନେଇଛନ୍ତି।
ସେ ଦୁଇ ବର୍ଷ ଧରି ଚେନ୍ନାଇର ପ୍ରଶିକ୍ଷକ ଅକ୍ଷୟ ଶେଖରଙ୍କ ତତ୍ତ୍ବାବଧାନରେ କାଲରିପୟାଟ୍ଟୁ ନାମକ ପାରମ୍ପରିକ ସମରକଳା ଅଭ୍ୟାସ କରି ନିଜର ଶକ୍ତି ଓ ଶାରୀରିକ ଦକ୍ଷତା ବଢ଼ାଇଛନ୍ତି।
୪୮ ବର୍ଷୀୟ ଶ୍ରୀୟା କାଳୀ ରୂପରେ ସମସ୍ତଙ୍କୁ ଚମକାଇବାକୁ ଯାଉଛନ୍ତି ବୋଲି ଚଳଚ୍ଚିତ୍ର ଶିଳ୍ପ ସହ ଜଡ଼ିତ ସୂତ୍ରରୁ ଜଣାପଡ଼ିଛି।
ଅକ୍ଷୟ ଖାନ୍ନା ଅଭିନୀତ ଶୁକ୍ରାଚାର୍ଯ୍ୟ ସହିତ ଶ୍ରୀୟା ରେଡ୍ଡୀ ଅଭିନୀତ କାଳୀଙ୍କ ମଧ୍ୟରେ ସଂଘର୍ଷର ପୃଷ୍ଠଭୂମି ଖୁବ୍ ରୋଚକ ହେବ ବୋଲି ଆଶା କରାଯାଉଛି।
ପ୍ରଶାନ୍ତ ବର୍ମାଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରଟି ଆସନ୍ତା ବର୍ଷ ଜାନୁଆରି ୮ ତାରିଖରେ ମୁକ୍ତିଲାଭ କରିବ।
Health: ଜଙ୍ଗଲରେ ଫିଙ୍ଗିଦେଲେ ପେଟିପେଟି ଆଇରନ ବଟିକା"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
