Train: ପଟିଆଲାରେ ବଡ଼ ଦୁର୍ଘଟଣା: କର୍ମଭୂମି ଏକ୍ସପ୍ରେସ୍ ଚଳନ୍ତା ଟ୍ରେନର ୪ ବଗିରେ ନିଆଁ ଲାଗିଲା: ଯାତ୍ରୀ ଭୟଭୀତ
ପଟିଆଲା: ପଞ୍ଜାବ ର ସରାଇ ବଞ୍ଜାରା ରେଳ ଷ୍ଟେସନ ନିକଟରେ ଶୁକ୍ରବାର ଅପରାହ୍ଣ ୧ଟା ବେଳେ କର୍ମଭୂମି ଏକ୍ସପ୍ରେସର ଚାରୋଟି ବଗିରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଚଳନ୍ତା ଟ୍ରେନ୍ ରେ ନିଆଁ ଦେଖି ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ଏପର୍ଯ୍ୟନ୍ତ କୌଣସି ମୃତାହତର ଖବର ମିଳିନାହିଁ।
Advertisment ସୂଚନା ଅନୁଯାୟୀ, ଅମୃତସର ଓ ନ୍ୟୁ ଜଲପାଇଗୁଡ଼ି ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ ନମ୍ବର ୧୨୫୦୮ କର୍ମଭୂମି ଏକ୍ସପ୍ରେସର ଇଞ୍ଜିନରୁ ପଞ୍ଚମ ବଗିରେ ନିଆଁ ଲାଗିଥିଲା।
ପ୍ରାଥମିକ ସୂଚନାରୁ ଅଗ୍ନିକାଣ୍ଡ ବଗିରେ ଲାଗିଥିବା ଫ୍ୟାନରେ ସର୍ଟ ସକ୍ରିଟ୍ରୁ ହୋଇଥିବା ଜଣାପଡ଼ିଛି।
ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଆଧିକାରିକ ଭାବେ ଜଣାପଡ଼ିନାହିଁ।
ଘଟଣାସ୍ଥଳରୁ ମିଳିଥିବା ଦୃଶ୍ୟଗୁଡ଼ିକ ଦର୍ଶାଉଛି ଯେ, ଅନେକ କୋଚରୁ ନିଆଁ ଓ ଧୂଆଁ ବାହାରୁଛି।
ଆହୁରି ପଢନ୍ତୁ: Karnataka Woman: ଜୀବନ ହାରିବାକୁ ଉଦ୍ୟମ କରି ନଦୀକୁ ଡେଇଁଲେ ମହିଳା, ଆକ୍ରମଣ କଲା କୁମ୍ଭୀର; ପୁଲିସ ଓ ସ୍ଥାନୀୟ ଲୋକେ କଲେ ଉଦ୍ଧାର ରେଳ ଅଧିକାରୀ ଓ ଜରୁରୀକାଳୀନ କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ।
ପଟିଆଲା ନିକଟସ୍ଥ ରାଜପୁରା ଅଞ୍ଚଳରେ ଟ୍ରେନ୍ ଚାଲୁଥିବା ସମୟରେ ହଠାତ୍ ନିଆଁ ଲାଗି ଯାଇଥିଲା।
ଟ୍ରେନ୍ର ଥିବା ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଛି।
ରେଲୱେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
