Train: ଅକ୍ଟୋବର ୧୦ରେ ଦିଲ୍ଲୀରେ ବିକ୍ଷୋଭ: ଏହି ସବୁ ଟ୍ରେନ୍ ବାତିଲ୍

Oct 09, 2026 - 15:24
Train: ଅକ୍ଟୋବର ୧୦ରେ ଦିଲ୍ଲୀରେ ବିକ୍ଷୋଭ: ଏହି ସବୁ ଟ୍ରେନ୍ ବାତିଲ୍

"ନୂଆଦିଲ୍ଲୀ: CJP (ସିଜେପି)ର ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।

ଅକ୍ଟୋବର ୧୦ ତାରିଖ ସକାଳ ୪ଟାରୁ ଅପରାହ୍ନ ୨ଟା ମଧ୍ୟରେ ନୂଆଦିଲ୍ଲୀ ଏବଂ ହଜରତ ନିଜାମୁଦ୍ଦୀନ ରେଳ ଷ୍ଟେସନରେ ପହଞ୍ଚିବାକୁ ଥିବା କେତେକ ପ୍ରମୁଖ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନକୁ ସେଗୁଡ଼ିକର ଆରମ୍ଭ ଷ୍ଟେସନରୁ ବାତିଲ କରାଯାଇଛି।Advertisment କାହିଁକି ନିଆଗଲା ଏହି ନିଷ୍ପତ୍ତି?

ସୂଚନାଯୋଗ୍ୟ, ଅକ୍ଟୋବର ୧୦ ତାରିଖରେ ମଧ୍ୟ ଦିଲ୍ଲୀରେ ହେବାକୁ ଥିବା ବିକ୍ଷୋଭ କାରଣରୁ ରେଳ ଷ୍ଟେସନ ଆଖପାଖ ରାସ୍ତାରେ ପ୍ରବଳ ଟ୍ରାଫିକ ଜାମ ହେବାର ଆଶଙ୍କା ରହିଛି।

ପୂର୍ବରୁ ସମାନ ପରିସ୍ଥିତି ଯୋଗୁଁ ପ୍ରାୟ ୫,୦୦୦ ଜଣ ଯାତ୍ରୀ ଠିକ୍ ସମୟରେ ଷ୍ଟେସନରେ ପହଞ୍ଚି ନପାରି ଟ୍ରେନ୍ ଛାଡ଼ିଯାଇଥିଲେ।

ଯାତ୍ରୀମାନଙ୍କର ଏହି ଅସୁବିଧାକୁ ଏଡ଼ାଇବା ପାଇଁ ରେଳବାଇ ପକ୍ଷରୁ ପୂର୍ବରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।

ଆହୁରି ପଢନ୍ତୁ: Delhi Police: ପ୍ରତିବାଦ ସ୍ଥଳଠାରୁ ଦୂରରୁ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନଙ୍କୁ କହିଲା ଦିଲ୍ଲୀ ପୁଲିସ ବାତିଲ ହୋଇଥିବା ପ୍ରମୁଖ ଟ୍ରେନ୍‌ବାତିଲ୍ ହୋଇଥିବା ଟ୍ରେନ୍ ଗୁଡ଼ିକ ମଧ୍ୟରେ ମୁମ୍ବାଇ ରାଜଧାନୀ ଏକ୍ସପ୍ରେସ୍ (22221), ତେଜସ୍ ରାଜଧାନୀ ଏକ୍ସପ୍ରେସ୍ (12309), ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ (12393), ଅମୃତ ଭାରତ ଏକ୍ସପ୍ରେସ୍ (22361), ସିଆଲଦା ରାଜଧାନୀ (12313), ହାଓଡ଼ା ରାଜଧାନୀ (12301), ପ୍ରୟାଗରାଜ ଏକ୍ସପ୍ରେସ୍ (12417), ଶ୍ରମଶକ୍ତି ଏକ୍ସପ୍ରେସ୍ (12451), ଲଖନଉ ମେଲ୍ (12429) ଏବଂ ମୁମ୍ବାଇ ସେଣ୍ଟ୍ରାଲ୍ ରାଜଧାନୀ (12951) ସାମିଲ ଅଛି।

ଯାତ୍ରୀଙ୍କ ପାଇଁ ପରାମର୍ଶ:ଅକ୍ଟୋବର ୯ କିମ୍ବା ୧୦ ତାରିଖରେ ଦିଲ୍ଲୀ ଯାତ୍ରା ପାଇଁ ଟିକେଟ୍ ବୁକ୍ କରିଥିବା ଯାତ୍ରୀମାନଙ୍କୁ ଷ୍ଟେସନ ଯିବା ପୂର୍ବରୁ ରେଳବାଇର ଅଫିସିଆଲ୍ ୱେବସାଇଟ୍, NTES ଆପ୍ କିମ୍ବା ହେଲ୍ପଲାଇନ୍ ନମ୍ବର ମାଧ୍ୟମରେ ଟ୍ରେନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)