Jantar Mantar Protest: ସିଜେପିର ଆନ୍ଦୋଳନ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା, ଆଜି ରାତିରୁ ବନ୍ଦ ହୋଇପାରେ ୫୭ଟି ମେଟ୍ରୋ ଷ୍ଟେସନ

Oct 09, 2026 - 15:24
Jantar Mantar Protest: ସିଜେପିର ଆନ୍ଦୋଳନ ପାଇଁ ଦିଲ୍ଲୀରେ କଡ଼ା ସୁରକ୍ଷା, ଆଜି ରାତିରୁ ବନ୍ଦ ହୋଇପାରେ ୫୭ଟି ମେଟ୍ରୋ ଷ୍ଟେସନ

"ନୂଆଦିଲ୍ଲୀ, : ଶୁକ୍ରବାର ରାତି ୯ଟାରୁ ଦିଲ୍ଲୀ ମେଟ୍ରୋର ୫୭ଟି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନର ପ୍ରବେଶ ଓ ପ୍ରସ୍ଥାନ ଗେଟ୍ ବନ୍ଦ ରଖିବା ସହ ଟ୍ରେନ ଚଳାଚଳର ବେଗ କମାଇବା ପାଇଁ ଦିଲ୍ଲୀ ପୁଲିସ ପକ୍ଷରୁ ଦିଲ୍ଲୀ ମେଟ୍ରୋ ରେଲ କୋର୍ପୋରେସନ (ଡିଏମଆରସି)କୁ ଚିଠି ଲେଖି ଅନୁରୋଧ କରାଯାଇଛି।

ଶନିବାର ଅକ୍ଟୋବର ୧୦ ତାରିଖରେ ଜନ୍ତର ମନ୍ତରଏବଂ ନୂଆଦିଲ୍ଲୀର ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ହେବାକୁ ଥିବା ପ୍ରତିବାଦ ସଭା ଓ ପଦଯାତ୍ରାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏହି କଟକଣା ପ୍ରସ୍ତାବ ଦିଆଯାଇଛି।

ପୁଲିସ ପରିବହନ ବାହିନୀର ଯୁଗ୍ମ କମିଶନରଙ୍କ ପକ୍ଷରୁ ଅକ୍ଟୋବର ୮ ତାରିଖରେ ଡିଏମଆରସି ପରିଚାଳନା ନିର୍ଦ୍ଦେଶକ ବିକାଶ କୁମାରଙ୍କୁ ଲେଖାଯାଇଥିବା ଏହି ଚିଠି ଅନୁଯାୟୀ, ଅକ୍ଟୋବର ୯ ରାତିରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିପାରେ।Advertisment ଏହି କଟକଣା ପରିସରରେ ଜନପଥ, ପଟେଲ ଚୌକ, ସେଣ୍ଟ୍ରାଲ ସେକ୍ରେଟାରିଏଟ, ରାଜୀବ ଚୌକ, ନୂଆଦିଲ୍ଲୀ, ମଣ୍ଡି ହାଉସ, ଆଇଟିଓ, ଦିଲ୍ଲୀ ଗେଟ, ସୁପ୍ରିମକୋର୍ଟ, କାଶ୍ମୀର ଗେଟ, କରୋଲ ବାଗ, ଆଇଏନଏ, ହାଉଜ ଖାସ ଏବଂ ଲାଜପତ ନଗର ଭଳି ୫୭ଟି ପ୍ରମୁଖ ମେଟ୍ରୋ ଷ୍ଟେସନ ରହିଛି।

ବିଶେଷ କରି କେନ୍ଦ୍ରୀୟ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ଉତ୍ତର ଦିଲ୍ଲୀ ଏବଂ ପୂର୍ବ ଦିଲ୍ଲୀର ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଅପ୍ରୀତିକର ପରିସ୍ଥିତି ଏବଂ ଅନିୟନ୍ତ୍ରିତ ଜନସମାଗମକୁ ରୋକିବା ପାଇଁ ପୁଲିସ ଏହି ପଦକ୍ଷେପ ନେଇଛି।

ପ୍ରକାଶଯୋଗ୍ୟ ଯେ, ନିର୍ବାଚନ ଆୟୋଗଙ୍କ ପକ୍ଷରୁ କରାଯାଉଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି "କୋକ୍ରୋଚ ଜନତା ପାର୍ଟି" (ସିଜେପି) ପକ୍ଷରୁ ଅକ୍ଟୋବର ୧୦ରେ "ଚଲୋ ଦିଲ୍ଲୀ" ଆନ୍ଦୋଳନ ପାଇଁ ଆହ୍ୱାନ ଦିଆଯାଇଛି।

ପ୍ରତିବାଦ ସ୍ଥଳଠାରୁ ଦୂରରୁ ଖବର ସଂଗ୍ରହ କରିବାକୁ ସାମ୍ବାଦିକମାନଙ୍କୁ କହିଲା ଦିଲ୍ଲୀ ପୁଲିସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)