Train: ୨୦ ତାରିଖରେ ୪୧ ଟ୍ରେନ୍‌ ବାତିଲ

Nov 20, 2026 - 05:30
Train: ୨୦ ତାରିଖରେ ୪୧ ଟ୍ରେନ୍‌ ବାତିଲ

ଭୁବନେଶ୍ବର: ବାତ୍ୟା 'ଅକ୍‌ଭାନ୍'କୁ ଦୃଷ୍ଟିରେ ରଖି ଶୁକ୍ରବାର ଚଳାଚଳ କରିବାକୁ ଥିବା ୪୧ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି।

ଏଥିସହ ୨୮ଟି ଟ୍ରେନ୍‌ ସେବାର ସମୟ ପୁନଃନିର୍ଦ୍ଧାରିତ ହୋଇଛି।

ପରିସ୍ଥିତିକୁ ନଜରରେ ରଖି ଆଉ ଟ୍ରେନ୍‌ ବାତିଲ୍‌ କରାଯିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

Advertisment Trilateral Meeting: ପରମାଣୁ ଅସ୍ତ୍ର ନିୟନ୍ତ୍ରଣଠାରୁ ଇରାନ୍‌ ଓ ୟୁକ୍ରେନ୍‌ ଯୁଦ୍ଧ ପର୍ଯ୍ୟନ୍ତ ଆଲୋଚନା; ବିଶ୍ୱ ଶାନ୍ତି ରକ୍ଷା ଉପରେ ଗୁରୁତ୍ୱ ୨୦ ତାରିଖରେ ବାତିଲ୍‌ ହୋଇଥିବା ପ୍ରମୁଖ ଟ୍ରେନ୍‌ଗୁଡ଼ିକ ମଧ୍ୟରେ ପଲାସା- କଟକ -ପଲାସା ପାସେଞ୍ଜର, କଟକ-ଗୁଣୁପୁର-କଟକ ମେମୁ, ପଲାସା-ଭୁବନେଶ୍ବର-ପଲାସା ମେମୁ, ଭୁବନେଶ୍ବର-ବିଶାଖାପାଟଣା-ଭୁବନେଶ୍ବର ବନ୍ଦେ ଭାରତ ଓ ଇଣ୍ଟରସିଟି, ସାଲିମାର- ପୁରୀ ଏକ୍ସପ୍ରେସ୍‌, ପୁରୀ-ଯଶବନ୍ତପୁର-ପୁରୀ ଗରିବ ରଥ, ଖୋର୍ଦ୍ଧାରୋଡ-ପୁରୀ-ଖୋର୍ଦ୍ଧାରୋଡ ମେମୁ, ଦଶପଲ୍ଲା-ପୁରୀ-ଦଶପଲ୍ଲା ମେମୁ, ଅନୁଗୋଳ-ପୁରୀ-ଅନୁଗୋଳ ମେମୁ, ତାଳଚେର-ପୁରୀ-ତାଳଚେର ମେମୁ ରହିଛି।

ସେହିପରି ବାଙ୍ଗିରିପୋଷି-ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ୍‌, ଜଳେଶ୍ବର-ପୁରୀ-ଜଳେଶ୍ବର ମେମୁ, ହାୱଡା-ପୁରୀ-ହାୱଡା ବନ୍ଦେ ଭାରତ, ଟାଟାନଗର-ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ, ପୁରୀ-ଖୋର୍ଦ୍ଧାରୋଡ-ପୁରୀ ମେମୁ, ପୁରୀ-ଗୁଣୁପୁର-ପୁରୀ ମେମୁ, ଭୁବନେଶ୍ବର-ବ୍ରହ୍ମପୁର-ଭୁବନେଶ୍ବର ମେମୁ ବାତିଲ୍‌ ରହିବ।

ବିଶାଖାପାଟଣା-ବ୍ରହ୍ମପୁର-ବିଶାଖାପାଟଣା ପାସେଞ୍ଜର ଓ ଭଞ୍ଜପୁର-ପୁରୀ-ଭଞ୍ଜପୁର ଏକ୍ସପ୍ରେସ୍‌ ଯଥାକ୍ରମେ ୧୯ ଓ ୨୦ ତାରିଖରେ ବାତିଲ୍‌ ହୋଇଛି।

Cyclone: ବାତ୍ୟା ଭୟ ଜୋର ଧରିଲା, ତରବର ହୋଇ ଧାନ କାଟିଲେ ଚାଷୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)