Women's Asian Champions Trophy Hockey: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ମାଲେସିଆକୁ ୪-୧ରେ ହରାଇଲା ଭାରତ

Nov 20, 2026 - 05:30
Women's Asian Champions Trophy Hockey: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି: ମାଲେସିଆକୁ ୪-୧ରେ ହରାଇଲା ଭାରତ

ଭୋପାଳ: ମଧ୍ୟପ୍ରଦେଶର ଭୋପାଳଠାରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ମାଲେସିଆକୁ ୪-୧ରେ ହରାଇ ବର୍ତ୍ତମାନର ବିଜେତା ଭାରତ ଅଭିଯାନ ଆରମ୍ଭ କରିଛି।

୧୯ତମ ମିନିଟ୍‌ରେ ମାଲେସିଆର ନୁରାମିରା ଜୁଲକିଫଲି ଗୋଲ୍‌ କରି ନିଜ ଦଳକୁ ୧-୦ରେ ଅଗ୍ରଣୀ କରିଥିଲେ।

କିନ୍ତୁ ଭାରତ ପକ୍ଷରୁ ମମତାଜ ଖାଁ ୨୫ତମ ମିନିଟ୍‌ରେ ଫିଲ୍‌ଡ ଗୋଲ ଦେଇ ସ୍ଥିତିକୁ ୧-୧କୁ ଆଣିଥିଲେ ।

୩୫ତମ ମିନିଟ୍‌ରେ ସଲିମା ଟେଟେ ପେନାଲ୍ଟି କର୍ଣ୍ଣରରୁ ଗୋଟିଏ ଗୋଲ୍‌ ଅମଳ କରିଥିଲେ।

ଏହାର ୪ ମିନିଟ୍‌ ପରେ ଅର୍ଥାତ ୩୯ତମ ମିନିଟ୍‌ରେ ପୂଜା ସାହୁ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିବର୍ତ୍ତନ କରି ଭାରତର ଅଗ୍ରଣୀକୁ ୩-୦କୁ ବୃଦ୍ଧି କରିଥିଲେ।

୪୯ ତମ ମିନିଟ୍‌ରେ ଲାଲରେମସିଆମି ଆଉ ଏକ ପେନାଲ୍ଟି କର୍ଣ୍ଣର ଗୋଲ କରି ସ୍କୋରକୁ ୪-୧କୁ ନେଇଯାଇଥିଲେ।

ଗୁରୁବାରର ଅନ୍ୟ ମ୍ୟାଚ୍‌ରେ ଚୀନ ୭-୦ରେ ଥାଇଲାଣ୍ଡକୁ ଓ ଜାପାନ ୧-୦ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି।

Advertisment Hockey: ନ୍ୟୁଜିଲାଣ୍ଡ ବିପକ୍ଷ ହକି ଶୃଙ୍ଖଳା: ଭାରତୀୟ ଯୁବ ଦଳରେ ଓଡ଼ିଶାରୁ ୩, ଉଭୟ ଦେଶ ମଧ୍ୟ ୧୦୦ ବର୍ଷର କ୍ରୀଡ଼ା ସମ୍ପର୍କ ଭାରତ-ନ୍ୟୁଜିଲାଣ୍ଡ କ୍ରୀଡ଼ା ଶତବାର୍ଷିକୀ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍‌ରେ ହରାଇଲେ ପୁରୁଷ ଦଳ ଅକ୍‌ଲାଣ୍ଡ: ଭାରତ-ନ୍ୟୁଜିଲାଣ୍ଡ କ୍ରୀଡ଼ା ସଂପର୍କର ଶତବାର୍ଷିକୀ ଉପଲକ୍ଷେ ଖେଳାଯାଉଥିବା ବନ୍ଧୁତ୍ବପୂର୍ଣ୍ଣ ଶୃଙ୍ଖଳାରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି।

ଗୁରୁବାର ପ୍ରଥମ ମ୍ୟାଚ୍‌ରେ ଭାରତ ଘରୋଇ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍‌ରେ ପରାସ୍ତ କରିଛି।

ମ୍ୟାଚ୍‌ର ୨୫ତମ ମିନିଟ୍‌ରେ ଜୋଣ୍ଟି ଏଲମ୍ସଙ୍କ ଗୋଲ୍‌ରେ ନ୍ୟୁଜିଲାଣ୍ଡ ଆଗୁଆ ହୋଇଥିଲା।

ତେବେ ସେହି ମିନିଟ୍‌ରେ ଉତ୍ତମ ସିଂହ ଗୋଲ୍‌ ଦେଇ ଭାରତ ପାଇଁ ସ୍ଥିତି ବରାବର କରିଥିଲେ।

ଦ୍ୱିତୀୟାର୍ଦ୍ଧରେ ୩୮ତମ ମିନିଟ୍‌ରେ ଶାରଦାନନ୍ଦ ତିୱାରୀ ଏବଂ ୪୩ତମ ମିନିଟ୍‌ରେ ଅଧିନାୟକ ସଞ୍ଜୟ ଗୋଲ୍‌ ଦେଇ ଭାରତକୁ ୩-୧ରେ ଆଗୁଆ କରିଥିଲେ।

୫୫ତମ ମିନିଟ୍‌ରେ ସାମ୍‌ ହିହା ଗୋଲ୍‌ ଦେଇ ନ୍ୟୁଜିଲାଣ୍ଡର ପରାଜୟ ବ୍ୟବଧାନ କମାଇଥିଲେ।

ଶେଷ ପର୍ଯ୍ୟନ୍ତ ଭାରତ ନିଜ ଅଗ୍ରଣୀ ବଜାୟ ରଖି ବିଜୟୀ ହୋଇଥିଲା।

ତିନି ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳାର ପରବର୍ତୀ ଦୁଇ ମ୍ୟାଚ୍‌ ଶନିବାର ଏବଂ ରବିବାର ଖେଳାଯିବ।

Hockey: ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି: ମାଲେସିଆ ବିପକ୍ଷରୁ ଭାରତର ଅଭିଯାନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)