Traditional art: ଓଡ଼ିଶୀ, ଗୋଟିପୁଅ, ଛଉ ସମେତ ବିଭିନ୍ନ ନୃତ୍ୟ ଓ କଳାର ବିକାଶ ପାଇଁ ପଦକ୍ଷେପ

Jul 24, 2026 - 01:06
Traditional art: ଓଡ଼ିଶୀ, ଗୋଟିପୁଅ, ଛଉ ସମେତ ବିଭିନ୍ନ ନୃତ୍ୟ ଓ କଳାର ବିକାଶ ପାଇଁ ପଦକ୍ଷେପ

"ନୂଆଦିଲ୍ଲୀ: ଓଡ଼ିଶାର ଓଡ଼ିଶୀ, ଗୋଟିପୁଅ ଏବଂ ଛଉ ସମେତ ଅନ୍ୟାନ୍ୟ ଶାସ୍ତ୍ରୀୟ, ଲୋକନୃତ୍ୟ ଓ କଳାଗୁଡ଼ିକର ସଂରକ୍ଷଣ ଏବଂ ପ୍ରସାର ପାଇଁ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ କଲିକତାଠାରେ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର (ଇଜେଡ୍‌ସିସି) ପ୍ରତିଷ୍ଠା କରାଯାଇଛି।

ଏହି କେନ୍ଦ୍ର ଓଡ଼ିଶା ସମେତ ଏହାର ସଦସ୍ୟ ରାଜ୍ୟଗୁଡ଼ିକରେ ନିୟମିତ ଭାବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥାଏ।

ବିଗତ ତିନି ବର୍ଷ ମଧ୍ୟରେ ଏହି ଆଞ୍ଚଳିକ କେନ୍ଦ୍ର ଦ୍ୱାରା ରାଜ୍ୟ ତଥା ଦେଶର  ବିଭିନ୍ନ ସ୍ଥାନରେ ଓଡ଼ିଶୀ, ଗୋଟିପୁଅ ଏବଂ ଛଉ ନୃତ୍ୟକଳା ସମ୍ବଳିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

Advertisment କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧୀନସ୍ଥ ସଙ୍ଗୀତ ନାଟକ ଏକାଡେମି "ଉତ୍ସବ, କର୍ମଶାଳା ଓ ପ୍ରଦର୍ଶନୀ" କାର୍ଯ୍ୟକ୍ରମର ଆୟୋଜନ କରିଥାଏ।

ଏହାର ଉଦ୍ଦେଶ୍ୟ ହେଉଛି ଜାତୀୟ ଓ ଆଞ୍ଚଳିକ ସ୍ତରରେ ଶାସ୍ତ୍ରୀୟ, ଲୋକ, ଜନଜାତି ଏବଂ ଭାରତର ଅନ୍ୟାନ୍ୟ ପାରମ୍ପରିକ ପରିବେଷଣ କଳାର ସଂରକ୍ଷଣ ଓ ପ୍ରଚାର।

ଏହି କାର୍ଯ୍ୟକ୍ରମ ଅଧୀନରେ ସଙ୍ଗୀତ ଉତ୍ସବ, ସେମିନାର, କର୍ମଶାଳା ଏବଂ ପ୍ରଦର୍ଶନୀ ଆୟୋଜନ କରାଯାଏ।

ଏହା ମାଧ୍ୟମରେ ଅନେକ ଅଳ୍ପପରିଚିତ ଓ ବିଲୁପ୍ତପ୍ରାୟ କଳାରୂପ ଲୋକଲୋଚନକୁ ଆସିଛି।

ସେହିପରି ଅନେକ ପ୍ରତିଭାଶାଳୀ ବରିଷ୍ଠ କଳାକାର ଏବଂ ନୂତନ ପିଢ଼ିର କଳାକାରମାନେ ମଧ୍ୟ ନିଜର କଳା ପ୍ରଦର୍ଶନ ପାଇଁ ଜାତୀୟ ସ୍ତରରେ ସୁଯୋଗ ପାଇଛନ୍ତି।

୨୦୧୩ ମସିହାରୁ, ଦେଶର ଲୋକ ଓ ଜନଜାତୀୟ ସଙ୍ଗୀତ, ନୃତ୍ୟ ଏବଂ ନାଟକ କ୍ଷେତ୍ରରେ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକାଡେମୀ ନିୟମିତଭାବରେ ଦେଶର ବିଭିନ୍ନ ଅଞ୍ଚଳରେ 'ଦେଶଜ' ନାମକ ଉତ୍ସବର ଆୟୋଜନ କରିଆସୁଛି।

ଏହା ବ୍ୟତୀତ, ଜନଜାତୀୟ ସଂସ୍କୃତିର ସଂରକ୍ଷଣ ପାଇଁ ଏକାଡେମୀ  "ଲୋକ ସଂଗମ" ଓ "ଲୋକ ପ୍ରତିଭା" ନାମକ ଦୁଇଟି କାର୍ଯ୍ୟକ୍ରମ ଆୟୋଜନ କରୁଛି।

ଲୋକ ସଙ୍ଗମ ଭାରତର ବରିଷ୍ଠ ଲୋକ ଓ ଜନଜାତୀୟ କଳାକାରମାନଙ୍କର ଉତ୍ସବ ହୋଇଥିବାବେଳେ ଲୋକ ପ୍ରତିଭା ହେଉଛି ଭାରତର କଥାବାଚନ ଓ ପାରମ୍ପରିକ କଳାରୂପ ଉପରେ କେନ୍ଦ୍ରିତ ଯୁବ ଲୋକ ଏବଂ ଜନଜାତି କଳାକାରମାନଙ୍କର ଏକ ଉତ୍ସବ।

ଏକାଡେମୀ ନିଜର ବିଭିନ୍ନ ଉତ୍ସବ ଯେପରିକି ରାଷ୍ଟ୍ରୀୟ ଏକତା ଦିବସ, ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍, କିର୍ଗିଜସ୍ଥାନ ଏସସିଓ ସମ୍ମିଳନୀ, ଏବଂ ୟୁନେସ୍କୋର ୨୦ତମ ଆଇସିଏଚ ସମ୍ମିଳନୀ ଆଦିରେ ସେରାଇକେଲା ଓ ଖରସୁଆଁର ଛଉ ନୃତ୍ୟ ଏବଂ ଓଡ଼ିଶାର ଗୋଟିପୁଅ ନୃତ୍ୟ ପ୍ରଦର୍ଶିତ କରିଛି।

ଶିଶୁ ଦିବସ ଉପଲକ୍ଷେ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ନଭେମ୍ବର ୧୪-୧୫, ୨୦୧୮ରେ ନୂଆଦିଲ୍ଲୀର ରବୀନ୍ଦ୍ର ଭବନଠାରେ ଗୋଟିପୁଅ ବାଳ ଉତ୍ସବ ଆୟୋଜନ କରାଯାଇଥିଲା।

ଏଥିରେ ଓଡ଼ିଶାରୁ ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।