Rainfall: ଜୁଲାଇରେ ୧୭% ଅଧିକ ବର୍ଷା: ଉତ୍ତରରେ ବର୍ଷୁଛି, ଦକ୍ଷିଣରେ ନିଅଣ୍ଟିଆ
"ଭୁବନେଶ୍ବର: ଜୁଲାଇ ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଛି।
ମାସର ୩୧ ଦିନ ମଧ୍ୟରେ ସ୍ବାଭାବିକ ବର୍ଷା ପରିମାଣ ୩୪୧.୪ ମିମି ରହିବା କଥା।
ମାତ୍ର ଆଜି ସୁଦ୍ଧା ସ୍ବାଭାବିକଠାରୁ ୧୭ ମିମି ଅଧିକ ବର୍ଷା ହୋଇ ସାରିଲାଣି।
ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ସ୍ବାଭାବିକ ତୁଳନାରେ ବହୁତ ଅଧିକ ବର୍ଷା ହୋଇଛି।
ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ସ୍ବାଭାବିକ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଚିନ୍ତାର କାରଣ ପାଲଟିଛି।
ଗଜପତି, କଳାହାଣ୍ଡି, ଗଞ୍ଜାମ, ରାୟଗଡ଼ା, ନବରଙ୍ଗପୁର ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି।Advertisment CJP: ସିଜେପି ଆନ୍ଦୋଳନରେ ବିଦେଶୀ ପାଣ୍ଠି ଅଭିଯୋଗ, ଏନ୍ଆଇଏ ତଦନ୍ତ ଆବେଦନର ଶୁଣାଣି ଆଜି ଗତ ଗୋଟିଏ ସପ୍ତାହର ଚିତ୍ରକୁ ଦେଖିଲେ ନିଅଣ୍ଟିଆ ବର୍ଷା ପରିମାଣ ସ୍ପଷ୍ଟ ଅନୁମେୟ।
ଦକ୍ଷିଣ ଓ ଦକ୍ଷିଣ-ଆଭ୍ୟନ୍ତରୀଣ ଓଡ଼ିଶାରେ ଯେଉଁ ପରିମାଣର ବର୍ଷା ହେବା କଥା ତାହା ଏ ପର୍ଯ୍ୟନ୍ତ ହୋଇ ପାରିନାହିଁ।
ମୌସୁମୀ ଆଗମନ ସମୟରେ ସାମାନ୍ୟ ଅଧିକ ବର୍ଷା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବର୍ଷା ପରିମାଣ କମିଯାଇଛି। ତେଣୁ ଚାଷ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି।
ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ୧୫ଟି ଜିଲ୍ଲାରେ ସ୍ବାଭାବିକଠାରୁ କମ୍ ବର୍ଷା ହୋଇଛି।
କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼ ଓ ମାଲକାନଗିରି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିମାଣ ଅଧିକ ରହିଛି।
ଯେତେବେଳେ କି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ବଲାଙ୍ଗୀର, ନୂଆପଡ଼ା, ମୟୂରଭଞ୍ଜ, ପୁରୀ, ଖୋରଧାରେ ନିଅଣ୍ଟିଆ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
Horoscope 2026 July 24: ଜାଣନ୍ତୁ ଆଜିର ରାଶିଫଳ...
ଅନ୍ୟପକ୍ଷରେ ଗତକାଲି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆଜି ସକାଳେ ଦୁର୍ବଳ ହୋଇଯାଇଛି।
ତେବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିବ।
ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
ପରବର୍ତ୍ତୀ ଦୁଇ ଦିନ ମଧ୍ୟରେ ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ।
ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ସର୍ବାଧିକ ୬୦.୨ ମିମି ବର୍ଷା ହୋଇଥିବା ବେଳେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ୫୫ ମିମି, ସୁନ୍ଦରଗଡ଼ର ଟେନ୍ସାରେ ୪୮.୪, ଲହୁଣୀପଡ଼ାରେ ୪୭ ଏବଂ ଝାରସୁଗୁଡ଼ାର କୋଲାବିରାରେ ୪୬.୨ ମିମି ବର୍ଷା ରେକର୍ଡ କରାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।