Gambling: ଅନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ଜଣ ଗିରଫ

Jul 24, 2026 - 00:46
Gambling: ଅନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ଚଢ଼ାଉ, ୧୧ଜଣ ଗିରଫ

"ରାଇଘର (ଦେବେନ୍ଦ୍ର ମିଶ୍ର): ନବରଙ୍ଗପୁର ଜିଲ୍ଲା ସୀମାନ୍ତ ଛତିଶଗଡ଼ର ହାଟଭରାଣ୍ଡି ଠାରେ ଦୀର୍ଘ ଦିନ ଧରି ଚାଲି ଆସୁଥିବା ଅନ୍ତଃରାଜ୍ୟ ଜୁଆ ଆଡ୍ଡା ଉପରେ ବୁଧବାର ବିଳମ୍ବିତ ରାତିରେ କୁନ୍ଦେଇ ଏବଂ ରାଇଘର ପୁଲିସର ମିଳିତ ଚଢ଼ାଉ ହୋଇଛିl ଏହି ଚଢ଼ାଉରେ ୧୧ ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ପାଖାପାଖି ୬୯ ହଜାର ଟଙ୍କା, ଗୋଟିଏ କାର ଏବଂ ତିନିଗୋଟି ବାଇକ ଜବତ ହୋଇଛିl Advertisment ସୂଚନା ଅନୁଯାଇ ହାଟଭରାଣ୍ଡି ଅଞ୍ଚଳରେ ଦୀର୍ଘ ଦିନ ଧରି ଯୁଆଖେଳ ଚାଲିଆସୁଥିବା ବେଳେ ଆଖପାଖ ଅଂଚଳ ତଥା ସୀମାନ୍ତ ଛତିଶଗଡ଼ ଅଂଚଳର ବହୁ ଲୋକେ ଏହି ଜୁଆ ଖେଳରେ ସବୁଦିନ ଭିଡ଼ ଜମାଇ ଆସୁଥିଲେl ବିଳମ୍ବିତ ରାତିରେ ଏହି ଜୁଆଖେଳ ଆରମ୍ଭ ହୋଇ ସକାଳ ପର୍ଯ୍ୟନ୍ତ ଚାଲି ଆସୁଥିଲାl କିଛି ଦିନ ପୂର୍ବରୁ ଜିଲ୍ଲା ପୁଲିସ ପ୍ରଶାସନ କୌଣସି ସୂତ୍ରରୁ ଖବର ପାଇ ଏହି ଜୁଆ ଆଡ୍ଡାକୁ ଟାର୍ଗେଟ କରିଥିଲାl  Chhattisgarh: ଛତିଶଗଡ଼ରେ ହାତୀ ଆକ୍ରମଣରେ ୨ ମୃତ ନବରଙ୍ଗପୁର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତି ପ୍ରାୟ ଦୁଇଟା ସମୟରେ ରାଇଘର ଏବଂ କୁନ୍ଦେଇ ପୁଲିସର ଏକ ମିଳିତ ଟିମ ଏହି ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲାl ଜୁଆ ଖେଳ ରେ ସାମିଲ ଥିବା ଲୋକଙ୍କ ମଧ୍ୟରୁ ୧୧ ଜଣଙ୍କୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲାl ଏଥିସହ ସେମାନଙ୍କ ଠାରୁ ପାଖାପାଖି  ୬୯ ହଜାର ଟଙ୍କା, ଗୋଟିଏ କାର ଏବଂ ତିନିଗୋଟି ବାଇକ ଜବତ କରାଯାଇଥିଲାl ଗିରଫଙ୍କ ମଧ୍ୟରୁ ତିନିଜଣ ଛତିଶଗଡ ଅଂଚଳର ବୋଲି ପୁଲିସ ସୂଚନା ଦେଇଛିl ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ବ୍ୟକ୍ତିଗତ ମୁଚଳିକାରେ ଛାଡ଼ି ଦିଆଯାଇଛିl "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।