Trade: ୪ ମାସରେ ଭାରତ ସହ ରାଜିନାମା: ଆମେରିକା
"ୱାସିଂଟନ: ବହୁ ପ୍ରତୀକ୍ଷିତ ଭାରତ-ଆମେରିକା ବାଣିଜ୍ୟ ରାଜିନାମା ଆସନ୍ତା ତିନିରୁ ଚାରି ମାସ ମଧ୍ୟରେ ସ୍ବାକ୍ଷରିତ ହେବ।
ଆମେରିକାର ଜଣେ ବରିଷ୍ଠ ଅଧିକାରୀ ଏନେଇ ସୂଚନା ଦେଇଛନ୍ତି।Advertisment ସେ କହିଛନ୍ତି ଯେ ରାଜିନାମା ପ୍ରାୟ ଚୂଡ଼ାନ୍ତ ହୋଇଯାଇଛି।
କିଛିଟା ଔପଚାରିକତା ବାକି ଅଛି ଯାହା ଶେଷ ହୋଇଯିବା ପରେ ରାଜିନାମା ସ୍ବାକ୍ଷର ହେବା ବାଟ ଫିଟିବ।
ଫିଲିପାଇନ୍ସର ମାନିଲାରେ ଅନୁଷ୍ଠିତ ଆସିଆନ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଯୋଗଦେଇଥିବା ଏହି ଅଧିକାରୀ ଜଣକ କହିଥିଲେ ଯେ ଦୁଇ ଦେଶ ଭିତରେ ଆଉ କୌଣସି ମତଭେଦ ନାହିଁ।
USA: ବାଣିଜ୍ୟ ରାଜିନାମାର ୯୯% ଚୂଡ଼ାନ୍ତ: ଆମେରିକା କେବଳ ଆମେରିକା ତରଫରୁ ଆରମ୍ଭ କରାଯାଇଥିବା ତଦନ୍ତ ପାଇଁ ରାଜିନାମା ସ୍ବାକ୍ଷର ବିଳମ୍ବ ହେଉଛି।
ଆମେରିକା ତରଫରୁ ଧାରା ୩୦୧ ଅଧୀନରେ ଭାରତ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି।
ବଳପୂର୍ବକ ଶ୍ରମ ବ୍ୟବହାର କରି ଉତ୍ପାଦନ କରାଯାଉଥିବା ଜିନିଷ କାରବାର କରୁଥିବା ନେଇ ଭାରତ ବିରୋଧରେ ଅଭିଯୋଗ ଆସିଛି।
ଯଦି ତାହା ପ୍ରମାଣିତ ହେବ ତେବେ ଭାରତ ଉପରେ ଆମେରିକା ଅତିରିକ୍ତ ଶୁଳ୍କ ଲଗାଇବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।