Tourism: ପର୍ଯ୍ୟଟନ ଶିଳ୍ପର ସମୃଦ୍ଧିରେ ବିବିଧକ୍ଷେତ୍ରର ବିକାଶ ହୋଇପାରିବ: କନକବଦ୍ଧନ
"ଭୁବନେଶ୍ୱର: ପର୍ଯ୍ୟଟକଙ୍କୁ କେବଳ ଭ୍ରମଣ ଅନୁଭୂତି ନୁହେଁ, ବରଂ ଭାରତୀୟ ସଂସ୍କୃତିର ଏକ ଗଭୀର ଅନୁଭୂତି ପ୍ରଦାନ କରିଆସିଛି।
ଓଡ଼ିଶାରେ ସବୁପ୍ରକାର ପର୍ଯ୍ୟଟନ ସମ୍ଭାବନା ରହିଛି।
ପ୍ରତ୍ୟେକ ହୋଟେଲ ରହଣି ସ୍ଥାନୀୟ ଚାଷୀ, ହସ୍ତଶିଳ୍ପ, ପରିବହନ ଏବଂ ଶକ୍ତି କ୍ଷେତ୍ରକୁ ପ୍ରତ୍ୟକ୍ଷ ବା ପରୋକ୍ଷରେ ସାହାଯ୍ୟ କରିଥାଏ।
ସ୍ଥାନୀୟ ଚାଷୀ ଓ ବ୍ୟବସାୟୀଙ୍କୁ ରୋଜଗାର ଦେବା ପାଇଁ ହୋଟେଲ ଶିଳ୍ପ ସ୍ଥାନୀୟ ଉତ୍ପାଦ କିଣିବା ସହ ପରିବେଶ ଅନୁକୂଳ ସ୍ୱଚ୍ଛ ଶକ୍ତି ବ୍ୟବହାର କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆହ୍ୱାନ ଦେଇଛନ୍ତି।
ବାରାଣାସୀଠାରେ ଆୟୋଜିତ ଏଫଏଚଆରଏଆଇର ୫୬ତମ ବାର୍ଷିକ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଯୋଗ ଏହି ମତାମତ ରଖିଛନ୍ତି।Advertisment ଅନନ୍ତ କାଶୀ, ଆଧ୍ୟାତ୍ମିକତା, ସଂସ୍କୃତି, ବ୍ୟଞ୍ଜନ ଏବଂ କଳା ମାଧ୍ୟମରେ ପର୍ଯ୍ୟଟନର ଭବିଷ୍ୟତ ପସଙ୍ଗ ଉପରେ ବକ୍ତବ୍ୟ ରଖି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଓଡ଼ିଶା ଦୃଷ୍ଟିକୋଣରୁ ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଗ୍ରାମୀଣ ଅର୍ଥନୀତି ଏବଂ ବିକାଶ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଆଲୋଚନା କରିଥିଲେ।
କାଶୀ ଏବଂ ଓଡ଼ିଶା ମଧ୍ୟରେ ଥିବା ଆଧ୍ୟାତ୍ମିକ ସମ୍ପର୍କ ବିଷୟରେ ଆଲୋଚନା କରି କାଶୀର ବାବା ବିଶ୍ୱନାଥ ଏବଂ ପୁରୀର ମହାପ୍ରଭୁ ଶ୍ରୀ ଜଗନ୍ନାଥ ହରି ଓ ହରଙ୍କ ଏକତାକୁ ଦର୍ଶାନ୍ତି ବୋଲି କହିଛନ୍ତି।
ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଚିବ ବିଜୁଳି: କନକ ବର୍ଦ୍ଧନ ସିଂହଦେଓ ସରକାର ହୋଟେଲ ଶିଳ୍ପ ଏବଂ ସ୍ଥାନୀୟ ଲୋକଙ୍କ ମିଳିମିଶି କାମ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।
ଓଡ଼ିଶାକୁ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟ ସହିତ ଯୋଡ଼ି ପର୍ଯ୍ୟଟନ ସର୍କିଟ ଗଢ଼ିବା ପାଇଁ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।
ଭ୍ରମଣରେ ଆସି ସାଥୀରେ ପର୍ଯ୍ୟଟନର, ନିଜର ସୁନ୍ଦର ସ୍ମୃତି ଓ ଅନୁଭୂତି ନିଅନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ।
ସ୍ଥାନୀୟ ଐତିହ୍ୟ ଓ ଲୋକଙ୍କ ବିକାଶକୁ ଧ୍ୟାନରେ ରଖି ପର୍ଯ୍ୟଟନର ଅଭିବୃଦ୍ଧି କରିବାକୁ ଅଂଶଗ୍ରହଣକାରୀଙ୍କୁ ଅନୁରୋଧ କରିଛନ୍ତି।
ଉଦଘାଟନୀ ଅଧିବେଶନରେ ଦେଶର ପ୍ରମୁଖ ପର୍ଯ୍ୟଟନ ସଂସ୍ଥାର ପ୍ରତିନିଧି, ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ ସଦସ୍ୟ ଓ ଅଧିକାରୀବୃନ୍ଦ ଯୋଗଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

