Tourism Boost for Chilika ଚିଲିକା, କାଳୀଜାଈ ଓ ସାତପଡ଼ା ପର୍ଯ୍ୟଟନ ବିକାଶ ପାଇଁ ଚିନ୍ତନ ବୈଠକ
"ଭୁବନେଶ୍ୱର: ଏସିଆର ସର୍ବବୃହତ କ୍ଷାରୀୟ ହ୍ରଦ ଓ ରାମସାର ଅଞ୍ଚଳ ଚିଲିକା ହ୍ରଦ ଏବଂ ଏଥି ମଧ୍ୟରେ ଥିବା କାଳୀଜାଈ ପୀଠ ଓ ସାତପଡ଼ା ଅଞ୍ଚଳର ସାମଗ୍ରିକ ବିକାଶ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।
Advertisment "ସାଗରମାଳା"ରେ ଯୋଡ଼ିହେଲା ଚିଲିକା: ସାତପଡ଼ାରୁ ଜହ୍ନିକୁଦା, ଖୋଳାଯିବ ଜଳପଥ ଲୋକସେବା ଭବନର ବିଧି ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଯୋଗ ଦେଇଥିଲେ।
Chilika encroachment ଚିଲିକାର ଅମୃତନିଧି କଙ୍କଡ଼ାଗଡ଼ରୁ ଜବରଦଖଲ ଉଚ୍ଛେଦ ବୈଠକରେ ଚିଲିକାର ଉନ୍ନୟନ ସମ୍ପର୍କରେ ଆଲୋଚନା ହୋଇଥିଲା।
ଚିଲିକା ଆସୁଥିବା ପର୍ଯ୍ୟଟକଙ୍କ ସୁବିଧାସୁଯୋଗ ଲାଗି ଭିତ୍ତିଭୂମି ନିର୍ମାଣ କରାଯିବା ସହ ଆଖପାଖ ଅଞ୍ଚଳକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ବିକଶିତ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ଏହି କ୍ରମରେ ଚିଲିକାକୁ ଏକ ଆକର୍ଷଣୀୟ ଓ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ଗଢ଼ି ତୋଳିବା ସହ ମା" କାଳୀଜାଈ ପୀଠର ସର୍ବାଙ୍ଗୀନ ବିକାଶ ସହ ଚିଲିକାର ପରିବେଶ, ଜୈବବିବିଧତା ଓ ପ୍ରାକୃତିକ ସୌନ୍ଦର୍ଯ୍ୟର ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ପରିବେଶ ସମ୍ବେଦନଶୀଳ ବିକାଶ ଉପରେ ଗୁରୁତ୍ଵ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ମତ ପ୍ରକାଶ କରିଥିଲେ।ବୈଠକରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏହାର ବିକାଶ ନେଇ ପ୍ରସ୍ତୁତ ନକ୍ସା ପ୍ରଦର୍ଶିତ ହୋଇଥିଲା ।
ଏଥିରେ ଉନ୍ନତ ରାସ୍ତାଘାଟ ନିର୍ମାଣ ସହ ଜେଟିଗୁଡ଼ିକର ବିକାଶ, ପାର୍କିଂ ସ୍ଥାନ ନିର୍ମାଣ, ପକ୍ଷୀ ଦେଖିବା ପାଇଁ ବାର୍ଡସ ଭ୍ୟୁ ପଏଣ୍ଟ, ସାଇକେଲ ଟ୍ରାକ୍, ରୋଲର ସ୍କେଟିଂ, ୱାଟର ସ୍ପୋର୍ଟସ, ବୋଟିଂ ଭଳି ଦୁଃସାହସିକ କ୍ରୀଡ଼ା ଲାଗି ସୁବିଧା କରାଯିବା ସହ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଟ୍ରି-ହାଉସ୍, ଟ୍ରେକିଂ ୱେ, ଓପନ୍ ଫୁଡ୍ କୋର୍ଟ, ବଣଭୋଜି ଅଞ୍ଚଳର ବିକାଶ ସହ ଓଡ଼ିଶାର ଐତିହ୍ୟକୁ ପ୍ରଦର୍ଶିତ କରିବା ଭଳି କଳାକୃତି ସ୍ଥାନିତ କରିବା ଉପରେ ଗୁରୁତ୍ୱ ଦେବା ଲାଗି ବୈଠକରେ ଆଲୋଚନା ହୋଇଥିଲା ।
Chilika: ଚିଙ୍ଗୁଡ଼ି ମାଫିଆଙ୍କ କବଜାରେ ଚିଲିକା: ମାଡ଼ି ବସିଛନ୍ତି ଶହେ ଏକର ଅଞ୍ଚଳ ଏଥି ସହିତ ବୈଠକରେ ଗୋପାଳପୁରଠାରୁ ବାହୁଦାକୁ ସଂଯୋଗ କରି ଗ୍ରୀନ୍ଫିଲ୍ଡ ରାସ୍ତା ନିର୍ମାଣ ସହ ପାରିପାଶ୍ୱର୍କ ଅଞ୍ଚଳରେ ପର୍ଯ୍ୟଟନ ବିକାଶ ନେଇ ଆଲୋଚନା ହୋଇଥିଲା ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।