Border Education Crisis ଦୁଃସ୍ଥିତିରେ ଓଡ଼ିଶାର ସୀମାନ୍ତ ଶିକ୍ଷା: ୫ବ୍ଲକ୍ର ସୀମାନ୍ତ ପଂଚାୟତରେ ନାହିଁ ଶିକ୍ଷାନୁଷ୍ଠାନ
"ନବରଙ୍ଗପୁର (ସୁରେଶ ନାଇଡ଼ୁ): ନବରଙ୍ଗପୁର ଜିଲ୍ଲାର ୫ଟି ବ୍ଲକ କୋଷାଗୁମୁଡା, ଡାବୁଗାଁ, ଉମରକୋଟ, ରାଇଘର ଓ ଚନ୍ଦାହାଣ୍ଡି ବ୍ଲକ୍ର ଭୌଗଳିକ ସୀମାନ୍ତକୁ ଲାଗିକି ରହିଛି ପଡୋଶୀ ରାଜ୍ୟ ଛତିଶଗଡ଼।
ଜିଲ୍ଲାସୀମାନ୍ତରେ ଥିବା ବହୁ ପଂଚାୟତରେ ଏଯାଏଁ ହାଇସ୍କୁଲ ଖୋଲିନାହିଁ।
ଯେଉଁ ସ୍କୁଲ ରହିଛି ସେଗୁଡ଼ିକ ଦୁର୍ଗମ ରହିଥିବାରୁ ଅନେକ ଯିବାକୁ ଅମଙ୍ଗ ହେଉଛନ୍ତି।
Advertisment ସୀମାନ୍ତର ଏହି ସବୁ ବ୍ଲକର ଶତାଧିକ ପିଲା ଏବେ ଛତିଶଗଡ଼ର ବିଦ୍ୟାଳୟକୁ ପଢ଼ିବାକୁ ଯାଉଛନ୍ତି।
ସୀମାନ୍ତରେ ବସବାସ କରୁଥିବା ଲୋକଙ୍କ ଚାଲିଚଳଣ, ଭାଷା ଓ ପରମ୍ପରା ଏକାଭଳି ରହିଥିବାରୁ ସ୍କୁଲ ସହ କଲେଜ ଆଦି ପଢ଼ିବା ପାଇଁ ପିଲା ସେଠାକୁ ଯିବାକୁ ସହଜ ମଣୁଛନ୍ତି।
ଏହା ସହ ନିଜ ଅଚଂଳରେ କାମ ଧନ୍ଦା ମିଳୁନଥିବାରୁ ଛତିଶଗଡ଼କୁ ମୂଲଲାଗିବାକୁ ନଗରନାରରୁ ଆରମ୍ଭ କରି ଜଗଦଲପୁର ଯାଉଛନ୍ତି।ଏହି ସ୍ଥିତିରେ ସୀମାନ୍ତ ଗାଁ ଗୁଡିକରେ ଓଡିଆ ଭାଷା ଅସ୍ତିତ୍ବ ହରାଇବା ଭଳି ଚିତ୍ର ଦେଖିବାକୁ ମିଳୁଛି।
Odia Education in Border States ସୀମାନ୍ତ ରାଜ୍ୟରେ ଓଡ଼ିଆ ଶିକ୍ଷା ବାଟବଣା, ବିଧାନସଭା ଗୃହ କମିଟି ଅସନ୍ତୁଷ୍ଟ ସୂଚନା ଅନୁସାରେ, ଜିଲ୍ଲାର ୫ଟି ବ୍ଲକରୁ କୋଷାଗୁମୁଡା ବ୍ଲକର ସନ୍ତୋଷପୁର, ମଝିଧାନୁଆ, ଏମ.କେରେଗାଁ, ମୋତିଗାଁ, ଆଟିଗାଁ, ବାଙ୍ଗୁଲି ଆଦି ପଂଚାୟତର ୨୦ରୁ ଊର୍ଦ୍ଧ୍ବ ଗାଁ ଛତିଶଗଡ଼କୁ ଲାଗିକି ରହିଛି।
ଆଉଁଳି ଗାଁର ପିଲା ମାନେ ବଦଳାବନ୍ଦକୁ ଯାଇ ପଢ଼ୁଛନ୍ତି।
ସେହିପରି ଡାବୁଗାଁ ବ୍ଲକର ନନ୍ଦପୁରା ପଂଚାୟତର କିଛି ଗାଁର ପିଲା ବି ଛତିଶଗଡରେ ପଢ଼ୁଛନ୍ତି।
ଉମରକୋଟ ବ୍ଲକର ତରେଙ୍ଗା, ସିଂସାରୀ,ରାଜପୁର, ହୀରାପୁର, ଜାମରୁଣ୍ଡା,କପେନା, ନେହେରା, ତହରା ,ଚନ୍ଦାହାଣ୍ଡି ବ୍ଲକର ମାଲଗାଁ, ଗମ୍ଭାରୀଗୁଡା, ଶରଦାପୁର,ବେହେରାମୁଣ୍ଡା, କୋଇଲିମୁଣ୍ଡା, ଫଟକି , ରାଇଘର ବ୍ଲକର କାଉଡୋଲା,କୁଡକୁ, ପରଚିପାରା, କୁନ୍ଦେଇ ଓ ହାଟଭରଣ୍ଡି ପଞ୍ଚାୟତ ସୀମାନ୍ତରେ ରହିଛି।
ରାଇଘର ବ୍ଲକର କାନାଡ଼ିହି, ସୋନାରପାରା, ଖିଲୋଲି ଓ କୁନ୍ଦେଇ ଗାଁର ଛାତ୍ରଛାତ୍ରୀ ଓଡ଼ିଶାରେ ପାଠ ନ ପଢ଼ି ଛତିଶଗଡ଼ ମୁହାଁ ହୋଇଛନ୍ତି।
ଅଷ୍ଟମରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ଏହି ପିଲାମାନେ ଘୁଟକେଲ୍ ବିଦ୍ୟାଳୟ ଉପରେ ନିର୍ଭର ।
ଏହି ୫ବ୍ଲକର କିଛି କିଛି ଗାଁର ପିଲା ହାଇସ୍କୁଲ କିମ୍ବା କଲେଜ ପଢ଼ିବା ପାଇଁ ଛତିଶଗଡ ସ୍କୁଲ ଓ କଲେଜରେ ନାମ ଲେଖାଇ ନିୟମିତ ଯାଉଛନ୍ତି ।
ସୀମାନ୍ତ ବ୍ଲକର କିଛି ସ୍କୁଲ ଓ ହାଇସ୍କୁଲର ଏପରିକି ଚନ୍ଦାହାଣ୍ଡିରୁ ମଧ୍ୟ ଛତିଶଗଡର ଦେଓଭୋଗକୁ ଇଂରାଜୀ ମାଧ୍ୟମିକ ପଢ଼ିବାପାଇଁ ପିଲା ସବୁଦିନରେ ବସରେ ଯାଉଛନ୍ତି।
Maoist Arms Dump ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ଡମ୍ପ୍ ଠାବ ଓଡ଼ିଶାର ସୀମାନ୍ତର ଅଧିକାଂଶ ବିଦ୍ୟାଳୟରେ ଧାର୍ଯ୍ୟସଂଖ୍ୟକ ଶିକ୍ଷକ ନାହାନ୍ତି।
ତାସହ ଅଧିକାଂଶ ଘରୋଇ କିମ୍ବା ସରକାରୀ ସହାୟତାରେ ଚାଳୁଥିବା ଘରୋଇ ବିଦ୍ୟାଳୟ ରହିଛି।
ସେଠାରେ ପାଠପଢ଼ା ଖର୍ଚ୍ଚ ଅଧିକ ହେଉଛି।
ବହୁ ସ୍କୁଲରେ ଜଣେ କିମ୍ବା ଦୁଇ ଜଣ ଶିକ୍ଷକରେ ସୀମାନ୍ତ ହାଇସ୍କୁଲ ଗୁଡିକ ଚାଳିଛି।
ଏହି ସ୍ଥିତିରେ ଗୁଣାତ୍ମକ ଶିକ୍ଷା କିଭଳି ଛାତ୍ରଛାତ୍ରୀ ପାଇବେ, ତେଣୁ ଛତିଶଗଡ଼ ଉପରେ ନର୍ଭର କରିବାକୁ ପଡୁଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ନିଜ ପ୍ରତିକ୍ରିୟାରେ କହିଛନ୍ତି।
ଚିନ୍ତାର ବିଷୟ ଓଡ଼ିଶାରେ ବାସବାସ କରୁଥିଲେ ସୁଦ୍ଧା ଲେଖିବା ଓ ପଢ଼ିବା ତ ଦୂରର କଥା ପିଲା ଓଡ଼ିଆ କହିବା ମଧ୍ୟ ଭୁଲିଗଲେଣି।
Odia language: ବିକ୍ରମଖୋଲ ଶିଳାଲେଖ ଏବେ ବିଲୁପ୍ତି ଦ୍ବାରରେ: ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତାର ପ୍ରମୁଖ ଆଧାର ବର୍ତ୍ତମାନ ଠାରୁ ଏ ଦିଗରେ ସଚେତନ ନହେଲେ ଆଗାମୀ ଦିନରେ ସୀମାନ୍ତ ଗାଁଗୁଡ଼ିକରେ ଓଡ଼ିଆ ଭାଷା ସଂପୂର୍ଣ୍ଣ ଲୋପ ପାଇଯିବ ବୋଲି ଉତ୍କଳସମ୍ମିଳନୀ ପକ୍ଷରୁ ଆଶାଙ୍କା ପ୍ରକାଶ କରିଛନ୍ତି।
ଜିଲ୍ଲାର କିଛି ପଂଚାୟତରେ ପ୍ରାଥମିକ, ଉଚ୍ଚପ୍ରାଥମିକ ସହ ହାୟରସେକଣ୍ଡରୀ ସ୍କୁଲ ରହିଛି, କିଛି ପଂଚାୟତରେ ନାହିଁ ବୋଲି କହିଛନ୍ତି ଏଡିଇଓ ପ୍ରକାଶ କୁମାର ମହାଳିକ।
କିଛି ପଂଚାୟତର ବ୍ଲକ୍ ଅନୁଦାନ କିମ୍ବା ସରକାରୀ ଅନୁଦାନରେ ଚାଲୁଥିବା ସ୍କୁଲରୁ ଶିକ୍ଷକ ଅବସରନେବା ପରେ କିମ୍ବା କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ପରେ ବି ସ୍କୁଲ ବନ୍ଦ ହୋଇଛି।
ଛତିଶଗଡ କେତେ ପିଲା ପଢ଼ିବାକୁ ଯାଉଛନ୍ତି ତାହାର କିଛି ଖବର ନାହିଁ ବୋଲି କହିଛନ୍ତି ଏଡିଇଓ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।