Today is Friendship Day: ଆଜି ବନ୍ଧୁତ୍ବ ଦିବସ: ମନର ଭାଷା ବୁଝେ ବନ୍ଧୁତ୍ବ
"ଭୁବନେଶ୍ୱର: ଜନ୍ମରୁ ପ୍ରତ୍ୟେକ ସମ୍ପର୍କ ବାପାମାଆ ଏବଂ ପରିବାର ସହିତ ଥାଏ।
କିନ୍ତୁ ବନ୍ଧୁତା ହେଉଛି ଏପରି ଏକ ସମ୍ପର୍କ ଯାହା ଭାବନାରୁ ସୃଷ୍ଟି ହୁଏ।
ଜୀବନରେ ଦୀର୍ଘସ୍ଥାୟୀ ବନ୍ଧୁତ୍ବ ଶ୍ରେଷ୍ଠ ଆଶୀର୍ବାଦଠାରୁ କୌଣସି ଗୁଣରେ କମ୍ ନୁହେଁ।
ଏହା ଜୀବନକୁ ସୁନ୍ଦର ଓ ସୁଖମୟ କରେ।
ସମୟ, ବୟସ, ଶାରୀରିକ ଅକ୍ଷମତା ଡେଇଁ ଗଢ଼ି ଉଠିଥିବା କିଛି ବନ୍ଧୁତ୍ବର କାହାଣୀର ସ୍ଥାୟିତ୍ବ କଥା ସହଜରେ ବିଶ୍ବାସ କରିହୁଏ ନାହିଁ।
ବନ୍ଧୁତା ଦିବସରେ ସେହିଭଳି କିଛି ଜଣଙ୍କ କାହାଣୀକୁ ନେଇ ଆମର ସ୍ୱତନ୍ତ୍ର ଉପସ୍ଥାପନା।Advertisment Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ ଶବ୍ଦ ନୁହେଁ ଭଲ ପାଇବାର ପରିଭାଷାରେ ବନ୍ଧା ନିଆରା ସେମାନଙ୍କ ବନ୍ଧୁତ୍ୱ।
ଦୁନିଆର ସହସ୍ର ଶବ୍ଦକୁ କହି ଓ ଶୁଣି ପାରୁ ନଥିଲେ ମଧ୍ୟ ଭଲ ପାଇବାର ପରିଭାଷା ସେମାନେ ଭଲ ଭାବେ ବୁଝିଛନ୍ତି।
ଶ୍ରାବ୍ୟ ଓ ବାକ୍ ଶକ୍ତିର ବାଧକ ସେମାନଙ୍କ ବନ୍ଧୁତ୍ୱରେ କୌଣସି ବାଧା ଦେଇପାରିନି।
ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷର ଛାତ୍ର ରୁଦ୍ର ଡାକୁଆ ଓ ରାଜନାରାୟଣ ସିଂହ।
ରୁଦ୍ରଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ରାଜନାରାୟଣଙ୍କ ଘର ବାଲେଶ୍ୱର।
ଉଭୟଙ୍କ ପ୍ରଥମ ଦେଖା ସତ୍ୟଭାମା ଦେବୀ ମୂକ ବଧିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖା ସମୟରେ ହୋଇଥିଲା।
ନାମଲେଖା ବେଳରୁ ହିଁ ତାଙ୍କର ସମ୍ପର୍କ ଏତେ ନିବିଡ଼ ହୋଇଗଲା ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେହିଭଳି ରହିଛି।
ଆଗକୁ ମଧ୍ୟ ସେହିଭଲି ଜାରି ରହିବ ବୋଲି ସେମାନେ କହିଛନ୍ତି।
ମହାବିଦ୍ୟାଳୟର ମ୍ୟାନେଜିଂ ଟ୍ରଷ୍ଟି ନିରୋଜା ଲକ୍ଷ୍ମୀ ମହାପାତ୍ର କହିଛନ୍ତି ଉଭୟ ଏକାଠି ହଷ୍ଟେଲରେ ରୁହନ୍ତି, ଖାଆନ୍ତି ଓ ପାଠ ପଢ଼ନ୍ତି।
ଦେହ ଖରାପ ହେଲେ ପରସ୍ପରର ସେବା କରନ୍ତି।
ବିଦ୍ୟାଳୟର ବିଭିନ୍ନ ସାଂସ୍କୃତିକ କର୍ଯ୍ୟକ୍ରମରେ ମଧ୍ୟ ସହଯୋଗ କରନ୍ତି।
Flood In Bhadrak: ବୁଡ଼ିଗଲା ଚାଷଜମି, ଯନ୍ତ୍ରଣାରେ ମୁଣ୍ଡରେ ହାତଦେଇ ବସିଛନ୍ତି ଲୋକେ ଜୀବଜନ୍ତୁଙ୍କ ନିଆରା ବନ୍ଧୁଦିନକୁ ଦିନ ପଶୁପକ୍ଷୀ ପ୍ରତି ମଣିଷ ନିଷ୍ଠୁର ହେଉଥିବା ବେଳେ ଜୀବଜନ୍ତୁଙ୍କ ସହ ବନ୍ଧୁତ୍ୱର ନିଆରା ଉଦାହରଣ ଦେଇଛନ୍ତି ତମାଣ୍ଡୋ ସିଜିପୁଟ ଅଞ୍ଚଳର ପ୍ରସନ୍ନ କୁମାର ଦାସ(ବାପି)।
ବୁଲା ଗାଈ, ଷଣ୍ଢ, କୁକୁରଙ୍କ ଭଳି ଜୀବଜନ୍ତୁଙ୍କ ପ୍ରତି ଜଣେ ସମପ୍ରିତ ବ୍ୟକ୍ତିତ୍ବ।
୨୦୧୩ ମସିହାରୁ ଏହି ସେବା ଆରମ୍ଭ କରିଛନ୍ତି।
ଏକ ସାପ କାମୁଡ଼ାରେ ଭଉଣୀଙ୍କ ଦେହାନ୍ତ ପରେ ସେ ଅତ୍ୟନ୍ତ ଭାଙ୍ଗ ପଡ଼ିଥିଲେ।
ପରେ ପରିବାରର ଗୋଶାଳାରେ କାମ ଆରମ୍ଭ କରିଥିଲେ।
ସେହି ଗୋଶାଳାରେ ଗାଈଗୋରୁଙ୍କ ଚିକିତ୍ସା ସମୟରେ ତାଙ୍କର ପ୍ରାଣୀ ଚିକିତ୍ସକ ଡା.
ପ୍ରଫେସର ସଦାନନ୍ଦଙ୍କ ସହ ପରିଚୟ ହେବା ପରେ ସେ ଜୀବଜନ୍ତୁଙ୍କ ପ୍ରାଥମିକି ଚିକିତ୍ସା ବିଷୟରେ ଜାଣିବାକୁ ପାଇଥିଲେ।
ସେହି ଶିକ୍ଷାକୁ ଜୀବନର ବ୍ରତ କରି ସେ ଆଖପାଖ ଅଞ୍ଚଳରେ ଆଘାତପ୍ରାପ୍ତ ଓ ଆହତ ଜୀବଜନ୍ତୁଙ୍କ ସେବା କରୁଛନ୍ତି।
ସ୍ଥିତି ଅଧିକ ଖରାପ ଥିଲେ ତାଙ୍କୁ ଡାକ୍ତରଖାନା ପଠାନ୍ତି।
ଏଥିରେ ତାଙ୍କ ପରିବାର ଲୋକ ତାଙ୍କୁ ସମ୍ପର୍ଣ୍ଣ ସହଯୋଗ କରନ୍ତି ବୋଲି ସେ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।