Dog: ଅମୃତର ସନ୍ଧାନେ, ଶ୍ରୀସନ୍ନ୍ୟାସୀ ଜୀ: କୁକୁରର ଆତ୍ମଜ୍ଞାନ

Aug 02, 2026 - 07:10
Dog: ଅମୃତର ସନ୍ଧାନେ, ଶ୍ରୀସନ୍ନ୍ୟାସୀ ଜୀ: କୁକୁରର ଆତ୍ମଜ୍ଞାନ

"ଗୋଟିଏ କୁକୁରର କଥା l ଗଳିକନ୍ଦିରେ ବୁଲୁଥିବା ଅନ୍ୟ କୁକୁରଙ୍କ ପରି ସେ ନୁହେଁ।

ତା"ର ସ୍ବଭାବ ଥିଲା ବଡ଼ ବିଚିତ୍ର।

ତା" ପାଖରେ ଥିଲା ତିନିଟି ବିଚିତ୍ର ଅଭ୍ୟାସ।

ପ୍ରଥମ ଅଭ୍ୟାସ- ଭୂମି ଉପର କୌଣସି ସ୍ଥାନରେ ବି ସେ ପରିସ୍ରା କରେ ନାହିଁ।

ସବୁବେଳେ ପ୍ରାଚୀର ପାର୍ଶ୍ୱରେ ଗୋଟିଏ ଗୋଡ଼କୁ ଟେକି ପରିସ୍ରା କରେ।

ଦ୍ୱିତୀୟ ଅଭ୍ୟାସ - ସେ ଅନ୍ୟ କାହାକୁ ନୁହେଁ, କେବଳ ଭିକାରିମାନଙ୍କୁ ଦେଖିଲେ ଜୋର୍‌ରେ ଭୁକେ।

ତୃତୀୟ ଅଭ୍ୟାସ - ଦିନରେ  ଆଦୌ ନୁହେଁ, ଠିକ ପାହାନ୍ତିଆ ପ୍ରହରରେ ଜୋର୍‌ରେ ଗର୍ଜନ କରି ଭୁକେ।Advertisment Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ ତା"ର ଏପରି ବିଚିତ୍ର ଗୁଣର କାରଣ ବାବଦରେ ଦିନେ ଜଣେ ସାଧୁ କୁକୁରକୁ ପଚାରିଲେ।

ସେଦିନ କୁକୁର ଯାହା ଉତ୍ତର ଦେଇଥିଲା, ତାକୁ ଶୁଣିଲେ ନିଜକୁ ଭକ୍ତ ବୋଲି ଡିଣ୍ଡିମ ପିଟୁଥିବା ମଣିଷମାନଙ୍କୁ ଲଜ୍ଜା ଲାଗିବ ନିଶ୍ଚୟ।

କୁକୁର କହିଲା- ଆଜ୍ଞା, ଭୂମି ଉପରେ ବସି ମଣିଷ ପୂଜା କରେ।

ମା"ମାନେ ପନ୍ଥେଇ ଖୋଳି ମଙ୍ଗଳବାର ପଣା ଦିଅନ୍ତି।

ଗଣେଶ, ଦୁର୍ଗା, ଲକ୍ଷ୍ମୀ ଆଦି ଦେବତାଙ୍କ ପୂଜା ଏଇ ଭୂମି ଉପରେ ହୁଏ।

ତେଣୁ ଭୂମି ଉପରେ ପରିସ୍ରା କଲେ ମୋତେ ପାପ ଲାଗିବ କି ନା କୁହନ୍ତୁ?

ସାଧୁ ମୁଣ୍ଡ ହଲେଇଲେ।

ହେଲେ କେବଳ ଭିକାରିମାନଙ୍କୁ ଦେଖି କାହିଁକି ଭୁକୁ କହ?

କୁକୁର କହିଲା- ମହାରାଜ!

ଏ ଭିକାରିଗୁଡ଼ାକ କେତେ ହତଭାଗା କହିଲେ?

ପରମାତ୍ମା ବା ଈଶ୍ୱର ହେଉଛନ୍ତି ମଙ୍ଗଳକାରୀ ମାଲିକ।

ଭିକାରିଟିଏ ଯୋଉ ଲୋକ ପାଖରେ ହାତ ପତାଏ, ସେ ଲୋକଟି ପରା ଈଶ୍ୱରଙ୍କ ଉପରେ ନିର୍ଭରଶୀଳ।

ଭିକାରିମାନେ ସିଧା ଈଶ୍ୱରଙ୍କ ପାଖେ ହାତ ନ ପତାଇ ଅନ୍ୟ ମଣିଷଙ୍କୁ ହାତ ପତାଉ ଥିବାରୁ ସେମାନଙ୍କୁ ଦେଖିଲେ ମୋତେ ପ୍ରବଳ ବିରକ୍ତ ଲାଗେ।କୁକୁର ମୁହଁରୁ ଏ କଥା ଶୁଣି ସାଧୁ ତଟସ୍ଥ ହୋଇ ମନେ ମନେ କୁକୁରର ଏ ଦିବ୍ୟ ବିଚାରକୁ ବହେ ତାରିଫ୍‌ କଲେ।

ଏଥର ପାହାନ୍ତିଆ ପ୍ରହରରେ କୁକୁରଟି ଭୁକିବାର ରହସ୍ୟ ଜାଣିବାକୁ ବ୍ୟଗ୍ର ହେଉଥିବା ବେଳେ କୁକୁର ତା" ନିଜ ତରଫରୁ କହି ଉଠିଲା - ଆଜ୍ଞା, ଦେଖୁନାହାନ୍ତି ଏ ଅଜ୍ଞ ମୂର୍ଖ ମଣିଷମାନଙ୍କୁ।

ବ୍ରାହ୍ମ ମୁହୂର୍ତ୍ତ ହେଉଛି ଈଶ୍ୱରଙ୍କୁ ମନେ ପକାଇବାର ପ୍ରକୃଷ୍ଟ ସମୟ।

ସେ ସମୟରେ ସେ ପ୍ରକାର ଗଧ ମଣିଷମାଙ୍କୁ ନିଜ କର୍ତ୍ତବ୍ୟ ବାବଦରେ ସଚେତନ କରିବାକୁ ଯାଇ ମୁଁ ଜୋର୍‌ରେ ଗର୍ଜନ କରି ଭୁକିଥାଏ।

କିନ୍ତୁ ଏ ମଣିଷ ନିଦରୁ ଉଠେନା।

ପକ୍କା ବେଇମାନ ଏ ମଣିଷ।

ଯୋଉ ଈଶ୍ୱରଙ୍କ ଯୋଗୁଁ ତୁମେ ଅୟସରେ ଅଛ, ତାଙ୍କୁ ତୁମେ ଟିକେ ମନେ ପକାଇବନି?

ତୁମ ସୁବିଧା ପାଇଁ ସେ ନାକ ପାଖରେ ପବନକୁ ରଖିଛନ୍ତି।

ଫଳରେ ନିଃଶ୍ୱାସ ନେବା ପାଇଁ ମଣିଷକୁ ଅନ୍ୟ କୋଉଠିକି ଯିବାକୁ ପଡ଼ି ନ ଥାଏ।

କଟକ ଯାଅ, କୋଲକାତା ଯାଅ, ଦିଲ୍ଲୀ ଯାଅ ବା ଆମେରିକା...

ସବୁଠି ନାକ ନିକଟରେ ପବନ।

ଈଶ୍ୱରଙ୍କର କି ସୁନ୍ଦର ବ୍ୟବସ୍ଥା, ଆହାଃ!

ଜନ୍ମ ହେଉ ହେଉ ମା" ଥନରେ କ୍ଷୀରର ବ୍ୟବସ୍ଥା ସେ ହିଁ କରିଛନ୍ତି।

ଏମିତିଆ ଦୟାଳୁ ଆଉ କିଏ ଅଛି ଏ ଦୁନିଆରେ?

ଜନ୍ମ ହେବା ପୂର୍ବରୁ ବାୟୁମଣ୍ଡଳରେ ଅମ୍ଳଜାନର ବ୍ୟବସ୍ଥା କ"ଣ ଏ ମଣିଷ କରିଛି?

ନା, ଆଦୌ ନୁହେଁ।

ନିଜେ ଗଛ ଲଗାଅ ବା ନ ଲଗାଅ, ଜୀବନ ସାରା ମାଗଣାରେ ଅମ୍ଳଜାନକୁ ବ୍ୟବହାର କରୁଛି ମଣିଷ।

ଏଥିପାଇଁ କୋଉ ମଣିଷ କେତେ ଥର ଈଶ୍ୱରଙ୍କୁ ଧନ୍ୟବାଦ ଦେଉଥିବ ମୁଁ ଜାଣିନି।

ଧନ୍ୟବାଦ ଦେବା ତ ଦୂରର କଥା, ଥୋକାଏ କୃତଘ୍ନ ମଣିଷ ଈଶ୍ୱରଙ୍କୁ ଅସ୍ବୀକାର କରିବାକୁ ଆଗଭର ହେଉଥିବାର ମୁଁ ଦେଖେ।

ସେମାନଙ୍କ ମୁହଁରେ ଛେପ ପକାଇବାକୁ ମୋର ଇଚ୍ଛା ହୁଏ।

କିନ୍ତୁ କ"ଣ କରିବି।

ଈଶ୍ୱର ତ ମୋତେ ନୀଚ ଜୀବ ଭାବେ ଜନ୍ମ ଦେଇଛନ୍ତି l ଜୀବମାନଙ୍କ ଭିତରେ ମଣିଷକୁ କିଏ ଶ୍ରେଷ୍ଠ ଜୀବ ବୋଲି ଆଖ୍ୟା ଦେଇଥିଲା କେଜାଣି?

ବଣର କୋଉ ପଶୁ, ପକ୍ଷୀ ବା ଅନ୍ୟ କୋଉ ଗ୍ରହରୁ କିଏ ଆସି ମଣିଷ ବେକରେ ଫୁଲହାର ପକାଇ ତାକୁ "ଶ୍ରେଷ୍ଠ ମଣିଷ" ବୋଲି ଉପାଧି ଦେଇଥିବାର ପ୍ରମାଣ ଅଛି କି?

ନିଜେ ନିଜକୁ ଶ୍ରେଷ୍ଠ ବୋଲି କହିବ, ଏଣେ ଈଶ୍ୱରଙ୍କୁ ମାନିବନି, ଇଏ କୋଉ ଶ୍ରେଷ୍ଠ ପଣିଆରେ ଲେଖା?

Narendra Modi: ଆଜି ନଶା ମୁକ୍ତ ଯୁବ" କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ କୁକୁର ମୁହଁରୁ ଏସବୁ ଶୁଣି ସାଧୁଙ୍କର ମୁହଁ ଶୁଖି ଯାଇଥିଲା।

ମଣିଷର ବେଇମାନି ଆଚରଣକୁ ନେଇ ସେ ଚିନ୍ତିତ ଥିବା ପରି ଜଣାପଡୁଥିଲେ।

କେବଳ ସାଧୁ ନୁହେଁ, ଆମ ମଣିଷମାନଙ୍କର ଏ ଦୁର୍ଗୁଣଗୁଡ଼ିକ କୁକୁର କାନରେ ପଡ଼ିଯାଇଥିବାର ଜାଣି ମୋତେ ବି ଭାରି ଲଜ୍ଜା ଲାଗୁଛି।

ଚଣ୍ଡାଳ କୁକୁର...

ସେ ପୁଣି ତଥାକଥିତ ମଣିଷମାନଙ୍କୁ ଆତ୍ମଜ୍ଞାନ ଦେବ!

ଛିଃ....ଧିକ୍‌ ଆମକୁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।