Elephant: ବନ୍ୟା ପାଇଁ କଲବଲ ହାତୀପଲ: ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପାଚେରି ଭାଙ୍ଗିଲେ

Aug 02, 2026 - 07:10
Elephant: ବନ୍ୟା ପାଇଁ କଲବଲ ହାତୀପଲ: ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପାଚେରି ଭାଙ୍ଗିଲେ

"ଭୁବନେଶ୍ବର/ମେଣ୍ଢାଶାଳ: ବନ୍ୟାବିତ୍ପାତ ଯୋଗୁ କେବଳ ଗୃହପାଳିତ ଜୀବଜନ୍ତୁ ନୁହନ୍ତି, ଜଙ୍ଗଲୀ ଜୀବଜନ୍ତୁ ମଧ୍ୟ କଲବଲ ହେଉଛନ୍ତି।

ମହାନଦୀରେ ବନ୍ୟାପାଣିର ପ୍ରଖର ସ୍ରୋତକୁ ଡରି ପ୍ରାୟ ୧୦ଟିକିଆ ହାତୀପଲ ବର୍ତ୍ତମାନ ସମୟରେ ଜନବସତିମୁହାଁ ହୋଇଛନ୍ତି।

ରାଜଧାନୀ ଉପକଣ୍ଠ ଜାମୁଝରି ନିକଟରେ ଏହି ହାତୀପଲଙ୍କୁ ଆଜି ଦେଖିବାକୁ ମିଳିଥିଲା।

ଏହି ପଲରେ ୨ଟି ଦନ୍ତା, ତିନିଟି ମାଈ ଓ ୫ଟି ଛୁଆହାତୀ ରହିଥିବା ଦେଖିବାକୁ ମିଳିଛି।

ହାତୀପଲ ଜନବସତି ନିକଟକୁ ଆସିବା କଥା ପ୍ରଚାର ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।

ଛୁଆ ହାତୀଙ୍କ ସୁରକ୍ଷା ପାଇଁ ଦନ୍ତାହାତୀ ଉଗ୍ର ହେଉଥିବା ଦେଖିବାକୁ ମିଳିଥିଲା।

ଏନେଇ ଗ୍ରାମବାସୀ ଜଙ୍ଗଲ ଅଧିକାରୀଙ୍କୁ ଅବଗତ କରିଥିବା କହିଛନ୍ତି।

Advertisment Flood In Odisha: ବନ୍ୟା ପରେ କ୍ଷୟକ୍ଷତିର ସ୍ଥିତି ପରଖିଲେ ବିଧାୟକଙ୍କ ସହିତ ପ୍ରଶାସନିକ ଅଧିକାରୀ ସୂଚନାଯୋଗ୍ୟ ଯେ ଚନ୍ଦକା ଓ ଡମପଡ଼ା ଜଙ୍ଗଲକୁ ହାତୀମାନଙ୍କର ନିୟମିତ ଚଳପ୍ରଚଳ ଲାଗିରୁହେ।

ବର୍ତ୍ତମାନ ଉପରମୁଣ୍ଡରୁ ପାଣି ଛଡ଼ାଯିବା ପରେ ମହାନଦୀ ଫୁଲିବାକୁ ଲାଗିଛି।

ଏନେଇ ଖାଦ୍ୟ ଅନ୍ବେଷଣରେ ଚନ୍ଦକା ଅଭିମୁଖେ ଆସିଥିବା ଏକ ହାତୀପଲ ନିତିଦିନିଆ ରାସ୍ତାରେ ଚଳପ୍ରଚଳ ହୋଇପାରୁନାହନ୍ତି।

ନଦୀ ପାରିହେବା ବେଳେ ସମସ୍ୟାରେ ପଡ଼ୁଛନ୍ତି।

ସେମାନେ ଆଜି ସକାଳେ ନଦୀ ନିକଟକୁ ଯାଇ ସେଠାରୁ ପୁଣି ଫେରି ଚନ୍ଦକାମୁହାଁ ହୋଇଛନ୍ତି।

ଆଜି ଏହି ହାତୀପଲ ଜାମୁଝରି ନିକଟ ବିଜୁପଟ୍ଟନାୟକ ମୁକ୍ତାକାଶ ଆଶ୍ରମର ପାଚେରି ଭାଙ୍ଗି ଭିତରକୁ ପ୍ରବେଶ କରିଥିଲେ।

ତେବେ ବିଶେଷ କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ଅଞ୍ଚଳର ବିଭିନ୍ନ ଗଛ ଭଙ୍ଗାରୁଜା କରିଥିଲେ।

ଏହି ହାତୀପଲକୁ ଦେଖି ଲୋକେ ବିଚଳିତ ହୋଇପଡ଼ିଥିଲେ।

ଖବର ପାଇ ଜଙ୍ଗଲ କର୍ମଚାରୀମାନେ ସେଠାରେ ପହଞ୍ଚି ହାତୀଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।

ହାତୀପଲ ଏବେ ଜଙ୍ଗଲର ମଧ୍ୟ ଭାଗରେ ଅବସ୍ଥାନ କରିଥିବା ସୂଚନା ମିଳିଛି।

ବନ୍ୟା ଛାଡ଼ିବା ପରେ ହାତୀମାନଙ୍କ ଚଳାଚଳ ସ୍ବାଭାବିକ ହେବ ବୋଲି ଗାଁର ପୁରୁଖାମାନେ କହିଛନ୍ତି।

Weekly Horoscope 2026 August 02 to August 08: ଜାଣନ୍ତୁ ଏ ସପ୍ତାହର ରାଶିଫଳ..."

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।