Third Cyclone Threat: ଛନକା ବଢ଼ାଉଛି ମାସକରେ ତୃତୀୟ ବାତ୍ୟା; ଭୂସ୍କଳନ ପ୍ରବଣ ଅଂଚଳରେ ପ୍ରସ୍ତୁତି, ଫୋକସରେ ନଦୀ ଓ ଡ୍ୟାମ ଜଳ
ଗୋଟିଏ ବାତ୍ୟାର କ୍ଷତ ଶୁଖିନି, ଆଉ ଏକ ସମ୍ଭାବ୍ୟ ବାତ୍ୟାକୁ ନେଇ ଛନକା।
ଝଡବର୍ଷାକୁ ଯେତିକି ଡର ତାଠୁ ଅଧିକ ଭୂସ୍ଖଳନକୁ।
ପାହାଡତଳେ ରହୁଥିବା ଲୋକଙ୍କ ହଜିଯାଇଛି ନିଦ।
ତେବେ ଆଗୁଆ ପ୍ରସ୍ତୁତି ସହ ପଦକ୍ଷେପ ନେବା ଆରମ୍ଭ କରିଦେଲାଣି ଜିଲ୍ଲା ପ୍ରଶାସନ।
ମାଲକାନଗିରି, ଗଜପତି, କୋରାପୁଟ ଓ ଗଞ୍ଜାମରେ ଭୂସ୍ଖଳନ ପ୍ରବଳ ଅଂଚଳ ଚିହ୍ନଟ ସହ ଅଧିକାରୀଙ୍କୁ ଦିଆଯାଇଛି ଦାୟିତ୍ବ।
ସେପଟେ ଫୋକସରେ ରହିଛି ନଦୀ ଓ ଡ୍ୟାମ୍ ଜଳ ପରିଚାଳନା।
ପ୍ରବଳ ବର୍ଷା ଆଶଙ୍କାରେ ଜଳଭଣ୍ଡାରରୁ ଛଡାଯାଇଛି ପାଣି।
Advertisment ବାତ୍ୟା ଆସୁଛି, ଭୟ ଘାରୁଛି।
ପାହାଡିଆ ଅଂଚଳରେ ପୁଣି କୋପ ଦେଖାଇବନି ତ ପ୍ରକୃତି।
ଧସିବନି ତ ମାଟି, ପାହାଡରୁ ଖସିବନି ତ ପଥର।
ବାତ୍ୟା ନାଁ ଶୁଣି ବଢିଛି ଭୂସ୍ଖଳନ ଛନକା।
ମାଲକାନଗିରିର ବାୟାପଡ଼ା, ଚିତ୍ରକୋଣ୍ଡା, ସ୍ୱାଭିମାନ ଅଞ୍ଚଳ, ପପୁଲୁର ଏବଂ ନାଗଲୁର ଘାଟି ଅଞ୍ଚଳ ଉପରେ ରହିଛି ନଜର।
ଭୂସ୍ଖଳନ ପ୍ରବଣ ଗଜପତିରେ ବି ବଢିଛି ପାହାଡ ତଳେ ରହୁଥିବା ଲୋକଙ୍କ ଚିନ୍ତା।
ତେବେ ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଓ ସତର୍କତା ମୂଳକ ପଦକ୍ଷେପ ନେଉଛି ଜିଲ୍ଲା ପ୍ରଶାସନ।
୮ଟି ଅଗ୍ନିଶମ ଟିମ୍ ପ୍ରସୁତ।
ପ୍ରତି ବ୍ଲକରେ ଜଣେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ଦିଆଯାଇଛି ନୋଡାଲ ଅଫିସର ଦାୟିତ୍ବ।
ଜିଲ୍ଲାର ରାୟଗଡ, ମୋହନା ଏବଂ ଉଦୟଗିରି ବ୍ଲକ ଉପରେ ରହିଛି ସ୍ବତନ୍ତ୍ର ଫକୋସ।
ପ୍ରବଳ ବର୍ଷା ହେଲେ ଭୂସ୍ଖଳନ ଆଶଙ୍କା ଅଧିକ।
ତେଣୁ ନିଦ ହଜିଯାଇଛି ମୋହନାର ପାହାଡ ତଳ ଗ୍ରାମବାସୀଙ୍କର।
ସେପଟେ କୋରାପୁଟ ଜିଲ୍ଲାର ୭ଟି ବ୍ଲକ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି।
ଅର୍ଣ୍ଣବ ବେଳେ ସେସବୁ ସ୍ଥାନରେ ଭୂସ୍ଖଳନ ହୋଇଥିବାରୁ ସଜାଗ ରହିଛି ଜିଲ୍ଲା ପ୍ରଶାସନ।
Advertisment ପୁଣି ମାଡିଆସୁଛି ସମ୍ଭାବ୍ୟ ବାତ୍ୟା ସାଙ୍ଗକୁ ବର୍ଷା।
ଏପଟେ ମୁକୁଳା ପଡିଛି ନଈ, ନାଳ, କେନାଲ।
ବନ୍ୟାରେ ଋଷିକୂଲ୍ୟା ଓ ବଡନଦୀର ଅନେକ ସ୍ଥାନରେ ହୋଇଥିଲା ଘାଇ।
ହୁଡା ଭାଙ୍ଗି ଆସିକା, ଧରାକୋଟ, ସୋରଡା, ଭଞ୍ଜନଗରରେ ପଶିଥିଲା ବଢିପାଣି।
ଏବେ ସମ୍ଭାବ୍ୟ ବାତ୍ୟା ସୂଚନା ପୁଣି ବଢାଇଛି ଛନକା।
ଗୋଟିଏ ବାତ୍ୟାର କ୍ଷତ ଶୁଖିନି, ଛନକା ବଢାଇଛି ଆଉ ଏକ ସମ୍ଭାବ୍ୟ ବାତ୍ୟା।
ବିପନ୍ନଙ୍କ ହଜିଯାଇଛି ନିଦ।
ପାଣି ଛାଡିବା ପରେ ଏବେ ଏବେ ଘରକୁ ଫେରିଥିବା ବନ୍ୟା ପୀଡିତ, ପୁଣି ପ୍ରମାଦ ଗଣିଲେଣି।
ଗଞ୍ଜାମର ଲାଇଫ ଲାଇନ୍ ଋଷିକୂଲ୍ୟାରେ ଭୟଙ୍କର ବନ୍ୟାରେ ନଦୀର ଉଭୟ ପଟେ ଥିବା ବନ୍ଧ ଅନେକ ସ୍ଥାନରେ ଭାଙ୍ଗି ଯାଇଛି।
ସୋରଡ଼ା ବ୍ଲକ ଗାଜଲବାଡ଼ିରୁ ଗଞ୍ଜାମ ମୁହାଣ ଯାଏଁ, ଅବସ୍ଥା ସଙ୍ଗୀନ।
ଏବେ ପୁଣି ପ୍ରବଳ ବର୍ଷା ହେଲେ ନଦୀଜଳ ଗାଁରେ ପଶିବା ଥୟ।
ତେଣୁ ଭୟ ଓ ଆଶଙ୍କାରେ ଦିନ କାଟୁଛନ୍ତି ନଦୀକୂଳିଆ ଲୋକେ।
ବାଜିଲା ସାଇରନ୍, ଖାଲି ହେଉଛି ଜଳଭଣ୍ଡାର।
ସମ୍ଭାବ୍ୟ ବାତ୍ୟା ପାଇଁ ଜିଲ୍ଲାର ବିଭିନ୍ନ ଜଳଭଣ୍ଡାରରୁ ଜଳ ନିଷ୍କାସନ କରାଯାଉଛି।
ଭଞ୍ଜନଗର, ଡହ, ସୋରଡ଼ା, ଘୋଡାହାଡ ଓ ବାଘଲଟିରୁ ଛଡ଼ାଯାଉଛି ପାଣି।
ଆଗକୁ ପ୍ରବଳ ବର୍ଷା ହେଲେ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବ।
ତେଣୁ ଏଥର ଆଗୁଆ ନିଆଯାଇଛି ପଦକ୍ଷେପ।
ସାମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବି ଆରମ୍ଭ ହୋଇଛି ବ୍ୟାପକ ପ୍ରସ୍ତୁତି।
ବ୍ରହ୍ମପୁର ସହର ଖୋଡ଼ାସିଙ୍ଗସ୍ଥିତ ୱାଟର ଚେକ୍ ଗେଟ୍ ଓ ଗଜପତି ନଗରର ତଳିଆ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ।
ବର୍ଷା ଯୋଗୁଁ ସହରରେ ଯେମିତି ଜଳବନ୍ଦୀ ସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଜଳ ନିଷ୍କାସନ ପରିଚାଳନା ଓ ପୂର୍ବ ପ୍ରସ୍ତୁତି ଉପରେ ଦିଆଯାଇଛି ଗୁରୁତ୍ବ।
ପାହାଡିଆ ଏବଂ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ।
ସେପଟେ ତତ୍ପର ଜଳସମ୍ପଦ ବିଭାଗ।
ଗଞ୍ଜାମ, ଗଜପତି, କନ୍ଧମାଳରେ ଆଧିକ ବର୍ଷା ସମ୍ଭାବନା ଥିବାରୁ ଆଗୁଆ ପଦକ୍ଷେପ ନିଆଯାଉଛି।
ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଡ୍ୟାମ୍ ରୁ ପାଣି ରିଲିଜ କରାଯାଉଛି।
୧୯ ତାରିଖ ସୁଦ୍ଧା ଡ୍ୟାମ୍ ଜଳସ୍ତର ୬୦ ପ୍ରତିଶତକୁ ଆଣିବା ଲକ୍ଷ୍ୟ ରହିଛି।
ତଳ ଅଂଚଳରେ ଡ୍ୟାମେଜ ରହିଥିବାରୁ ନିୟନ୍ତ୍ରଣ କରି ଜଳ ନିଷ୍କାସନ କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
