Thieves Target Famous Shiva Shrine: ବାବା ବାଲି କପିଳେଶ୍ୱର ମନ୍ଦିରରୁ ବଡ଼ଧରଣର ଲୁଟ୍, ରୁପା ମୁକୁଟ ଓ ସୁନା ଅଳଙ୍କାର ଚୋରି
ପ୍ରସିଦ୍ଧ ଶୈବପୀଠରେ ବଡ଼ଧରଣର ଚୋରି।
ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ସହ ହୁଣ୍ଡି ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
କୋଣାର୍କ ବାବା ବାଲି କପିଳେଶ୍ୱର ମନ୍ଦିରରେ ଏଭଳି ଲୁଟ୍ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।
ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ମଧ୍ୟ ଉଠିଛି ପ୍ରଶ୍ନ।
Advertisment ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ମନ୍ଦିର ଗେଟ୍ର ତାଲା ଭାଙ୍ଗି ଭିତରେ ପ୍ରବେଶ କରିଥିଲେ।
ଏହାପରେ ଠାକୁରଙ୍କ ରୁପା ମୁକୁଟ, ସୁନା ନୋଥ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଥିଲେ।
କେବଳ ଅଳଙ୍କାର ନୁହେଁ, ମନ୍ଦିରର ହୁଣ୍ଡିକୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ।
ହୁଣ୍ଡି ଭାଙ୍ଗି ସେଥିରେ ଥିବା ଲକ୍ଷାଧିକ ଟଙ୍କା ନେଇ ଫେରାର୍ ହୋଇଯାଇଥିବା ଅଭିଯୋଗ ହୋଇଛି।
ମନ୍ଦିରରୁ ଏତେ ପରିମାଣର ଅଳଙ୍କାର ଓ ଟଙ୍କା ଚୋରି ହେବା ପରେ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦିଆଯାଇଥିଲା।
ଖବର ପାଇ ରାମଚଣ୍ଡୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହାସହ ପୁରୀରୁ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଆସି ଘଟଣାସ୍ଥଳରେ ବିଭିନ୍ନ ପ୍ରମାଣ ଯାଞ୍ଚ କରୁଛି।
Advertisment ତେବେ ଏହି ଲୁଟ୍ ପଛରେ କିଏ ଅଛି?
ଦୁର୍ବୃତ୍ତମାନେ କେଉଁ ସମୟରେ ମନ୍ଦିରରେ ପଶିଥିଲେ?
ଏହି ଲୁଟ୍ ପଛରେ ଏକାଧିକ ଲୁଟେରାଙ୍କ ହାତ ରହିଛି ନା ଏହା ଏକ ସୁଚିନ୍ତିତ ଯୋଜନା?
ଏଭଳି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସୁଛି।
ଅନ୍ୟପଟେ ଏଯାଏଁ ଲୁଟେରାଙ୍କ କୌଣସି ପତ୍ତା ମିଳିନାହିଁ।
ପୋଲିସର ତଦନ୍ତ ପରେ ହିଁ ଲୁଟ୍ ଘଟଣାର ସମ୍ପୂର୍ଣ୍ଣ ରହସ୍ୟ ଉପରୁ ପରଦା ହଟିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
