‘Thenga Puja’: ବାରଗୌଣିଆରେ ପ୍ରଜାମେଳି: ଠାକୁରାଣୀ ପୀଠରେ ଠେଙ୍ଗାପୂଜା

Nov 05, 2026 - 05:52
‘Thenga Puja’: ବାରଗୌଣିଆରେ ପ୍ରଜାମେଳି: ଠାକୁରାଣୀ ପୀଠରେ ଠେଙ୍ଗାପୂଜା

ଅନୁଗୋଳ: ବନ୍ତଳା ଅଞ୍ଚଳରେ ଚାଲିଛି ଗୁଣ୍ଡାରାଜ।

କିଏ କେଉଁଠି ଗୁଳି ମାରି ହତ୍ୟା କରୁଛି ତ ଆଉ କିଏ ଭୁଜାଲି ଦେଖାଇ ଲୁଟ୍‌ପାଟ କରୁଛି।

ଫଳରେ ପୁଲିସ ଉପରୁ ଲୋକଙ୍କ ଭରସା ତୁଟୁଛି।

ପୂର୍ବରୁ ପୋକତୁଙ୍ଗା ଗାଁ ଶିବ ମନ୍ଦିର ରୁ ଚୋରି ହୋଇଥିବା ବେଳେ ଲୋକମାନେ ତାତିଥିଲେ।

କିଛିଦିନ ଆଗରୁ ପୋକତୁଙ୍ଗା ଗାଁରେ ଲୋକମାନେ ଠେଙ୍ଗା ପୂଜା କରିଥିଲେ।

ତେବେ, ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ସାବାଡ଼ କରିବାକୁ ଏବେ ବାରଗୌଣିଆ ଗାଁ ଲୋକେ ପ୍ରସ୍ତୁତି ଚାଲାଇଛନ୍ତି।

Advertisment Health: ଭୁଶୁଡ଼ିଗଲାଣି ଗ୍ରାମୀଣ ସ୍ବାସ୍ଥ୍ୟସେବା; ବିଶେଷଜ୍ଞ ଡାକ୍ତର ନାହାନ୍ତି, ସିଏଚ୍‌ସିରେ ୪୯% ପଦବି ଖାଲି ସୂଚନା ମୁତାବକ, ଅନୁଗୋଳ ବ୍ଲକ୍‌ ବନ୍ତଳା ଥାନା ଅଞ୍ଚଳରେ ଦୁର୍ବୃତ୍ତଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି।

ଗତ ଅକ୍ଟୋବର ମାସ ୬ ତାରିଖ ରାତିରେ ପୋକତୁଙ୍ଗରା ପୂରାତନ ଶୈବ ପୀଠରୁ ଚୋରି ହୋଇଥିଲା।

ସେହିପରି ଗାଁରେ କେତେକ ଲୋକ ଆତଙ୍କ ସୃଷ୍ଟି କରୁଥିଲେ।

ଏନେଇ ଲୋକମାନେ ଠେଙ୍ଗାପୂଜା କରିଥି‌ଲେ।

କୌଣସି ବ୍ୟକ୍ତି ଗାଁରେ ଚୋରି ତଥା ଆତଙ୍କ ଖେଳାଇଲେ ଲୋକମାନେ ନିଜେ ଶାସନ କରିବେ ବୋଲି ଶପଥ ନେଇଥିଲେ।

ସେପ‌ଟେ ସମାନ ଘଟଣା ବାରଗୌଣିଆ ଗାଁରେ ଦେଖିବାକୁ ମିଳିଛି।

ଗାଁର ଯୁବକ ତଥା ସେନା ବାହିନୀରେ କାମ କରୁଥିବା ସୁଜିତ ପ୍ରଧାନଙ୍କୁ ଏବେ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା।

ତାଙ୍କ ବେକରେ ଭୁଜାଲି ଲଗାଇ ଲୁଟ୍‌ପାଟ ହୋଇଥିଲା।

ସେପଟେ ଆଜି ଗାଁର ମା' ପାଣ୍ଡୁରିଶୁଣୀ ପୀଠରେ ଗାଁ ଲୋକେ ପୂଜାପାଠ କରିଛନ୍ତି।

Indian Railways: ଅକ୍ଟୋବରରେ ଭାରତୀୟ ରେଳବାଇର ମାଲ ପରିବହନ ୧୪୫.୦୭ ନିୟୁତ ଟନ୍ ରେକର୍ଡ ଗାଁର ଲୋକମାନେ ଏକତ୍ର ହୋଇ ଗଣ୍ଡଗୋଳ ରୋକିବା ପାଇଁ ପଦକ୍ଷେପ ନେଇଛନ୍ତି।

କେହି ଦାଦାଗିରି କଲେ ତାଙ୍କୁ କିପରି ଶାସନ କରାଯିବ ସେନେଇ ଗ୍ରାମବାସୀ ଆଜି ଶପଥ ନେଇଛନ୍ତି।

ପୂର୍ବାହ୍ଣରେ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ବାହାରି ଠେଙ୍ଗା ଧରି ଗାଁ ପରିକ୍ରମା କରିଥିଲେ।

ପ୍ରଦୀପ କୁମାର ସାହୁ କହିଛନ୍ତି, ପାଣ୍ଡୁରିଶୁଣୀ ପୀଠରେ ପୂଜାର୍ଚ୍ଚନା ପରେ ଗୁଣ୍ଡା ଶ୍ରେଣୀୟ ଲୋକଙ୍କୁ ସାବାଡ଼ କରିବା ପାଇଁ ଗାଁ ଲୋକେ ସଂକଳ୍ପ ନେଇଛନ୍ତି।

ଗାଁ କୁ ଯିବାଆସିବା କରୁଥିବା ଲୋକମାନଙ୍କ ନିରାପଦ ଯାତ୍ରା ଉପରେ ଆଲୋଚନା ହୋଇଛି।

ଠେଙ୍ଗାପୂଜା ବେଳେ ଗାଁର ସଂସାର ସାହୁ, ନାରାୟଣ ସାହୁ, ବିପ୍ର ସାହୁ, ବିଜୟ କୁମାର ପ୍ରଧାନ, ଗଗନ ସାହୁ, ଅଶୋକ କୁମାର ସାହୁ, ବାବୁଲା ପ୍ରଧାନ, ଅଭିମନ୍ୟୁ ଦେହୁରୀ, ସଂସାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)