Theft: ଚାନ୍ଦବାଲିର ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି

Sep 09, 2026 - 14:57
Theft: ଚାନ୍ଦବାଲିର ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି

"ଭଦ୍ରକ: ଚାନ୍ଦବାଲି ମୁଖ୍ୟରାସ୍ତା ଚନ୍ଦନପୁର ଛକରେ ଥିବା ତାରିଣୀ ମନ୍ଦିରରୁ ବଡ଼ ଧରଣର ଚୋରି ଅଭିଯୋଗ ହୋଇଛି।

ଗତକାଲି ବିଳମ୍ବିତ ରାତିରେ ମନ୍ଦିରରେ କେହି ଦୁର୍ବୃତ୍ତ ପଶି ମାଆଙ୍କର ସୁନା ଓ ରୁପା ଅଳଙ୍କାର ସହ ଭେଟି ବାକ୍ସରୁ ଟଙ୍କା ଚୋରି କରିନେଇଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ଦୁର୍ବୃତ୍ତ ପ୍ରଥମେ ମନ୍ଦିରର ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗିଥିଲା ।

ଏହାପରେ ଭିତର ଦ୍ୱାରର ତାଲାକୁ ମଧ୍ୟ କାଟି ମନ୍ଦିର ଭିତରକୁ ପ୍ରବେଶ କରିଥିଲା ।

ମାଆଙ୍କ ମଥାମଣି, ରୁପା ମକୁଟ, ସୁନା ଚିତା, ସୁନା ଓ ରୁପା ଆଖି, ସୁନା-ରୁପା ହାର ଭଳି ଅଳଙ୍କାର ଚୋରି ହୋଇଥିବା ଜଣାପଡ଼ିଛି ।Advertisment ମୁଖ୍ୟ ଗେଟ୍‌ର ତାଲା ଭାଙ୍ଗି ଚୋରି କେବଳ ଏତିକି ନୁହେଁ, ଦୁର୍ବୃତ୍ତ ମନ୍ଦିରର ଦାନ ବାକ୍ସର ତାଲା ମଧ୍ୟ କାଟି ଦେଇଥିବା ଅଭିଯୋଗ ହୋଇଛି।

ବାକ୍ସ ଭିତରେ ଥିବା ଟଙ୍କା ମଧ୍ୟ ଚୋରି କରିନେଇଛି ଚୋର ।

ଆଜି ଭୋର ପ୍ରାୟ ୪ଟା ସମୟରେ ମନ୍ଦିର ପାଇଁ ଫୁଲ ତୋଳିବାକୁ ଯାଇଥିବା ବ୍ୟକ୍ତି ମନ୍ଦିର ଗେଟ୍‌ ଖୋଲା ଥିବା ଦେଖିଥିଲେ ।

ପରେ ଘଟଣା ସମ୍ପର୍କରେ ଆଖପାଖ ଅଞ୍ଚଳରେ ଜଣାପଡ଼ିବା ସହ ଚାନ୍ଦବାଲି ଥାନାରେ ଅଭିଯୋଗ କରାଯାଇଥିଲା ।

ଅଭିଯୋଗ ପାଇବା ପରେ ଚାନ୍ଦବାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି ।

ଚୋରି ପଛରେ କିଏ ରହିଛି ଏବଂ ଚୋରି ହୋଇଥିବା ଅଳଙ୍କାର ଓ ଟଙ୍କା କେଉଁଠି ଅଛି, ସେନେଇ ପୁଲିସ ତଦନ୍ତ ଜାରି ରଖିଛି ।

କଲେଜ ପରିସରରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)