Theft: ଗୁଣପୁର ଉମା ରାମ ଲିଙ୍ଗେଶ୍ୱର ମନ୍ଦିରରୁ ବଡ଼ ଧରଣର ଚୋରି

Sep 05, 2026 - 10:34
Theft: ଗୁଣପୁର ଉମା ରାମ ଲିଙ୍ଗେଶ୍ୱର ମନ୍ଦିରରୁ ବଡ଼ ଧରଣର ଚୋରି

"ରାୟଗଡ଼ା(ଶିବ ପ୍ରସାଦ ଦୋରା) : ପୁଣି ଜିଲ୍ଲାରୁ ବଡ଼  ଧରଣର ଚୋରିI ଏଥରଦୁର୍ବୃତ୍ତ ଟାର୍ଗେଟ କରିଛନ୍ତି ମନ୍ଦିରକୁI ଗୁଣପୁରରେ ସକ୍ରିୟ ହେଲେ ଲୁଟେରା।

ବିଳମ୍ବିତ ରାତିରେ ଗୁଣପୁର ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବ ପୀଠ ଉମା ରାମ ଲିଙ୍ଗେଶ୍ୱର ମନ୍ଦିରରେ ବଡ଼ ଧରଣର ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗିବା ସହ ମନ୍ଦିରରେ ପ୍ରବେଶ କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ  ରୁପା ସାମଗ୍ରୀ ଲୁଟ କରିବା ସମେତ ମନ୍ଦିର ପରିସରରେ ଥିବା ଦାନ ହୁଣ୍ଡି ଓ ଏକ  ଆଲମାରୀ ତାଡ଼ି ଚୋରି କରିଥିବା ଜଣାପଡ଼ିଛି।

ଆଜି ସକାଳୁ ମନ୍ଦିର ପୂଜକ ପୂଜା କରିବାକୁ ଯିବା ସମୟରେ ଚୋରି ହୋଇଥିବା ଜାଣି ୧୧୨  ନମ୍ବରରେ ଯୋଗାଯୋଗ କରି ପୁଲିସକୁ ଖବର ଦେଇଥିଲେ ।Advertisment ଖବର ପାଇ ଗୁଣପୁର ପୁଲିସ ଘଟଣା ସ୍ଥଳରେ ପହଂଛି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଗୁଣପୁର ଉପଖଣ୍ଡ ଅଂଚଳରେ କିଛି ମାସ ହେଲା ଚୋରି ବୃଦ୍ଧି ପାଇଛି I ଗତ ମାସରେ ପଦ୍ମପୁର ବ୍ଲକ କେନ୍ଦୁଗୁଡା ଗ୍ରାମରୁ ୧ କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା I ଏଯାଏଁ ପୁଲିସ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ପାରିନି I ନିକଟରେ ପୁଲିସ ବିଭିନ୍ନ ଚୋରି ଘଟଣାରେ ଲିପ୍ତ ୧୨ଜଣଙ୍କୁ ଗିରଫ କରିଥିଲା I କିନ୍ତୁ ଚୋରି ରୋକିବାରେ କୌଣସି ପ୍ରଭାବ ପକାଇ ପାରିନି I justice: "ସମାଜର ଦୁର୍ବଳ ଶ୍ରେଣୀକୁ ନ୍ୟାୟ ଦିଅ" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)