Theft: ଅସ୍ତରଙ୍ଗ ଅମ୍ବିକା ମନ୍ଦିରରୁ ଚୋରି

Jun 09, 2026 - 16:20
Theft: ଅସ୍ତରଙ୍ଗ ଅମ୍ବିକା ମନ୍ଦିରରୁ ଚୋରି

"ଅସ୍ତରଙ୍ଗ: ଅସ୍ତରଙ୍ଗ ଥାନା ଭେଡ଼ାବନ୍ଧ ଗ୍ରାମ ମାଆ ଅମ୍ବିକା ପୀଠ ମନ୍ଦିରରୁ ରୂପା ମୁକୁଟ ସୁନା ଚିତା ଚୋରି ।

ପୁଲିସ୍ ତଦନ୍ତ ଆରମ୍ଭ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଭେଡ଼ାବନ୍ଧ ଗ୍ରାମରେ ଥିବା ପ୍ରସିଦ୍ଧ ଗ୍ରାମ ଦେବତୀ ମାଆ ଅମ୍ବିକା ଠାକୁରାଣୀ ମନ୍ଦିରରୁ ଗତକାଲି ରାତ୍ରିରେ ଚୋରମାନେ ଚୋରି କରିଛନ୍ତି ।Advertisment ବଡ଼ ଘଣ୍ଟକୁ ଚୋରି କରି ନେଇଯାଇଛନ୍ତି ଦୁର୍ବୃତ୍ତମାନେ ମନ୍ଦିର ତାଲା ଭାଙ୍ଗି ମାଆଙ୍କ ରୂପା ମୁକୁଟ, ମଥାର ସୁନାର ଚିତା ସହ ପାଞ୍ଚଟି ବଡ଼ ଘଣ୍ଟକୁ ଚୋରି କରି ନେଇଯାଇଛନ୍ତି ।

ଆଜି ଗ୍ରାମବାସୀଙ୍କ ତରଫରୁ ପ୍ରାୟ ମନ୍ଦିରର ତିନି ଲକ୍ଷ ଟଙ୍କାର ସମ୍ପତ୍ତି ଚୋରି ହୋଇଛି ବୋଲି ଅଭିଯୋଗ ହେବାପରେ ଅସ୍ତରଙ୍ଗ ଗାଁରେ ଗ୍ରାମ ଦେବତୀ ମନ୍ଦିର ଉପରେ ଚୋରଙ୍କ ଲୋଲୁପ ଦୃଷ୍ଟି ପଡ଼ିଛି।

ଅସ୍ତରଙ୍ଗ ଥାନା ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ ହୋଇଛି ।

ଅଧିକ ପଢ଼ନ୍ତୁ: Pregnant Woman's Death: ଚିକିତ୍ସା ଅବହେଳାରୁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ମୃତଦେହ ରଖି ରାସ୍ତା ଅବରୋଧ ଆହୁରି ଦେଖନ୍ତୁ...

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।