‘The Wizard of Oz’ : ୱର୍ଣ୍ଣଙ୍କ ସ୍ମୃତିରେ ମୁକ୍ତିଲାଭ କଲା ସଂଗୀତ ‘ୱିଜାର୍ଡ ଅଫ୍‌ ଅସ୍‌’

Nov 27, 2026 - 14:17
‘The Wizard of Oz’ :  ୱର୍ଣ୍ଣଙ୍କ ସ୍ମୃତିରେ ମୁକ୍ତିଲାଭ କଲା ସଂଗୀତ ‘ୱିଜାର୍ଡ ଅଫ୍‌ ଅସ୍‌’

ସିଡ୍‌ନି: ଅଷ୍ଟ୍ରେଲିଆ ର ସଂଗୀତକାର ଯୋଡ଼ି ୱଲ୍‌ଫ ଭ୍ରାତା ନିକ୍‌ ଓ ଟମ୍‌ କ୍ରିକେଟ୍‌ କିଂବଦନ୍ତି ସେନ୍‌ ୱର୍ଣ୍ଣଙ୍କ ସ୍ମୃତିରେ ଏକ ସ୍ବତନ୍ତ୍ର ସଂଗୀତ ଉନ୍ମୋଚନ କରିଛନ୍ତି।

ସାରା ବିଶ୍ବରେ ଚଳିତ ମାସ ୨୦ରେ ମୁକ୍ତିଲାଭ କରିଥିବା ଏହି ସଂଗୀତର ଶୀର୍ଷକ 'ୱିଜାର୍ଡ ଅଫ୍‌ ଅସ୍‌' (ୱର୍ଣ୍ଣି'ସ୍‌ ସଙ୍ଗ୍‌) ରହିଛି।

ଏହି ଗୀତ କ୍ରିକେଟ୍ ଜଗତ ପ୍ରତି ୱାର୍ଣ୍ଣଙ୍କ ଅବଦାନ ଓ ପ୍ରଶଂସକଙ୍କ ମନରେ ତାଙ୍କର ସ୍ୱତନ୍ତ୍ର ସ୍ଥାନକୁ ସ୍ମରଣ କରିବ ବୋଲି ୱଲ୍‌ଫ ଭ୍ରାତା ଆଶା ରଖିଛନ୍ତି।

ୱର୍ଣ୍ଣଙ୍କ ଖେଳ ଦେଖି ବଡ଼ ହୋଇଥିବା ନିକ୍‌ ଓ ଟମ୍‌ ନିଜ ପିଲାବେଳର ସ୍ମୃତିକୁ ଏହି ସଂଗୀତରେ ପ୍ରକାଶ କରିଛନ୍ତି।

ଗତ ୨୨ ତାରିଖରେ ଉଭୟ କେର୍ନସ ଟ୍ବେଣ୍ଟି-୨୦ ଗୋଲ୍‌ଡ କ୍ଲାସ୍‌ରେ ଏହି ଗୀତକୁ ପରିବେଷଣ କରିଥିଲେ।

ଏହି ସଂଗୀତକୁ ନେଇ ଦୁଇ ଭାଇ କହିଛନ୍ତି, ଆମେ ଲେଖିଥିବା ଗୀତ ମଧ୍ୟରେ ଏହା ଅନ୍ୟତମ ପ୍ରିୟ ଗୀତ।

ୱର୍ଣ୍ଣଙ୍କ ପିତା କିଥ୍‌ ୱର୍ଣ୍ଣ ଓ ପୁଅ ଜ୍ୟାକ୍‌ସନ୍‌ ମଧ୍ୟ ଓଲ୍‌ଫ ଭ୍ରାତା ଯୋଡ଼ିଙ୍କ ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ସୂଚନାଯୋଗ୍ୟ ଯେ ୨୦୨୨ ମାର୍ଚ୍ଚ ୪ ତାରିଖରେ ୱର୍ଣ୍ଣ ୫୨ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ।

Advertisment ବରିଷ୍ଠ କଂଗ୍ରେସ ନେତା ପୀରଜାଦା ମହମ୍ମଦ ସୟିଦଙ୍କ ପରଲୋକ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)