The tradition: ‘ନିଟ୍-ଲିକ୍-ରିପିଟ୍ ପରମ୍ପରା ହୋଇଗଲାଣି’
"ଭୁବନେଶ୍ବର: ମୋଦୀ ସରକାରଙ୍କ ଗତ ୧୦ ବର୍ଷରେ ୯୦ଥର ପ୍ରଶ୍ନପତ୍ର ଲିକ୍ ହେଲାଣି।
ଏଥିରେ ୭କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦିଆଯାଇଛି।
ପ୍ରଧାନମନ୍ତ୍ରୀ ପରୀକ୍ଷା ଚର୍ଚ୍ଚା କରୁଛନ୍ତି।
ପରୀକ୍ଷା କିଭଳି କରାଯାଏ ଜଣା ନାହିଁ।
ବର୍ତ୍ତମାନ ନିଟ୍-ଲିକ୍-ରିପିଟ୍ ଏକ ପରମ୍ପରା ହୋଇଗଲାଣି ବୋଲି କଟାକ୍ଷ କରିଛନ୍ତି ସାଂସଦ ତଥା ଏଆଇସିସି ମିଡିଆ ସେଲ୍ ଅଧ୍ୟକ୍ଷ ପବନ ଖେଡ଼ା।ରାଜଧାନୀରେ ଆୟୋଜିତ "ଛାତ୍ରୋଁ କି ଗୁଞ୍ଜ" ଅଭିଯାନ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଖେଡ଼ା କହିଲେ, ନିଟ୍ ପ୍ରଶ୍ନପତ୍ର ପ୍ରଘଟ, ସିବିଏସ୍ଇ ମୂଲ୍ୟାୟନ ବିଭ୍ରାଟ ତଥା ବାରମ୍ବାର ବିଭିନ୍ନ ପରୀକ୍ଷାରେ ଅନିୟମିତତା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିଛନ୍ତି।
ଏଥିରେ କଂଗ୍ରେସ ଛାତ୍ରଛାତ୍ରୀଙ୍କ ପାଖକୁ ଯାଇ ସମସ୍ୟା ବୁଝୁଛି l ବାରମ୍ବାର ପ୍ରଶ୍ନପତ୍ର ପ୍ରଘଟକୁ ନେଇ ଦେଶରେ ଛାତ୍ର ସମାଜରେ ଗଭୀର ଆକ୍ରୋଶ ଦେଖାଯାଇଛି।Advertisment The Dadaabati: ରାଜଧାନୀରେ ମୁଣ୍ଡ ଟେକିଲାଣି ଦାଦାବଟି ଗ୍ୟାଙ୍ଗ୍ Accident: ପିକଅପ୍ ସହ ଟ୍ରକ୍ ଧକ୍କାରେ ସାତ ଜଣଙ୍କର ମୃତ୍ୟୁ କଂଗ୍ରେସ ପକ୍ଷରୁ ୩ଟି ଦାବି କରାଯାଉଛି।
ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଇସ୍ତଫା, ପ୍ରଶ୍ନପତ୍ର ଛପାଠାରୁ ଆରମ୍ଭ କରି ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପର୍ଯ୍ୟନ୍ତ ଯାହା କିଛି ବ୍ୟବସ୍ଥା ତାହା ଉପରେ ଅଡିଟ୍ ଓ ବାର୍ଷିକ ପରୀକ୍ଷା, ଫଳାଫଳ ଘୋଷଣା ଆଦିର କ୍ୟାଲେଣ୍ଡର ପ୍ରକାଶିତ ହେବା ଉଚିତ।
ସେ ଆହୁରି କହିଥିଲେ ଯେ ବିଶ୍ୱରେ ଛାତ୍ରଙ୍କ ପରୀକ୍ଷା ପାଇଁ ଏୟାର ଫୋର୍ସ ଓ ସେନା ବାହିନୀର ବ୍ୟବହାର କେହି କେବେ ଦେଖି ନ ଥିବେ।
ଏହା ଧର୍ମେନ୍ଦ୍ର ପ୍ରଧାନଙ୍କ ଅପାରଗତାର ସାର୍ଟିଫିକେଟ।
ଓଡ଼ିଶାର ପାଠ୍ୟ ପୁସ୍ତକରେ ହୋଇଥିବା ତ୍ରୁଟିକୁ ସଂସଦରେ ଉଠାଇବୁ।
ଆଜିଠାରୁ ୪୦ଦିନ ଧରି କଂଗ୍ରେସ ଭୁବନେଶ୍ୱରର ପ୍ରତ୍ୟେକ କୋଚିଂ ସେଣ୍ଟର, ଶିକ୍ଷାନୁଷ୍ଠାନକୁ ଯାଇ ଛାତ୍ରଙ୍କ ଅସୁବିଧା ଓ ସମସ୍ୟା ଆଦି ବୁଝିବ।
କାର୍ଯ୍ୟକ୍ରମକୁ ପିସିସି ଗଣମାଧ୍ୟମ ଅଧ୍ୟକ୍ଷ ଅରବିନ୍ଦ ଦାସ ସଞ୍ଚାଳନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ପିସିସି ଉପସଭାପତି ସନ୍ତୋଷ ସିଂହ ସାଲୁଜା, ଦେବାଶିଷ ପଟ୍ଟନାୟକ, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଯୁବ ନେତା ସ୍ମୃତି ରଞ୍ଜନ ଲେଙ୍କା ଉପସ୍ଥିତ ଥିଲେ।"