CBI: ଶକ୍ତି ବିଭାଗରେ ୨୭ହଜାର କୋଟି ଟଙ୍କା ଦୁର୍ନୀତି ଅଭିଯୋଗ: ସିବିଆଇ ତଦନ୍ତ ଦାବିକଲା ଉପଭୋକ୍ତା ମହାସଂଘ
ଭୁବନେଶ୍ୱର: ସରକାର ୨୦୨୪ ଫେବ୍ରୁଆରି ସୁଦ୍ଧl ବିଦ୍ୟୁତ୍ ଭିତ୍ତିଭୂମି ସଜାଡ଼ିବାକୁ ୨୦ ହଜାର କୋଟି ଟଙ୍କା ଏବଂ ଗତ ମାର୍ଚ୍ଚ ସୁଦ୍ଧା ଟାଟା ପାୱାର ୭ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଦର୍ଶାଇଛି। ପୂର୍ବତନ ଓଇଆର୍ସି ଅଧ୍ୟକ୍ଷ ପ୍ରଦୀପ ଜେନା ତାଙ୍କ ଟାରିଫ୍ ବିବରଣୀରେ ଏହାର ସିଏଜି ଅଡିଟ୍ ପାଇଁ ସୁପାରିସ କରିଛନ୍ତି l ସିବିଆଇ ଏହି ଘଟଣାରେ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଆଜି ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଏମିତି ଦାବି କରିଛି l ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘ ଦାବି କରିଛି ଯେ ୨୦୧୩ ମସିହାରୁ ରାଜ୍ୟରେ ୫୦୦ଟି ୩୩/୧୧ କେଭି ସବଷ୍ଟେସନ୍ ନିର୍ମାଣରେ ବ୍ୟାପକ ହରିଲୁଟ୍ ହୋଇଛି l ଏଥିରେ ନିମ୍ନମାନର ଯନ୍ତ୍ରାଂଶ ବ୍ୟବହାର ହୋଇଛି। ଫଳରେ ବୈଷୟିକ ଓ ବାଣିଜ୍ୟ(ଏଟିସି) କ୍ଷତି ହ୍ରାସ କରି ବିଜୁଳି ଦର କମାଇବାକୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା, ସେହି ଆଶା ଧୂଳିସାତ୍ ହୋଇଛି l ଏହି ଦୁର୍ନୀତିକୁ ଘଣ୍ଟ ଘୋଡ଼ାଇବାକୁ ତତ୍କାଳୀନ ଓଇଆର୍୍ସି ଅଧ୍ୟକ୍ଷ ଉପେନ୍ଦ୍ର ବେହେରା ବିନା କୌଣସି ଜନଶୁଣାଣିରେ କୋଭିଡ୍ ସମୟରେ ଟାଟା କମ୍ପାନିକୁ ଚାରିଟି ଯାକ ବିତରଣ କମ୍ପାନିକୁ ରାତିଅଧିଆ ଟେକି ଦେଇଥିଲେ।
Electric consumption: ‘ଓଡ଼ିଶାର ୨ଗୁଣ ଏସି ଆନ୍ଧ୍ରପ୍ରଦେଶରେ ବ୍ୟବହାର ହେଉଛି’
ଟାଟା ପାୱାର ସହିତ ହୋଇଥିବା ଭେଷ୍ଟିଂ ଅର୍ଡରରେ ମଧ୍ୟ ଏହି ୫୦୦ଟି ସବ୍ଷ୍ଟେସନ୍ ବାବଦରେ କିଛି ଉଲ୍ଲେଖ ନାହିଁ l ଫଳ ସ୍ୱରୂପ ତା ୨୬/୫/୨୦୨୦ରେ ଟାଟା କମ୍ପାନି ସବୁ ନିମ୍ନମାନର ଭିତ୍ତିଭୂମି ଦର୍ଶାଇ ସଜାଡ଼ିବାକୁ ୨୬୦୦ କୋଟି ଟଙ୍କା ପୁଞ୍ଜିନିବେଶ ପାଇଁ ଅନୁମତି ମାଗିଥିଲେ। ସେତେବେଳେ କିଛି ତର୍ଜମା ନକରି ତାକୁ ଅନୁମତି ଦେଲେ। ଟାଟା ପାୱାର ୭ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ହିସାବ ଦେଇ ତାର ସୁଧ ବିଜୁଳି ବିଲ୍ ଉପରେ ଉପଭୋକ୍ତାଙ୍କଠାରୁ ଆଦାୟ କରୁଛି। ଏ ସମସ୍ତ କଥା ଉପରେ ଗତ ଶୁଣାଣିରେ ପୂର୍ବତନ ଓଇଆର୍ସି ଅଧ୍ୟକ୍ଷ ଶ୍ରୀ ଜେନା ଆପତ୍ତି ଉଠାଇ ତୁରନ୍ତ ସିଏଜି ଅଡିଟ୍ ପାଇଁ ସୁପାରିସ କରିଥିଲେ l ଆଜି ପର୍ଯ୍ୟନ୍ତ କାହିଁକି ରାଜ୍ୟ ସରକାର ସିଏଜି ଅଡିଟ୍ ପାଇଁ ଆଦେଶ ଦେଇନାହାନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘ ପ୍ରଶ୍ନ କରିଛି l
ଚାପରେ ପ୍ରଦୀପ ଜେନା ଇସ୍ତଫା ଦେଇଛନ୍ତି
ବିଜୁଳି କାଟ ପାଇଁ ଏସ୍ଏଲ୍ଡିସି ନିର୍ଦ୍ଦେଶକ ଦାୟୀ
ସେହିପରି ରାଜ୍ୟ ସରକାର ସ୍ମାର୍ଟ ମିଟର୍ ଲଗାଇବା ଏବଂ ତାର ଭଡ଼ା ବାବଦରେ ଯେଉଁ ୭୩୫ କୋଟି ଟଙ୍କା ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ମହାସଂଘ କହିଛି l ଏହା ବିଦ୍ୟୁତ୍ ଆଇନ୍ ୨୦୦୩ର ବିରୁଦ୍ଧାଚରଣ କରୁଛି l ମିଟର୍ ଲଗାଇବା ଉପଭୋକ୍ତାର ସମ୍ପୂର୍ଣ୍ଣ ନିଜସ୍ୱ ଇଛାଧୀନ। ବୈଷୟିକ ଓ ବାଣିଜ୍ୟ କ୍ଷତି(ଏଟିସି) କମାଇବାକୁ ପୂର୍ବରୁ ୩୩କେଭି,୧୧କେଭି ଏବଂ ଡିଟିଆର୍ ଟ୍ରାନ୍ସଫର୍ମରରେ ସମ୍ପୂର୍ଣ୍ଣ ମିଟରିଂ କରିବାକୁ ଉପଭୋକ୍ତl ମହାସଂଘ ଯେଉଁ ଦାବି କରିଆସୁଥିଲା। ସେସବୁ ମିଟରିଂ କରିବାକୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ। ଏ ସଂକ୍ରାନ୍ତରେ ଏଥର ଟାରିଫ୍ରେ ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ, ୨୦୧୯ରୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସରଞ୍ଜାମ ଓ ଯନ୍ତ୍ରାଂଶର ମୂଲ୍ୟ ନିର୍ଧାରଣ ହୋଇନି। ଏହା ଉପରେ ମଧ୍ୟ ତତ୍କାଳୀନ ଓଇଆର୍ସି ଅଧ୍ୟକ୍ଷ ଶ୍ରୀ ଜେନା ପ୍ରଶ୍ନ କରିବା ସହ ତୁରନ୍ତ ଦର ନିର୍ଧାରଣ ପାଇଁ ସୁପାରିସ କରିଥିଲେ। ସେହିପରି ସୋଲାର ପାୱାର କ୍ଷେତ୍ରରେ ଘରୋଇ ତଥା ବ୍ୟବସାୟୀ ଓ ଶିଳ୍ପ ପାଇଁ ସଂସ୍କାର ପଦକ୍ଷେପ ନେବାକୁ ସେ ସୁପାରିସ କରିଛନ୍ତି l
Electric: ଜଳୁଛି ଓଡ଼ିଶା: ଟ୍ରାନ୍ସଫର୍ମର୍ ପୋଡ଼ି, ସଟ୍ସର୍କିଟ୍ ଅଗ୍ନିକାଣ୍ଡ ବ୍ୟାପୁଛି
ଏସବୁ କାର୍ଯ୍ୟକାରୀ ହେଲେ ଅନେକ ବଡ଼ବଡ଼ିଆ ଧରାପଡ଼ିଥାନ୍ତେ। ଅଦୃଶ୍ୟ ଶକ୍ତି ଚାପରେ ଓଇଆରସି ଅଧ୍ୟକ୍ଷ ଶ୍ରୀ ଜେନା ଇସ୍ତଫା ଦେଇଛନ୍ତି ବୋଲି ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି l ସେହିପରି ବର୍ତ୍ତମାନ ଯେଉଁ ପାୱାର ଓଭର ଲୋଡ୍ ହେଉଛି ସେଥିପାଇଁ ରାଜ୍ୟରେ ଥିବା ଷ୍ଟେଟ୍ ଲୋଡ଼ ଡେସ୍ପାଚ୍ ସେଣ୍ଟର୍ (ଏସ୍ଏଲ୍ଡିସି)ର ନିର୍ଦ୍ଦେଶକ ଦାୟୀ ବୋଲି ମହାସଂଘ ଅଭିଯୋଗ କରିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ, ସାଧାରଣ ସମ୍ପାଦକ ପ୍ରସନ୍ନ ବିଷୋୟୀ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର, କଟକ ସଭାପତି ଅକ୍ଷୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।