The secret behind the time: ଚଳନ୍ତିକା: ଘଣ୍ଟାରେ ୧୦:୧୦ ସମୟ ପଛର ରହସ୍ୟ
"ଘଣ୍ଟାର ଚିତ୍ର ଥିବା କୌଣସି ବିଜ୍ଞାପନଟିଏ ଦେଖିଛନ୍ତି?
ଯଦି ଦେଖିଥିବେ ତେବେ ଏକଥା କେବେ ଭାବିଛନ୍ତି କି ଅଧିକାଂଶ ଘଣ୍ଟାରେ ୧୦:୧୦ ବାଜିଥାଏ କାହିଁକି?
ଆପଣ କେଉଁ କାନ୍ଥଘଣ୍ଟାର ବିଜ୍ଞାପନ ଦେଖନ୍ତୁ ବା ଦୋକାନକୁ ନୂଆଘଣ୍ଟା ଆଣନ୍ତୁ; ଅଧିକାଂଶ କ୍ଷେତ୍ରରେ ସେଥିରେ ୧୦ଟା ୧୦ ବାଜିଥିବାର ଦେଖିଥିବେ ନିଶ୍ଚୟ।
ଘଣ୍ଟା କେବଳ ସମୟ ଦେଖାଇବାର ଏକ ଉପକରଣ ନୁହେଁ; ବରଂ ଏହା ଶୈଳୀ, ପ୍ରଯୁକ୍ତି ଓ ବ୍ରାଣ୍ଡ୍ ପରିଚୟର ମଧ୍ୟ ଏକ ପ୍ରତୀକ।
ବ୍ରାଣ୍ଡ୍ ବଦଳେ, ଡିଜାଇନ୍ ବଦଳେ, କିନ୍ତୁ ଏହି ସମୟଟି ପ୍ରାୟ ଅପରିବର୍ତ୍ତିତ ରହେ।
ଏହା କୌଣସି ସଂଯୋଗ ନୁହେଁ, ବରଂ ବିଜ୍ଞାପନ ଜଗତର ଏକ ସୁଚିନ୍ତିତ କୌଶଳ।
ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିବାଠାରୁ ଆରମ୍ଭ କରି ବ୍ରାଣ୍ଡ୍ର ପରିଚୟକୁ ଅଧିକ ସ୍ପଷ୍ଟ କରିବା ପର୍ଯ୍ୟନ୍ତ, ୧୦:୧୦ ସମୟ ପଛରେ ରହିଛି ଅନେକ ରୋଚକ କାରଣ।
ତେବେ କାହିଁକି ଘଣ୍ଟା କମ୍ପାନିଗୁଡ଼ିକ ଏହି ସମୟକୁ ହିଁ ପସନ୍ଦ କରନ୍ତି?
ଏ ସଂପର୍କରେ ଅଧିକ ଖୋଳତାଡ଼ କରିବାକୁ ଜଣାପଡ଼ିଲା ଯେ ବାସ୍ତବରେ, ୧୦:୧୦ ସମୟକୁ ବାଛିବା ପଛରେ ରହିଛି ମାର୍କେଟିଂ, ମନୋବିଜ୍ଞାନ ଓ ସୌନ୍ଦର୍ଯ୍ୟବୋଧର ଏକ ଚମତ୍କାର ମିଶ୍ରଣ।
ଘଣ୍ଟାରେ ୧୦:୧୦ ସମୟ ଦେଖାଇବା କେବଳ ଏକ ପରମ୍ପରା ନା ବିକ୍ରୟ ବଢ଼ାଇବାର ଏକ ଚତୁର କୌଶଳ?
ଏହାର ଉତ୍ତର ଲୁଚିଛି ଘଣ୍ଟା ଶିଳ୍ପର ଦୀର୍ଘ ଇତିହାସ ଓ ବିଜ୍ଞାପନ ଜଗତର ରଣନୀତି ଭିତରେ।
ତେବେ ୧୦:୧୦ ସମୟ ପଛରେ ଗୋଟାଏ ନୁହେଁ, ଅନେକ କାରଣ ରହିଛି।Advertisment Book Released: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଫଳତା ପୁସ୍ତିକା ଲୋକାର୍ପିତ ଲୋଗୋ ଠିକ୍ ଭାବେ ଦିଶେ: ଘଣ୍ଟା କମ୍ପାନିଗୁଡ଼ିକ ସେମାନଙ୍କ ଲୋଗୋକୁ ଡାଏଲ୍ରେ ୧୨ ଲେଖାଥିବା ସ୍ଥାନ ତଳେ ହିଁ ରଖିଥାନ୍ତି।
ଯଦି ଘଣ୍ଟା କଣ୍ଟା ୧୦ଟା ଉପରେ ଓ ମିନିଟ୍ କଣ୍ଟା ୨ ଉପରେ ରହେ; ତେବେ ଲୋଗୋ ସ୍ପଷ୍ଟ ଭାବେ ଦୃଶ୍ୟମାନ ହୋଇଥାଏ।
ଅନ୍ୟ କେଉଁଠି କଣ୍ଟା ରହିଲେ ହୁଏତ ତାହା ଲୋଗୋ ଡିଜାଇନ୍ ଉପରେ ପ୍ରଭାବ ପକାଇପାରେ!
ଲୋଗୋକୁ ସ୍ପଷ୍ଟ ଭାବେ ଗ୍ରାହକଙ୍କୁ ଦେଖାଇବା ପାଇଁ କମ୍ପାନି ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟାର ସ୍ଥାନ ୧୨ ଓ ୨ ଚୟନ କରିଥାନ୍ତି।
ଆକର୍ଷଣୀୟ ଦିଶେ: ଘଣ୍ଟାରେ ଯେତେବେଳେ ୧୦ଟା ୧୦ ବାଜିଥାଏ; ସେହି ସମୟରେ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ମିଶି ଇଂରାଜି ଅକ୍ଷର "ଭି" ପରି ଦିଶିଥାନ୍ତି।
ଯାହାକି ଦେଖିବାକୁ ଖୁବ୍ ଆକର୍ଷଣୀୟ ଲାଗେ।
ଫଳରେ ଘଣ୍ଟାର ଡିଜାଇନ୍ ଆଖିକୁ ଅଧିକ ସୁନ୍ଦର ଦିଶେ।
ଦୁଇଟି କଣ୍ଟା ଉପରକୁ ରହିଥିବାରୁ ଏମିତି ଲାଗେ; ଯେପରି ଏକ ଫୁଲ ଭିତରେ ଘଣ୍ଟାର ଲୋଗୋ ସୁନ୍ଦର ଭାବେ ଦୃଶ୍ୟମାନ ହେଉଛି।
ଦୁଇଟି କଣ୍ଟା ଭିତରେ କେଉଁ ଗୋଟାଏ ଟିକିଏ ଏପଟସେପଟ ହେଲେ; ତାହା ନିଶ୍ଚୟ ସୌନ୍ଦର୍ଯ୍ୟ କ୍ଷୁଣ୍ଣ କରିବ!
Weekly Horoscope 2026 June 14 to June 20: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ବ୍ୟଧାନରେ ରହନ୍ତି ଦୁଇ କଣ୍ଟା: ୧୦:୧୦ ସମୟରେ ଘଣ୍ଟା କଣ୍ଟା ଓ ମିନିଟ୍ କଣ୍ଟା ପରସ୍ପରଠାରୁ ଦୂରରେ ଅବସ୍ଥାନ କରନ୍ତି।
ଫଳରେ ଘଣ୍ଟାରେ ଡେଟ୍ ଉଇଣ୍ଡୋ, ସବ୍ଡାଏଲ୍, କ୍ରୋନୋଗ୍ରାଫ୍, ପାୱାର୍ ରିଜର୍ଭ ଇଣ୍ଡିକେଟର୍ ଭଳି ବିଶେଷତା କିମ୍ବା ଅନ୍ୟ ଡିଜାଇନ୍ଗୁଡ଼ିକ ଢାଙ୍କି ହୋଇଯାଏ ନାହିଁ।
କଣ୍ଟାର ଅବସ୍ଥାନ ଭିନ୍ନ ହେଲେ, ହୁଏତ ଉପରୋକ୍ତ କେଉଁଟି ଉପରେ କଣ୍ଟା ରହିଯିବା କାରଣରୁ, କିଛି ଫିଚର୍ ଲୁଚିଯାଇ ପାରେ।
ମନୋବୈଜ୍ଞାନିକ କାରଣ: ମନୋବିଜ୍ଞାନୀମାନଙ୍କ ମତରେ, ୧୦:୧୦ ସ୍ଥିତିରେ ଥିବା କଣ୍ଟା ଦୁଇଟି ଏକ ହସୁଥିବା ମୁହଁର ଭାବ ସୃଷ୍ଟି କରେ।
ଏହା ଗ୍ରାହକଙ୍କ ମନରେ ଏକ ସକାରାତ୍ମକ ପ୍ରଭାବ ପକାଏ। "ଭି" ଆକାରର କଣ୍ଟାଟିକୁ ଅଚାନକ ଚାହିଁଦେଲେ ଏଭଳି ଲାଗେ; ଯେପରି ଏକ ହସ ମୁହଁ ଆମକୁ ଚାହିଁଛି।
ଆଧ୍ୟାତ୍ମିକ ଦିଗ: ପ୍ରତ୍ୟେକ ଘଟଣା ପଛରେ ବିଜ୍ଞାନ ଓ ଆଧ୍ୟାତ୍ମିକ ମତ ରହିଥାଏ।
ବିଜ୍ଞାନ ଯାହାବି କହୁ; ଘଣ୍ଟାରେ ୧୦:୧୦ ବାଜିବା ପଛରେ ରହିଛି ଏକ ସୁନ୍ଦର ଆଧ୍ୟାତ୍ମିକ ଚିନ୍ତାଧାରା।
ସଂଖ୍ୟାବିଜ୍ଞାନ ଅନୁସାରେ, "୧" ନୂତନ ସୁଯୋଗ, ନେତୃତ୍ୱ ଓ ପଦକ୍ଷେପର ପ୍ରତୀକ ହୋଇଥିବା ବେଳେ "୦" ଆଧ୍ୟାତ୍ମିକ ଶକ୍ତି ଓ ଅସୀମ ସମ୍ଭାବନାକୁ ସୂଚାଇଥାଏ।
ସ୍ମାର୍ଟୱାଚ୍ରେ କ"ଣ ହୁଏ: ସ୍ମାର୍ଟୱାଚ୍ରେ ତ କଣ୍ଟା ନଥାଏ।
ହେଲେ ବି ସେଥିରେ ସଂଖ୍ୟାରେ ୧୦:୧୦ ଦେଖିବାକୁ ମିଳେ।
କିଛି ବ୍ରାଣ୍ଡ୍ରେ ସିଧାସଳଖ ୧୦:୧୦ ନଦେଖାଇ; ପୁରୁଣା ନିୟମକୁ ଅନୁକରଣ କରି ୧୦: ୦୯ ବି ଦେଖାଉଥିବାର ଦେଖିବାକୁ ମିଳୁଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।